ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଭିଡିଓ ଭାଇରାଲ କରିବା ପାଇଁ ଲୋକେ ନିଜ ଜୀବନକୁ ବିପଦରେ ପକାଇବାକୁ ପଛାଉନାହାନ୍ତି। ଏହି କ୍ରମରେ ଏକ ଭିଡିଓ ସାମ୍ନାକୁ ଆସିଛି। ଏଥିରେ ଜଣେ ଯୁବକ ଭରା ନଦୀରେ ବାଇକ୍ ଚଲାଇ ଯାଉଥିବା ଦେଖିବାକୁ ମିଳିଛି। ଏହି ଘଟଣାର ଭିଡିଓକୁ @ମୋଟରଅକଟେନି ନାମକ ଏକ ଟୁଇଟର ପେଜ୍ରେ ସେୟାର କରାଯାଇଛି।
ଭିଡିଓରେ ଜଣେ ଯୁବକ ଧିରେ ଧିରେ ବାଇକ୍ ଧରି ନଦୀ ଭିତରକୁ ଓହ୍ଲାଉଛନ୍ତି। ଏହି ସମୟରେ ଚାରିଆଡେ ପାଣି ଭରି ରହିଥିବା ଦେଖିବାକୁ ମିଳୁଛି। ଏହା ସତ୍ତ୍ବେ ବି ବାଇକ ଚାଳକ ଭୟ ନକରି ପାଣି ଭିତରେ ବାଇକ ଚଲାଇ ଚଲାଇ ନଦୀ ପାର କରି ଦେଉଥିବା ଦୃଶ୍ୟ ଭିଡିଓରେ ନଜରକୁ ଆସିଛି।।
ଭିଡିଓରେ ଯୁବକଙ୍କ ସାହସକୁ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀ ତାଙ୍କୁ ପ୍ରଶଂସା କରିଛନ୍ତି। । ଭିଡିଓ ସେୟାର କରାଯିବା ସହିତ କ୍ୟାପସନରେ ଲେଖାହୋଇଛି, ଯେଉଁଠାରେ ଇଚ୍ଛା ଅଛି, ସେଠାରେ ଏକ ଉପାୟ ଅଛି’ ର ପ୍ରକୃଷ୍ଟ ଉଦାହରଣ।
The perfect example of "Where there is a will there's a way"
Thoughts about this? Very clever or just very risky? pic.twitter.com/FgYfaFlOtt— MotorOctane (@MotorOctane) April 6, 2023
ଏହି ଭିଡିଓକୁ ଦେଖି ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି,‘ସ୍ଥାନୀୟ ଲୋକମାନେ ତାଙ୍କ ନଦୀ ବିଷୟରେ ଜାଣନ୍ତି, କେଉଁଠି ଉଚ୍ଚା ଓ କେଉଁଠି ନିଚ୍ଚା ଅଛି ଭଲ ଭାବେ ସେମାନେ ଜାଣି ଥାଆନ୍ତି। ସେ ନିଶ୍ଚୟ ପିଲାଦିନରୁ ସେଠାରେ ରହି ଆସୁଥିବେ। ସେଥିପାଇଁ ଏଭଳି ଭରା ନଦୀରେ ବାଇକ ଧରି ଓହ୍ଲାଇ ପଡ଼ିଥିଲେ।’
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/90-1.jpg)