ପ୍ରାୟ ନବେ ପ୍ରତିଶତ ପକ୍ଷୀଙ୍କ କ୍ଷେତ୍ରରେ ଗୋଟିଏ ପ୍ରଜନନ ଋତୁ ପାଇଁ ସେମାନଙ୍କର ଜଣେ ହିଁ ଜୀବନସାଥୀ ରହିଥାଏ ବୋଲି ଆଗରୁ ଏକ ଧାରଣା ରହିଥିଲା। ରାଜହଂସ ପରି ବିଶ୍ବସ୍ତ ପକ୍ଷୀର ମଲା ଯାଏ ଜଣେ ମାତ୍ର ଜୀବନସାଥୀ ରହିଥିବା କଥା ଜଣାଶୁଣା। ତେବେ କିଛି ପକ୍ଷୀ ଏବେ ସମାନ ପ୍ରଜନନ ଋତୁରେ ସେମାନଙ୍କର ପୁରୁଣା ସାଥୀ ବଞ୍ଚିଥିବା ସତ୍ତ୍ବେ ଭିନ୍ନ ସାଥୀ ଖୋଜୁଛନ୍ତି ବୋଲି ଏକ ଅନୁଧ୍ୟାନରୁ ଜଣାଯାଇଛି। ଏହାକୁ ପକ୍ଷୀଙ୍କର ‘ଛାଡ଼ପତ୍ର’ ଭାବେ ଗବେଷକମାନେ ଅଭିହିତ କରିଛନ୍ତି।

Advertisment

publive-image Scientific American

ତେବେ ପକ୍ଷୀଙ୍କ ଠାରେ ଏ ପ୍ରକାର ପରିବର୍ତ୍ତନର ଧାରା ବିଶେଷ କରି ଅବାଧ ଯୌନସମ୍ପର୍କ ରଖୁଥିବା ପୁରୁଷ ପକ୍ଷୀ ଓ ଦୂରଗାମୀ ପକ୍ଷୀଙ୍କ କ୍ଷେତ୍ରରେ ଦେଖାଯାଉଛି ବୋଲି ପକ୍ଷୀ ବିଶେଷଜ୍ଞମାନେ ସ୍ପଷ୍ଟ କରିଛନ୍ତି। ଚୀନ୍‌ ଓ ଜର୍ମାନୀର ଗବେଶକମାନେ ୨୩୨ ପ୍ରଜାତିର ପକ୍ଷୀଙ୍କ ଚଳଣିକୁ ଅନୁଧ୍ୟାନ କରି ଏପରି ନିର୍ଯାସରେ ପହଞ୍ଚିଛନ୍ତି। ଆଶ୍ଚର୍ଯ୍ୟର କଥା, ‘ଛାଡ଼ପତ୍ର’ ପ୍ରଥା ଆପଣେଇଥିବା ପକ୍ଷୀମାନଙ୍କ ଭିତରେ ସିଂହଭାଗ ହେଉଛନ୍ତି ପୂର୍ବରୁ ନିଜର ସାଥୀ ସହ ନିବିଡ଼ ସମ୍ପର୍କ ରଖୁଥିବା ପକ୍ଷୀ। ସେଭଳି ପକ୍ଷୀମାନଙ୍କ ଭିତରେ ଚାତକ, ହଳଦୀବସନ୍ତ, କଜଳପାତିଆ, ଫ୍ଲୋଭର ଆଦି ରହିଛନ୍ତି। ଅପରପକ୍ଷେ, କମ୍‌ ଛାଡ଼ପତ୍ର ହାର ଦେଖାଦେଉଥିବା ପକ୍ଷୀଙ୍କ ଭିତରେ ବତକ, ରାଜହଂସ, ପେଟ୍ରେଲ ଓ ଆଲବାଟ୍ରସ ଆଦି ରହିଛନ୍ତି। ତେବେ ମାଈ ପକ୍ଷୀ ଅପେକ୍ଷା ପୁରୁଷ ପକ୍ଷୀମାନେ ଅଧିକ ଯୌନସମ୍ପର୍କ ସ୍ଥାପନ କରୁଥିବାରୁ ନିଜର ପୁରୁଣା ସାଥୀକୁ ଭୁଲିଯାଇଥା’ନ୍ତି ବୋଲି ଜଣାଯାଇଛି।