ଏହି ସାଧାରଣ କାମ ପାଇଁ ଘରେ ଗୃହ ସହାୟକ ରଖିନାହାନ୍ତି ଗେଟ୍‌ସ ଦମ୍ପତି, ରାତିରେ ସାଥୀ ହୋଇ କରିଥାନ୍ତି କାମ

ଓ୍ଵାଶିଂଟନ: ବିଶ୍ୱର ଅନ୍ୟତମ ଧନୀ ବ୍ୟକ୍ତି ବିଲ୍‌ ଗେଟ୍‌ସଙ୍କ ବିଷୟରେ କାହାକୁ ବା ଅଛପା? ସେ ଚାହିଁଲେ ତାଙ୍କ ପତ୍ନୀଙ୍କୁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦେବେ ଏଥିରେ ତିଳେ ବି ସନ୍ଦେହ ନାହିଁ। ମାତ୍ର ଆପଣ ବିଲ୍‌ ଗେଟ୍‌ସ ଓ ପତ୍ନୀ ମେଲିନ୍ଦା ଗେଟ୍‌ସଙ୍କ ସଂପର୍କରେ ଏକ କଥା ଶୁଣିଲେ ଚକିତ ହୋଇଯିବେ। ଆପଣ ବିଶ୍ୱାସ କରିବେ ନାହିଁ ଯେ ବିଲ୍‌ ଗେଟ୍‌ସ ତାଙ୍କ ପତ୍ନୀଙ୍କ ସହ ମିଶି ପ୍ରତ୍ୟେକ ରାତିରେ ନିଜ ଘରର ବାସନ ସଫା କରିଥାନ୍ତି। ଏହି କାମ ସେ ଅନେକ ବର୍ଷ ହେବ କରି ଆସୁଛନ୍ତି। ସେମାନଙ୍କର ୨୫ ବର୍ଷର ସଫଳ ବିବାହ ପଛର ଏହା ଅନ୍ୟତମ କାରଣ ବୋଲି ଆପଣ ଭାବିପାରନ୍ତି। ସେମାନେ ସାଙ୍ଗ ହୋଇ କାମ କରିବା ସମୟରେ ପରସ୍ପରଙ୍କ ପ୍ରତି ଭଲପାଇବା ନିବିଡ଼ ହୋଇଥାଏ ବୋଲି ପତ୍ନୀ ମେଲିଣ୍ଡା ପ୍ରକାଶ କରିଛନ୍ତି।

Business Insider Malaysia

ନିକଟରେ ଏକ ସାକ୍ଷାତ୍‌କାରରେ ମେଲିଣ୍ଡା ତାଙ୍କର ଏହି ଦାମ୍ପତ୍ୟ ଗୋପନୀୟତାକୁ ସେୟାର୍‌ କରିଛନ୍ତି। ମେଲିଣ୍ଡା କହିଛନ୍ତି ଯେ ୧୯୮୭ ମସିହାରେ ସେ ମାଇକ୍ରୋସଫ୍‌ଟ ପାଇଁ କାମ କଲା ବେଳେ ବିଲ୍‌ ଗେଟ୍‌ସଙ୍କୁ ପ୍ରଥମେ ଭେଟିଥିଲେ। ପରେ ସେ ଦୁହିଁଙ୍କ ଭିତରେ ପ୍ରେମ ହୋଇଗଲା ଓ ସେମାନେ ଗତ ୨୫ ବର୍ଷ ହେବ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଏହି ଦୁଇ ଲଭ୍‌ ବାର୍ଡଙ୍କର ୩ ଜଣ ପିଲା ମଧ୍ୟ ଅଛନ୍ତି।

ସମ୍ବନ୍ଧିତ ଖବର