ବିମାନ ଯାତ୍ରା କରି ଚର୍ଚ୍ଚାରେ ଦକ୍ଷିଣ ଏସିଆର ଏହି ପକ୍ଷୀ, ବିଜିନେସ୍‌ କ୍ଲାସରେ କାଟିଲା ୧୨ ଘଣ୍ଟା

ସିଙ୍ଗାପୁର: ସିଙ୍ଗାପୁରରୁ ଲଣ୍ଡନ ଯାଉଥିବା ଏକ ବିମାନରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଥିବାର ଦେଖିବାକୁ ମିଳିଛି। ଦକ୍ଷିଣ ଏସିଆର ଏକ ପକ୍ଷୀକୁ ବିମାନ ଭିତରେ ଦେଖିବାକୁ ମିଳିଥିଲା। ପକ୍ଷୀଟି ବିମାନ ଭିତରେ ପ୍ରାୟ ୧୨ ଘଣ୍ଟା ଧରି ରହଇଥିବାର ସୂଚନା ରହିଛି। ପକ୍ଷୀଟି ବିଜିନେସ୍‌ କ୍ଲାସର ଯାତ୍ରୀମାନଙ୍କ ସହ ରହିଥିବା ଜାଣିବାକୁ ମିଳିଛି।

ଫେସ୍‌ବୁକ୍‌ରେ ପୋଷ୍ଟ୍‍ ହୋଇଥିବା ଏକ ଭିଡିଓରେ ଦେଖିବାକୁ ମିଳିଥିଲା ଯେ କଳା ରଂଗର ପକ୍ଷୀଟି ବିମାନ ଭିତରେ ବସି ରହିଥିଲା। ଯେତେବେଳେ ସିଙ୍ଗାପୁର ଏୟାର୍‌ଲାଇନ୍‌ ବିମାନର କ୍ରିୟୁ ସଦସ୍ୟ ପକ୍ଷୀଟିକୁ ଧରିବାକୁ ଚେଷ୍ଟା କରିଥିଲେ ସେ ଉଡ଼ି ଯାଉଥିଲା। ପରେ କେବିନ୍‌ କ୍ରିୟୁ ଓ କିଛି ଯାତ୍ରୀ ମିଶି ପକ୍ଷୀଟିକୁ ଧରିବାରେ ସମର୍ଥ ହୋଇଥିଲେ।

ତେବେ, ବିମାନ ଭିତରକୁ ପକ୍ଷୀଟି କିପରି ପଶିଥିଲା ଏଯାବତ୍‌ ସ୍ପଷ୍ଟ ଭାବେ ଜଣାପଡ଼ି ନାହିଁ। ବିମାନ ଲ୍ୟାଣ୍ଡ୍‌ କରିବା ପରେ ପକ୍ଷୀଟିକୁ ପଶୁ ଅଧିକାର ବିଭାଗକୁ ହସ୍ତାନ୍ତର କରାଯାଇଥିଲା। ଏହା ପ୍ରଥମ ଥର ନୁହେଁ। ପୂର୍ବରୁ ମଧ୍ୟ ଏପରି ଘଟଣା ଘଟିଥିବାର ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର