ନୂଆଦିଲ୍ଲୀ: ପୁଲିସ ଚୋର, ଡକାୟତ ଓ ଅପରାଧୀଙ୍କୁ ଧରିବା ସହିତ ଅନେକ ଲୋକଙ୍କୁ ଦରକାର ପଡ଼ିଲେ ସାହାଯ୍ୟ ବି କରିଥାଏ। ପୁଲିସକୁ ନେଇ ଅନେକ ଭିଡିଓ ସାମ୍ନାକୁ ଆସିଛି। ଏଥିରେ ପୁଲିସ କାମକୁ ଦେଖି ଲୋକେ ପ୍ରଶଂସା ବି କରିଥାଆନ୍ତି। ଏହି କ୍ରମରେ କେରଳ ପୁଲିସର ଏକ ଭିଡିଓ ପୋଷ୍ଟ କରିଛି। ଏହି ଭିଡିଓ ଦେଖୁଦେଖୁ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଥିଲା। ଏହି ସୁନ୍ଦର ଭିଡିଓକୁ ଦେଖିଲେ ମନ ଖୁସି ବି ହୋଇଯାଉଛି।
ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି, ଜଣେ ପୁଲିସକର୍ମଚାରୀ ଛିଡ଼ା ହୋଇଛନ୍ତି। ଏହି ସମୟରେ ତାଙ୍କ ଖାକି ପୋଷାକ ଉପରେ ଏକ ଚଢ଼େଇ ଆସି ବସିପଡ଼ୁଛି। ଖରାଦିନେ କାଳେ ଚଢ଼େଇକୁ ଶୋଷ ଲାଗୁଥିବ ସେଥିପାଇଁ ସେ ତାକୁ ଫୁଲର ରସ ପିଆଇବାକୁ ଚେଷ୍ଟା କରୁଛନ୍ତି।
" ഹൃദയത്തിൽ കൂട് കൂട്ടാം "
അപ്രതീക്ഷിതമായി യൂണിഫോമിലെ വിസ്സിൽ കോഡിലേക്ക് പറന്നെത്തിയ അതിഥി ❤️#keralapolicepic.twitter.com/jcVsqF78OF— Kerala Police (@TheKeralaPolice) April 22, 2023
ଯେମିତି କି ଚଢ଼େଇଟି ଉଡି ଆସି ପୁଲିସଙ୍କ ଖାକି ପୋଷାକରେ ବସି କହୁଛି,‘ଦେଖିଲ ଦେଖି ତୁମର ଖାକି ପୋଷାକ ସହିତ ମୋର ପରର ରଙ୍ଗ ବି ମିଶୁଛି ନା’।
ଏହି ଭିଡିଓକୁ ଲୋକେ ପସନ୍ଦ କରିବା ସହିତ ସେୟାର ବି କରୁଛନ୍ତି। ଏଥିସହିତ ସୋସିଆଲ ମିଡିଆ ବ୍ୟବହାରକାରୀ ଏହି ହୃଦୟସ୍ପର୍ଶୀ ଭିଡିଓକୁ ଦେଖିବା ପରେ ସୁନ୍ଦରସୁନ୍ଦର ପ୍ରତିକ୍ରିୟା ଦେଉଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/64bdc802-2c1c-47f3-8c75-449a94af6168.jpg)