ଆଳୁରୁ ପ୍ଲାଷ୍ଟିକ ଉଦ୍ଭାବନ କରି କମାଲ କଲେ ୨୦ ବର୍ଷୀୟ ଛାତ୍ର

ଚଣ୍ଡୀଗଡ଼: ନିତିଦିନିଆ ଖାଦ୍ୟରେ ଆଳୁର ଆମେ ବହୁ ମାତ୍ରାରେ ବ୍ୟବହାର କରିଥାଉ | ତେବେ ଏହି ଆଳୁରୁ ବି ପ୍ଲାଷ୍ଟିକ ବାହାରିବା କଥା କେବେ ଭାବିଛନ୍ତି କି ? ଆଳୁରୁ ପ୍ଲାଷ୍ଟିକ ବାହାର କରି ଏବେ ନୂଆ ଉଦାହରଣ ସୃଷ୍ଟି କରିଛନ୍ତି ଜଣେ ଛାତ୍ର | ଚଣ୍ଡୀଗଡ଼ର ଚିତ୍ତକାରା ବିଶ୍ୱବିଦ୍ୟାଳୟର ଛାତ୍ର ପ୍ରଣବ ଗୋୟଲ ଆଳୁରୁ ମାଟିରେ ମିଶିଯାଉଥିବା ପ୍ଲାଷ୍ଟିକ ବା ଡିଗ୍ରେଡବୁଲ ପ୍ଲାଷ୍ଟିକର ଉଦ୍ଭାବନ କରିଛନ୍ତି | ପ୍ରଣବ ଉଦ୍ଭାବନ କରିଥିବା ଏହି ନୂଆ ଉପାଦାନଟି ଏକଦମ ପ୍ଲାଷ୍ଟିକ ଭଳି ଦେଖାଯାଉଛି ଓ ସହଜରେ ମୋଡି ମଧ୍ୟ ହେଉଛି |

zeenews.india.com

ପ୍ରକୃତରେ ପ୍ରଣବ ଆଳୁରୁ ମିଳୁଥିବା ଷ୍ଟାର୍ଚ୍ଚରୁ ଥରମୋପ୍ଲାଷ୍ଟିକ ନିର୍ମାଣ କରିଛନ୍ତି | ପ୍ରଣବ କହିଛନ୍ତି ଯେ ଏହି ଥରମୋପ୍ଲାଷ୍ଟିକରୁ ବୋତଲ ଓ ଥଳି ମଧ୍ୟ ନିର୍ମାଣ କରିହେବ | ଏହି ଥରମୋପ୍ଲାଷ୍ଟିକ ଦ୍ୱାରା ପରିବେଶକୁ କୌଣସି ପ୍ରକାର କ୍ଷତି ହେବନି ବୋଲି ପ୍ରଣବ କହିଛନ୍ତି | ଯଦି ପ୍ଲାଷ୍ଟିକ ବଦଳରେ ଏହି ଥରମୋପ୍ଲାଷ୍ଟିକକୁ ବ୍ୟବହାର କରାଯାଏ ତେବେ ପ୍ଲାଷ୍ଟିକ ଦ୍ୱାରା ହାନିକାରକ ପ୍ରଭାବରୁ ପରିବେଶକୁ ବଞ୍ଚାଇହେବ |

ଏଠାରେ ସୂଚନା ଥାଉ କି ଭାରତରେ ଆଳୁର ଉତ୍ପାଦନ ବହୁ ମାତ୍ରାରେ ହେଉଥିଲେ ବି ଉଚିତ ସଂରକ୍ଷଣ ବ୍ୟବସ୍ଥା ନଥିବାରୁ ଏହା ନଷ୍ଟ ହୋଇଯାଇଥାଏ | ତେବେ ଆଳୁରେ ଥିବା ଷ୍ଟାର୍ଚ୍ଚରୁ ଯଦି ଥରମୋପ୍ଲାଷ୍ଟିକ ବହୁଳ ମାତ୍ରାରେ ପ୍ରସ୍ତୁତ କରାଯାଇପାରନ୍ତା ତେବେ ଶସ୍ତାରେ ପରିବେଶ ଉପଯୋଗୀ ପ୍ଲାଷ୍ଟିକ ମିଳିପାରନ୍ତା |

ସମ୍ବନ୍ଧିତ ଖବର