ଆଇଫୋନ୍‌ ଟିଉନ୍‌ର ଗୀତ ଗାଉଛି ଏହି ପକ୍ଷୀ, ଲୋକଙ୍କୁ କରାଉଛି ଖୁସି

ଅଧିକାଂଶ ଲୋକଙ୍କର ବିଶ୍ୱାସ ଯେ କୁକୁର କାନ୍ଦିରେ କିମ୍ବା ଭୁକିଲେ ଅଶୁଭ ହୋଇଥାଏ। ମାତ୍ର ପକ୍ଷୀ ଗୀତ ଗାଇଲେ ମଣିଷର ଦୁଃଖ କମିଯାଏ ବୋଲି ଆପଣ କେବେ ଶୁଣିଛନ୍ତି। ଅବିଶ୍ୱାସ ଲାଗୁଥିଲେ ବି କଥାଟି ଏକଦମ ସତ। ଏକ ପକ୍ଷୀ ଆଇଫୋନ୍‌ ଟିଉନ୍‌ ପରି ହଠାତ ଗୀତ ଗାଇବା ଆରମ୍ଭ କରିବାରୁ ନିଜ ମାଲିକଙ୍କ ଦୃଷ୍ଟି କେନ୍ଦ୍ରିତ କରିପାରିଛି।

ନିକଟରେ ୟୁଟ୍ୟୁବ୍‌ରେ ଏକ ଭିଡିଓ ଦେଖିବାକୁ ମିଳିଛି। ବେନ୍‌ ପ୍ଲୁମିୟର୍‌ ନାମକ ଜଣେ ୟୁଟ୍ୟବର୍‌ ନିଜ ବନ୍ଧୁଙ୍କ ପକ୍ଷୀ ଏହି ଗୀତ ଗାଉଥିବା ସମୟରେ ଏକ ରେକର୍ଡିଂ କରି ୟୁଟ୍ୟବ୍‌ରେ ଅପ୍‌ଲୋଡ କରିଛନ୍ତି। ଏହି ଭିିଡିଓଟିର ପକ୍ଷୀଟି ଗାଉଥିବା ଗୀତ ପୂରାପୂରି ଆଇଫୋନ୍‌ ଟିଉନ୍‌ ପରି ଶୁଭୁଛି। ଉଚ୍ଚ ସ୍ୱରରେ ଗୀତ ଗାଇ ଗାଇ ପକ୍ଷୀଟି ମଣିଷଙ୍କ ଧ୍ୟାନ ନିଜ ଆଡକୁ ନେବାକୁ ଚେଷ୍ଟା କରୁଛି। ଏହି ପକ୍ଷୀ କାରଣରୁ ଆଇଫୋନ୍‌ ଆହୁରି କିଛି ପ୍ରଶଂସକ ପାଇବାରେ ସମର୍ଥ ହୋଇପାରିଛି।

ସମ୍ବନ୍ଧିତ ଖବର