ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

ବୃନ୍ଦାବନ ନାୟକ

ବିଜୟ ପଟ୍ଟନାୟକଙ୍କ ଅକାଳ ବିୟୋଗ ଆମ ସମସ୍ତଙ୍କ ପାଇଁ ଏକ ଦୁଃଖ ଓ ହୃଦୟବିଦାରକ ଘଟଣା। ଏମିତି କଣ କିଏ ଯାଏ? ଅଚାନକ! ସବୁକିଛି ଛାଡ଼ିେଦଇ? ସହସ୍ର ଶୁଭେଚ୍ଛୁଙ୍କୁ ଶୋକସାଗରରେ ଭସାଇେଦଇ? ଏ ଦୁଃଖଦ ଖବରଟି ମିଳିବା ପରଠୁ ମନଟା ଭାଙ୍ଗି ପଡ଼ିଛିି। ଆଖି ଆଗରେ ନାଚି ଉଠୁଛି ବିଜୟ ବାବୁଙ୍କ ସରଳ ନିଷ୍କପଟ ଚେହରା। ହସ ହସ କଥା । କଥାଭାଷାେର ସେମିତି ଗାଁଉଲି ସରଳତା । ଏେତ ବର୍ଷ ଭୁବନେଶ୍ବର‌େର ରହିଆସିଲେ ବି ସେ ଯେମିତି ଗାଁକୁ ଛାଡ଼ି ନ ଥିଲେ। ସେଇଥିପାଇଁ ତ ସେ ଲାଗନ୍ତି ଏ‌େତ ନିଜର ନିଜର।

ସେ ଥଲେ ଖୁବ ଧର୍ମଭାବାପନ୍ନ । କହୁୁଥିଲେ ଯେ ସବୁକିଛି ପ୍ରଭୁ ହନୁମାନଙ୍କ କରୁଣା । କନ୍ତିୁ ପ୍ରଭୁ ସଂକଟ‌େମାଚନ ହନୁମାନଙ୍କର କି ଇଚ୍ଛା ହେଲା ଯେ ସେ ଅଚାନକ ତାଙ୍କୁ ଡାକିନେଲେ ପାଖକୁ? ଆମକୁ ଦେଇଗଲ ବନ୍ଧୁ ବିଚ୍ଛେଦର ଦୁଃଖ। ଏହିପରି ସାଧୁସନ୍ଥ ହୃଦୟବାନ ବନ୍ଧୁମାେନ କାହିଁକି ଛାଡ଼ି ଚାଲିଯାଆନ୍ତି ଅଚାନକ ବୁଝି ହୁଏନା?

ମୁଁ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କର ଅଧ୍ୟକ୍ଷ ହୋଇ ଯୋଗଦେବା ପରେ ଶ୍ରୀ ବିଜୟ ପଟ୍ଟନାୟକଙ୍କୁ ଜାଣିଲି।

ଏମିତିରେ ଓଡ଼ଶା ଗ୍ରାମ୍ୟ ବ୍ୟାଙ୍କ ଓ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ସମ୍ପର୍କ ବହୁତ ପୁରୁଣା। ତାହା ଆଉ ବ୍ୟାବସାୟିକ ସଂପର୍କରେ ସୀମିତ ହୋଇ ନାହିଁ। ତାହା ଆବେଗିକ ଓ ମାନବିକ ସମ୍ପର୍କରେ ପରିଣତ ହୋଇଯାଇଛି। ମୁଁ ଭୁବନେଶ୍ବର ଆସିବା ପରେ ସେହି ସଂପର୍କର ସୂତ୍ରରେ ଶ୍ରୀ ସୌମ୍ୟରଂଜନ ପଟ୍ଟନାୟକ ଓ ଶ୍ରୀ ବିଜୟ ପଟ୍ଟନାୟକଙ୍କ ସହ ଜଣାଶୁଣା ହେଲା। ଖୁବ୍ ଅଳ୍ପଦିନ ମଧ୍ୟରେ ବିଜୟ ବାବୁଙ୍କ ସହିତ ସଂପର୍କ ପ୍ରଗାଢ଼ ଓ ଅନ୍ତରଙ୍ଗ ସଂପର୍କରେ ପରିଣତ ହେଲା। କାରଣ ବିଜୟ ବାବୁ ଥିଲେ ଜଣେ ଅତ୍ୟନ୍ତ ସରଳ ଓ ଅମାୟିକ ଭଦ୍ରଲୋକ। ତାଙ୍କ ବ୍ୟବହାରରେ ପରକୁ ଆପଣାର କରିନେବାର କଳା ଥିଲା। ଛଳଛଳ ଆତ୍ମୀୟତା ଥିଲା। ସେ ସଦାସର୍ବଦା ଗର୍ବ, ଅହଙ୍କାରଠାରୁ ଦୂରରେ ଜଣେ ଧର୍ମପ୍ରାଣ ବ୍ୟକ୍ତି ଭାବରେ ପରିଚିତ ଥିଲେ। ତାଙ୍କ ଧର୍ମପରାୟଣତାର ଉଜ୍ଜ୍ବଳ ସ୍ବାକ୍ଷର ଭାବେ ଠିଆ ହୋଇଛି ସିଆର୍‌ପି ଛକର ସଂକଟମୋଚନ ହନୁମାନ ମନ୍ଦିର।

ସେ ମଝିରେ ମଝିରେ ଓଡ଼ିଶା ଗ୍ରାମ୍ୟ ବ୍ୟା‌ଙ୍କର ମୁଖ୍ୟ କାର୍ଯ୍ୟାଳୟକୁ ଆସନ୍ତି। ମୋତେ ସାକ୍ଷାତ କରନ୍ତି। ବିଭିନ୍ନ ବିଷ‌ୟରେ ଆମର ଆଲୋଚନା ହୁଏ। ତାଙ୍କର ବିଚାରବୁଦ୍ଧି, ବ୍ୟବସାୟିକ ଯୋଜନା ଦେଖି ମୁଁ ଚମତ୍କୃତ ହୁଏ । ଅନେକ ଭାବରେ ମୁଁ ମଧ୍ୟ ତାଙ୍କ ପ୍ରତି କୃତଜ୍ଞ। ଏଇ କଛିିଦିନ ତଳେ େମାର ମା’ ଅସୁସ୍ଥ େହାଇ ପଡ଼ିଲେ। ମୁଁ ତାଙ୍କୁ ସମ୍‌ ହସ୍ପିଟାଲରେ ଭର୍ତ୍ତି କରିଥିଲି। ସେଇସବୁ ଦିନମାନଙ୍କରେ ବିଜୟ ବାବୁଙ୍କର ସାହାଯ୍ୟ ଓ ସହାନୁଭୂତି ଭୁଲିବାର ନୁହେଁ। ଜଣେ ଭାଇ ଭଳି ଏବଂ ଘନିଷ୍ଠ ବନ୍ଧୁ ଭଳି ସେ ମୋ ପାଖରେ ଠିଆ ହୋଇଥିଲେ। ଅନ୍ୟର ଉପକାର କରିବା, ଅନ୍ୟକୁ ସାହାଯ୍ୟ କରିବା ତାଙ୍କ ବ୍ୟକ୍ତିତ୍ବର ଏକ ମହନୀୟ ଦିଗ। ଏହିଭଳି ଅନେକ ବ୍ୟକ୍ତିଗତ ସମ୍ପର୍କର କଥା ଅଛି, ଯାହା ଏବେ ମନେ ପଡ଼ିଲେ ଆଖିକୁ ଲୁହ ଆସି ଯାଉଛି।

ମୁଁ ସ୍ବର୍ଗତ ବିଜୟ ପଟ୍ଟନାୟକଙ୍କର ଅମର ଆତ୍ମାର ସଦଗତି କାମନା କରୁଛି। ଉଲ୍ଲେଖ କରିବା ନିଷ୍ପ୍ରୋୟଜନ ଯେ ଭାଗ୍ୟରେ ଥିଲେ ଏହିଭଳି ବନ୍ଧୁ ମିଳନ୍ତି। ଏହିଭଳି ମହାନୁଭବଙ୍କ ସହିତ ସାକ୍ଷାତ ହୁଏ, ସମ୍ପର୍କ ହୁଏ। ଯେଉଁ ସମ୍ପର୍କ ଭୁଲି ହୁଏ ନାହିଁ, କେବେ ଭୁଲିବା ସମ୍ଭବ ନୁହେଁ ମଧ୍ୟ।

-ଅଧ୍ୟକ୍ଷ, ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ

ସମ୍ବନ୍ଧିତ ଖବର