ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଅନେକ ପଶୁ ଓ ପକ୍ଷୀଙ୍କ ଭିଡିଓ ଭାଇରାଲ ହୋଇଥାଏ। ଏହି ଭିଡିଓଗୁଡିକରେ ବେଳେବେଳେ ପକ୍ଷୀମାନଙ୍କର ସୁନ୍ଦର କାର୍ଯ୍ୟକଳାପ ଦେଖିବାକୁ ମିଳିଥିବା ବେଳେ ପଶୁମାନଙ୍କ ମଜାମସ୍ତି ବି ନଜରକୁ ଆସିଥାଏ। ବେଳେବେଳେ ଏହି ଭିଡିଓଗୁଡିକରେ ପକ୍ଷୀ ଏବଂ ପଶୁମାନଙ୍କର ସେହି ଦିଗଗୁଡ଼ିକୁ ଦେଖିବାକୁ ମିଳିଥାଏ, ଯାହା ବିଷୟରେ ଆମେ ଜାଣିନଥାଉ।
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ପଶୁ ଓ ପକ୍ଷୀଙ୍କ ମଧ୍ୟରେ ଥିବା ଏକ ସୁନ୍ଦର ସମ୍ପର୍କକୁ ଆପଣ ଦେଖି ପାରିବେ। ଏଥିରେ ହରିଣ ଏବଂ ପକ୍ଷୀ ମଧ୍ୟରେ ଥିବା ଏକ ହୃଦୟସ୍ପର୍ଶୀ ସମ୍ପର୍କ ଦେଖିବାକୁ ମିଳୁଛି।
Jackdaws collecting fur from a deer to build nests with...🦌𓅨🪹😍 pic.twitter.com/vUVL0pSNch
— 𝕐o̴g̴ (@Yoda4ever) April 18, 2022
ଏହି ଭିଡିଓରେ ଆପଣ ଦେଖିପାରିବେ ଯେ ହରିଣ ଉପରେ ତିନିଟି ପକ୍ଷୀ ବସିଛନ୍ତି। ଏମାନେ ସମସ୍ତେ ହରିଣର ଶରୀରରୁ ଲୋମ ସଂଗ୍ରହ କରୁଥିବା ଦେଖିବାକୁ ମିଳୁଛି। ପକ୍ଷୀମାନେ ହରିଣ ଉପରେ ଚଢ଼ିଥିବା ସତ୍ତ୍ବେ ହରିଣକୁ କୌଣସି ପ୍ରଭାବ ପଡ଼ୁନାହିଁ। ସେ ଓଲଟି ନିଜ ଶରୀରରୁ ଲୋମ ଭିଡି ନେଉଥିବା ପକ୍ଷୀଙ୍କୁ ସାହାଯ୍ୟ କରୁଥିବା ନଜର ଆସୁଛି।
ସୋସିଆଲ ମିଡିଆରେ ଦିନକୁ ଦିନ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓକୁ ଯୋଗର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ସେୟାର କରାଯାଇଛି। ଭିଡିଓ ସେୟାର କରି କ୍ୟାପସନରେ ଲେଖାଯାଇଛି, 'ଜେକଡା ନିଜର ବସା ତିଆରି କରିବା ପାଇଁ ଏକ ହରିଣରୁ ଲୋମ ସଂଗ୍ରହ କରୁଛି। ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/Untitled-1-copy-27.jpg)