ନୂଆଦିଲ୍ଳୀ: ଆମେରିକୀୟ ବ୍ୟବସାୟୀ ବିଲ୍ ଗେଟ୍ସ ଖିଚିଡ଼ି (ଖେଚେଡ଼ି) ବନାଇଛନ୍ତି ବୋଲି ଯଦି ଆପଣ ଶୁଣିବେ ବିଶ୍ବାସ କରିବେ ତ? ଆପଣ ଏବେ ବିଶ୍ବାସ କରିବା ଆରମ୍ଭ କରନ୍ତୁ। କାରଣ ବିଲ୍ ଗେଟ୍ସ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ସହଯୋଗରେ ଏପରି ଏକ କାର୍ଯ୍ୟ କରିଥିବାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଘୂରିବାରେ ଲାଗିଛି।
ଭାରତରେ ଚାଲିଥିବା ଜି-୨୦ ସମ୍ମିଳନୀ ଅବସରରେ ବିଲ୍ ଗେଟ୍ସ ଏଠାକୁ ଆସି ସ୍ମୃତି ଇରାନୀଙ୍କ ସହ ଏକ ଅଭିଯାନରେ ଯୋଗ ଦେଇଥିଲେ। ତେବେ ଭାଇରାଲ୍ ହୋଇଥିବା ଭିଡିଓରେ ସ୍ମୃତି ତିଆରିଥିବା ଖିଚଡ଼ିରେ ବିଲ୍ ଗେଟ୍ସ ଛୁଙ୍କ ମାରିଥିବା ଆପଣ ଦେଖି ପାରୁଥିବେ।
ଅବଶ୍ୟ ଏହା ବିଲ୍ ଗେଟ୍ସଙ୍କ ପାଇଁ ଆଦୌ ବି ସହଜ ନଥିଲା। ସେଥିପାଇଁ କେନ୍ଦ୍ରମନ୍ତ୍ରୀ ସ୍ମୃତି ତାଙ୍କୁ ସହଯୋଗ କରିଥିଲେ। ସ୍ମୃତିଙ୍କ କହିବା ଅନୁସାରେ ହିଁ ଛୁଙ୍କ ଲଗାଇଥିଲେ ବିଲ୍ ଗେଟ୍ସ।
Recognising the Super Food of India and its POSHAN component..
When @BillGates gave tadka to Shree Ann Khichdi! pic.twitter.com/CYibFi01mi
— Smriti Z Irani (@smritiirani) March 2, 2023
ଛୁଙ୍କ ମାରିବା ପରେ ସ୍ମୃତି ଏକ ଛୋଟ ପାତ୍ରରେ ବାଢ଼ି ବିଲ୍ ଗେଟ୍ସଙ୍କୁ ଖାଇବାକୁ ଦେଇଥିଲେ ଓ ସେ ତାହାକୁ ଖୁବ୍ ଖୁସିରେ ଖାଇଥିଲେ ମଧ୍ୟ। ମାର୍ଚ ୨ ତାରିଖରେ ସେୟାର ହୋଇଥିବା ଏହି ଭିଡିଓଟିର ଏବେ ସୁଦ୍ଧା ୧ ଲକ୍ଷ ଭିୟୁ ହୋଇ ସାରିଲାଣି। ତେବେ ସୋସିଆଲ୍ ମିଡିଆ ବ୍ୟବହାରକାରୀ ଉଭୟ ସ୍ମୃତି ଇରାନୀ ଓ ବିଲ୍ ଗେଟ୍ସଙ୍କ ନମ୍ର ଗୁଣକୁ ପ୍ରଶଂସା କରିଛନ୍ତି।
Recognising the Super Food of India and its POSHAN component..
When @BillGates gave tadka to Shree Ann Khichdi! pic.twitter.com/CYibFi01mi
— Smriti Z Irani (@smritiirani) March 2, 2023
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/Untitled-11.jpg)