ନୂଆଦିଲ୍ଲୀ: ଜାନୁଆରି ୨୨ ତାରିଖରେ ଅଯୋଧ୍ୟାରେ ନିର୍ମିତ ଭବ୍ୟ ମନ୍ଦିରରେ ଭଗବାନ ରାମଲଲ୍ଲାଙ୍କ ପ୍ରାଣ ପ୍ରତିଷ୍ଠା ସମ୍ପର୍ଣ୍ଣ ହୋଇଛି। ଭଗବାନ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ପରେ ଏମିତି କିଛି ଘଟଣା ସାମ୍ନାକୁ ଆସୁଛି ଯାହା କୌଣସି ଚମତ୍କାରଠାରୁ କମ୍ ନୁହେଁ ।

Advertisment

ପ୍ରତ୍ୟେକଲୋକ ରାମଲଲ୍ଲାଙ୍କ ପ୍ରାଣପ୍ରତିଷ୍ଠା ପୂର୍ବର ମୂର୍ତ୍ତିକୁ ଦେଖିଥି‌ଲେ। ପ୍ରାଣ ପ୍ରତିଷ୍ଠା ପରେ ମୂର୍ତ୍ତିରେ ଏକ ପ୍ରକ‌ାର ଚମକ ଭରି ଯାଇଥିଲା। ଏବେ ମୂର୍ତ୍ତିକୁ ଦେଖିଲେ ଯେମିତି ଲାଗୁଛି ସାକ୍ଷାତ ରାମଲଲ୍ଲା ଛିଡ଼ା ହୋଇଛନ୍ତି। ଏହା ଆମେ କହୁନାହୁଁ ନୁହେଁ ଯିଏ ଦେଖିଥିଲେ ବା ଦେଖୁଛନ୍ତି ସିଏ ଅନୁଭବ କରୁଥିବା କହୁଛନ୍ତି।

ନିକଟରେ ରାମମନ୍ଦିରର ଗର୍ଭଗୃହରେ ଏକ ପକ୍ଷୀ ପହଞ୍ଚିଥିଲା। ତାକୁ ସୁରକ୍ଷାକର୍ମୀମାନେ ଯେତେ ଘଉଡାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ରାମଲଲାଙ୍କ ମୂର୍ତ୍ତି ପାଖକୁ ଉଡ଼ି ଯାଇଥିଲା। ଆଉ ମୂର୍ତ୍ତି ଚାରିପାଖରେ ବୁଲୁଥିଲା।

ମନ୍ଦିରର ଗର୍ଭଗୃହ ପର୍ଯ୍ୟନ୍ତ ପକ୍ଷୀର ଆଗମନକୁ ଏକ ଚମତ୍କାର ବୋଲି କୁହାଯାଉଛି। କାରଣ ଗର୍ଭଗୃହ ଭିତରେ ଏହି ପକ୍ଷୀ  ପ୍ରଥମଥର ପଶିଛି । ଏହାର ଯେପରି ଆକୃତି ରହିଛି ସେପରି ପକ୍ଷୀ ସ୍ଥାନୀୟଅଞ୍ଚଳରେ କେଉଁଠାରେ ବି ଦେଖିବାକୁ ମିଳିନାହିଁ। ପକ୍ଷୀଟି ଗରୁଡ଼ଙ୍କ ଭଳି ଦେଖାଯାଉଛି। ତେଣୁ କୁହାଯାଉଛି କି ପ୍ରଭୁ ଗରୁଡ଼ ରାମଲଲ୍ଲାଙ୍କ ଦର୍ଶନ ପାଇଁ ଆସିଛନ୍ତି।

​ ଏହି ଭିଡିଓକୁ ଭାରତୀୟ ଜନତା ପାର୍ଟି (ବିଜେପି)ର ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର ତାଙ୍କ ଅଫିସିଆଲ ଆକାଉଣ୍ଟରୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ସେୟାର କରି କ୍ୟାପସନ ଦେଇଛନ୍ତି, ‘ପ୍ରଭୁ ଗରୁଡ଼ ଶ୍ରୀରାମଙ୍କ ଗର୍ଭଗୃହରେ ବୁଲୁଛନ୍ତି।’