କିପରି ଆବିର୍ଭାବ ହୋଇଥିଲେ ଦ୍ରୌପଦୀ ?

ମହାଭାରତର ଏକ ଉଲ୍ଲେଖନୀୟ ଚରିତ୍ର ହେଲା ଦ୍ରୌପଦୀ। ସେ ହେଉଛନ୍ତି ରାଜା ଦ୍ରୁପଦଙ୍କ କନ୍ୟା ଓ ପଞ୍ଚୁ ପାଣ୍ଡବଙ୍କ ପତ୍ନୀ।ଥରେ ରାଜା ଦ୍ରୁପଦ ପାଣ୍ଡବମାନଙ୍କ ସହିତ ଯୁଦ୍ଧରେ ଶୋଚନୀୟ ଭାବେ ପରିଚିତ ହେଲେ। ଏହାପରେ ଦ୍ରୁପଦ କିପରି ନିଜ ପରାଜୟର ପ୍ରତିଶୋଧ ନେବେ,ବିଶେଷ କରି ଦ୍ରୋଣାଚାର୍ଯ୍ୟଙ୍କୁ ହତ୍ୟା କରିବେ ସେହି ଚିନ୍ତାରେ ପଡ଼ିଗଲେ। ଦିନକୁ ଦିନ ରାଜା କ୍ଷୀଣ ହୋଇଗଲେ। ତାଙ୍କ ମନକୁ ଆସିଲା ଯଦି ତାଙ୍କର ଏକ ବୀର ପୁତ୍ର ଥାଆନ୍ତା,ତେବେ ସେ ନିଶ୍ଚିତ ରୂପେ ଦ୍ରୋଣାଚାର୍ଯ୍ୟଙ୍କୁ ନିହତ କରିଥାଆନ୍ତି। ସେ ପୁତ୍ରପ୍ରାପ୍ତିର କାମନା ନେଇ ବିଭିନ୍ନ ଆଶ୍ରମ ଋଷି ମୁନିଙ୍କୁ ଭେଟିଲେ।
ଏମିତି ବୁଲୁବୁଲୁ ଥରେ ରାଜା ଦ୍ରୁପଦ ଏକ ନଗରରେ ପହଞ୍ଚିଲେ। ସେହି ନଗରରେ ବ୍ରହ୍ମଚର୍ଯ୍ୟ ପାଳନ କରୁଥିବା ବ୍ରାହ୍ମଣମାନେ ରହୁଥିଲେ। ସେଠାରେ ଥିବା ଦୁଇଜଣ ବ୍ରାହ୍ମଣଙ୍କୁ ଭେଟିଲେ ରାଜା। ପ୍ରଥମେ ସେ ସାନଭାଇଙ୍କୁ ଭେଟିଲେ ଏବଂ ନିଜର ମନ କଥା କହିଲେ। ସାନ ଭାଇ ବଡ଼ ଭାଇଙ୍କ ସହୟତା ଲୋଡ଼ିବାକୁ ପରାମର୍ଶ ଦେଲେ। ଏହାପରେ ରାଜା ଦ୍ରୁପଦ ବଡ଼ ବ୍ରାହ୍ମଣଙ୍କୁ ପୁତ୍ର ପ୍ରାପ୍ତି ଲାଗି ଯଜ୍ଞ କରିବାର ପ୍ରାର୍ଥନା କରିଲେ। ସେ ମଧ୍ୟ ରାଜିହେଲେ ଏବଂ ଯଜ୍ଞାନୁଷ୍ଠାନ କରିଲେ।


ସେହି ଯଜ୍ଞକୁଣ୍ଡରୁ ଜଣେ ଦିବ୍ୟକୁମାର ପ୍ରକଟ ହେଲେ। ସେହି ଦିବ୍ୟକୁମାର ଯଜ୍ଞ କୁଣ୍ଡରୁ ବାହାରିବା ମାତ୍ରେ ଗର୍ଜନ କରିବାରେ ଲାଗିଲେ। ସେ ରଥରେ ବସି ଏଣେ ତେଣେ ବୁଲିବାରେ ଲାଗିଲେ। ସେହି ହବନ କୁଣ୍ଡରୁ ଆଉ ଜଣେ କୁମାରୀ କନ୍ୟାଙ୍କର ଆବିର୍ଭାବ ହେଲା। ଶ୍ୟାମଳାଙ୍ଗୀ ଏହି କନ୍ୟାକୁ ଦେଖି ସମସ୍ତେ ଭାବିଲେ,ଏଇ କୌଣସି ଦେବ କନ୍ୟା ଏବଂ ସେ ମନୁଷ୍ୟ ରୂପ ଧାରଣା କରି ଧରାପୃଷ୍ଠରେ ଅବତରିତ ହୋଇଛନ୍ତି। ଅପରପକ୍ଷରେ ଦିବ୍ୟକୁମାର ଜଣେ ଖୁବ୍‌ ଶକ୍ତିମାନ୍‌ ଓ ରୂପବାନ୍‌ ଯୁବକ ଥିଲେ,ଯିଏ କର୍ଣ୍ଣରେ କୁଣ୍ଡଳ ଧାରଣ କରିଥିଲେ। ଏଥିପାଇଁ ତାଙ୍କ ନାମ ରଖାଗଲା ଧ୍ରୁଷ୍ଟଦ୍ୟୁମ୍ନ। କୁମାରୀ ଜଣକ କୃଷ୍ଣ କର୍ଣ୍ଣା ହୋଇଥିବା ହେତୁ ତାଙ୍କର ନାମକରଣ ରଖାଗଲା କୃଷ୍ଣା।

ସମ୍ବନ୍ଧିତ ଖବର