ଆପଣଙ୍କ ଜନ୍ମ ତାରିଖରୁ ଜାଣନ୍ତୁ କେମିତି କଟିବ ୨୦୧୯

୧, ୧୦, ୧୯ ଓ ୨୮ ତାରିଖରେ ଜନ୍ମଗ୍ରହଣ କରିଥିବା ବ୍ୟକ୍ତିଙ୍କ ମୂଳାଙ୍କ ଏକ (୧)
ଏ ବର୍ଷଟି ଆପଣଙ୍କ ଲାଗି ଉନ୍ନତି ଓ ପ୍ରଗତି କାରକ ରହିବ। ଲମ୍ବା ସମୟ ଧରି ସ୍ଥଗିତ ଥିବା କାର୍ଯ୍ୟ ପୂରା ହୋଇଯିବ। ବେପାର ବୃତ୍ତିରେ ଯଥେଷ୍ଟ ଲାଭ ପାଇବେ। ମଇରୁ ଅଗଷ୍ଟ ମାସ ମଧୢରେ ଚାକିରି ଅନ୍ବେଷଣରେ ଥିବା ବ୍ୟକ୍ତି ବିଶେଷଙ୍କୁ ବଢ଼ିଆ ଚାକିରି ମିଳିବ। ସରକାରୀ ଚାକିରିଆଙ୍କୁ ଏ ବର୍ଷ ପ୍ରମୋସନ ମିଳିବାର ପ୍ରବଳ ସମ୍ଭାବନା ରହିଛି। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିମାନଙ୍କ ଲାଗି ବର୍ଷଟି ଭଲ ରହିବ। ଦଳ ଓ ସ˚ଗଠନରେ ଆପଣଙ୍କର ସ୍ଥିତି ମଜଭୁତ ହେବ। ପାରିବାରିକ ଜୀବନ ସୁଖମୟ ଓ ଶାନ୍ତିମୟ ହେବ। ଅବିବାହିତମାନେ ଜାନୁଆରି, ଜୁଲାଇ ଓ ଅଗଷ୍ଟ ମାସରେ ପ୍ରେମ ଆଳାପ ପାଇଁ ଚମତ୍କାର ସୁଯୋଗ ପାଇବେ। ଡାକ୍ତରୀ ଓ ଇ˚ଜିନିୟରି˚ ଛାତ୍ରଙ୍କ ଲାଗି ବର୍ଷଟି ଖୁବ୍‌ ଭଲ ରହିବ। ଶାରୀରିକ ଓ ମାନସିକ ଦୃଷ୍ଟିରୁ ଖୁବ୍‌ ସୁସ୍ଥ ରହିବେ।
ଶୁଭଫଳ ପାଇଁ ପରାମର୍ଶ- ଯୋଗାସନ: ସୂର୍ଯ୍ୟ ନମସ୍କାର ଆସନ। ଶୁଭରତ୍ନ: ମାଣିକ୍ୟ ଓ ଗାର‌୍‌ନେଟ୍‌। ଶୁଭସ୍ଥାନ: ଅନୁଗୁଳ, ଗୋପାଳପୁର ଓ ଚଣ୍ତିଗଡ଼।
୨, ୧୧, ୨୦ ଓ ୨୯ ତାରିଖରେ ଜନ୍ମଗ୍ରହଣ କରିଥିବା ବ୍ୟକ୍ତିଙ୍କ ମୂଳାଙ୍କ ଦୁଇ (୨)
ଏ ବର୍ଷ ଆପଣଙ୍କୁ କ୍ୟାରିୟର ମାମଲାରେ ଭଲ ପରିଣାମ ପ୍ରାପ୍ତ ହେବ। ମାର୍ଚ୍ଚରୁ ଜୁଲାଇ ମାସ ମଧୢରେ ଅପାର ଧନଲାଭର ସମ୍ଭାବନା ରହିଛି। କଳାକାରଙ୍କ ଲାଗି ସୁବର୍ଣ୍ଣ ସୁଯୋଗ। ବଡ଼ ପ୍ରଡକ୍ସନ ସ˚ସ୍ଥାରେ ଅନୁବନ୍ଧ ପାଇବେ। କୃଷି, ଗଣମାଧୢମ, ଟ୍ରାଭେଲ ଏଜେନ୍‌ସି ଓ ଥଣ୍ତା ପାନୀୟ ବ୍ୟବସାୟୀମାନେ ଏ ବର୍ଷ ଯଥେଷ୍ଟ ସଫଳତା ଓ ଲାଭ ପାଇବେ। ଫାଇନ୍‌ ଆର୍ଟ, ସୃଷ୍ଟିଶୀଳ କବି ଓ ଲେଖକଙ୍କ ପାଇଁ ବର୍ଷଟି ଉତ୍କୃଷ୍ଟ ରହିବ। ଏ ବର୍ଷ ପାରିବାରିକ ଓ ବୈବାହିକ ଜୀବନ ଭଲ ହେବ। ବିବାହ ଯୋଗ୍ୟ ଯୁବତୀଙ୍କ ଲାଗି ଏ ବର୍ଷ ବିବାହର ସୁଯୋଗ। ଇ˚ଜିନିୟରି˚ ଓ ଆଇନ ଛାତ୍ରୀମାନେ ପରୀକ୍ଷାରେ ଖୁବ୍‌ ଭଲ କରିବେ। ଯେଉଁମାନଙ୍କର ପେଟରୋଗ ଅଛି ସେମାନେ ଫେବ୍ରୁଆରି, ଅଗଷ୍ଟ ଓ ନଭେମ୍ବର ମାସରେ ଖାଦ୍ୟ ପାନୀୟ ପ୍ରତି ସଜାଗ ରହନ୍ତୁ।
ଶୁଭଫଳ ପାଇଁ ପରାମର୍ଶ- ଯୋଗାସନ: ମୟୂରାସନ, ସର୍ବାଙ୍ଗାସନ ପାଦାସନ ଓ ପବନମୁକ୍ତ ଆସନ। ଶୁଭରତ୍ନ: ମୋତି ଓ ଚନ୍ଦ୍ରକାନ୍ତମଣି।
ଶୁଭସ୍ଥାନ: ନବରଙ୍ଗପୁର, ତାଳଚେର ଓ ମଥୁରା।


୩, ୧୨, ୨୧ ଓ ୩୦ ତାରିଖରେ ଜନ୍ମଗ୍ରହଣ କରିଥିବା ବ୍ୟକ୍ତିଙ୍କ ମୂଳାଙ୍କ ତିନି (୩)
ଏ ବର୍ଷ ଆପଣଙ୍କ ପାଇଁ ବହୁତ ବଢ଼ିଆ ରହିବ। ଆପଣଙ୍କ କ୍ୟାରିୟର ପାଇଁ ନୂଆ ସୁଯୋଗ। ଧନାଗମ, ବ୍ୟାବସାୟିକ ସଫଳତା ସବୁକିଛି ଏଇ ବର୍ଷଟିରେ ପାଇପାରିବେ। ସେୟାର ବଜାରରେ ଅର୍ଥନିବେଶ କରନ୍ତୁ। ଦେଖିବେ, ବର୍ଷ ଶେଷ ବେଳକୁ ଲାଭ ଆପଣଙ୍କ ଆଶାକୁ ଟପି ଯିବ। ଆପଣ ବ୍ୟବସାୟ ଚାକିରି କ୍ଷେତ୍ରରେ ଢିଲା ହୁଅନ୍ତୁ ନାହିଁ। ବିଶେଷ କରି ଅଗଷ୍ଟ, ସେପ୍‌ଟେମ୍ବର ଦିମାସ ଆପଣ ସତର୍କ ନରହିଲେ ହଇରାଣରେ ପଡ଼ିଯାଇପାରନ୍ତି। ବର୍ଷ ଆରମ୍ଭରୁ ଘରୋଇ ବାତାବରଣ ଶାନ୍ତିମୟ ଓ ସୁଖମୟ ରହିବ। ପ୍ରେମିକପ୍ରେମିକାଙ୍କ ଲାଗି ବର୍ଷଟି ଖୁବ୍‌ ଭଲ। ପରିବାରବର୍ଗଙ୍କ ସହମତିରେ ବିବାହ କରିପାରିବେ। ଛାତ୍ରଛାତ୍ରୀମାନେ ଭଲ କରିବେ। ପରୀକ୍ଷା ଓ ସାକ୍ଷାତକାରରେ ଆଶାନୁରୂପ ଫଳ ପାଇବେ। ଯେଉଁମାନେ ମଧୁମେହ ଓ ସ୍ନାୟୁବିକ ରୋଗରେ ପୀଡ଼ିତ ଅଛନ୍ତି ସେମାନେ ଅଗଷ୍ଟ ସେପ୍‌ଟେମ୍ବର ମାସରେ ସ୍ବାସ୍ଥ୍ୟରେ ବିଶେଷ ଯତ୍ନ ନିଅନ୍ତୁ।
ଶୁଭଫଳ ପାଇଁ ପରାମର୍ଶ- ଯୋଗାସନ: ଶୀର୍ଷାସନ, ଧନୁରାସନ ଓ ସୂର୍ଯ୍ୟ ନମସ୍କାର ଆସନ। ଶୁଭରତ୍ନ: ପୁଷ୍ପରାଗମଣି ଓ ପୀତ ଟପାଜ।
ଶୁଭସ୍ଥାନ: କୋଣାର୍କ, ବାରିପଦା ଓ ଅମୃତସର।
୪,୧୩, ୨୨ ଓ ୩୧ ତାରିଖରେ ଜନ୍ମଗ୍ରହଣ କରିଥିବା ବ୍ୟକ୍ତିଙ୍କ ମୂଳାଙ୍କ ଚାରି (୪)
ଏ ବର୍ଷଟି ଆପଣଙ୍କ ଲାଗି ବହୁତ ଉତ୍ତମ ଓ ଉପଲବ୍‌ଧି ଭରା ରହିବ। ଆପଣ ନିଜ ପରିଶ୍ରମର ଫଳ ଦ୍ବିଗୁଣା ପାଇବେ। ଯେଉଁମାନେ ନୂଆ ବ୍ୟବସାୟ କରିବାକୁ ଆଗ୍ରହୀ, ସେମାନେ ସରକାରୀ ସହଯୋଗ ମଧୢ ପାଇପାରିବେ। ଶିଳ୍ପପତିମାନେ କୌଣସି ପୁରସ୍କାର ଦ୍ବାରା ସମ୍ମାନିତ ହୋଇପାରନ୍ତି। ଫେବ୍ରୁଆରିରୁ ଅପ୍ରେଲ ମାସ ମଧୢରେ ଅଳ୍ପ ପରିଶ୍ରମ କରି ଯଥେଷ୍ଟ ଲାଭ ପାଇବାର ଇଚ୍ଛା ପରିହାର କରନ୍ତୁ। ଏହା ଆପଣଙ୍କୁ ଅଧିକ ଅସୁବିଧାରେ ପକାଇପାରେ। ଚାକିରି କିମ୍ବା ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିମାନେ କୌଣସି ସମ୍ମାନଜନକ ପଦବିକୁ ମନୋନୀତ ହୋଇପାରନ୍ତି। ଅଭିଭାବକ ବା କୌଣସି ଆତ୍ମୀୟଙ୍କର ଅସୁସ୍ଥତା, ପତ୍ନୀଙ୍କ ସହିତ ସାମୟିକ ଝଗଡ଼ା ଆପଣଙ୍କ ଶାନ୍ତ ମନକୁ ଅଶାନ୍ତ କରି ତୋଳିବ। ମଇରୁ ଜୁଲାଇ ମାସ ମଧୢରେ ପରିସ୍ଥିତିରେ ପରିବର୍ତ୍ତନ ଆସିବ। ଏଇ ସମୟରେ ସପରିବାର ସହିତ ମନୋରମ ସ୍ଥାନକୁ ଛୁଟି କଟାଇବାକୁ ଯାଇପାରନ୍ତି। ଛାତ୍ରଛାତ୍ରୀଙ୍କର ଲେଖାପଢ଼ାରେ ଏକାଗ୍ରତା ଦିନ ପ୍ରତିଦିନ ବୃଦ୍ଧି ହେବ। ଯେଉଁମାନଙ୍କର ଉଚ୍ଚ ରକ୍ତଚାପ ଓ ଗ୍ୟାସ୍‌ଟିକ ଅଛି, ସେମାନେ ସ୍ବାସ୍ଥ୍ୟ ସମ୍ବନ୍ଧରେ ସତର୍କ ରହନ୍ତୁ।
ଶୁଭଫଳ ପାଇଁ ପରାମର୍ଶ- ଯୋଗାସନ: ସୂର୍ଯ୍ୟ ନମସ୍କାର, ଶୀର୍ଷାସନ, ସର୍ବାଙ୍ଗାସନ ଓ ଶବାସନ। ଶୁଭରତ୍ନ: ନୀଳା ଓ ଗୋମେଦ।
ଶୁଭସ୍ଥାନ:ଭଦ୍ରକ,ଗଞ୍ଜାମ ଓ ବିଶାଖାପାଟଣା।
୫,୧୪ ଓ ୨୩ ତାରିଖରେ ଜନ୍ମଗ୍ରହଣ କରିଥିବା ବ୍ୟକ୍ତିଙ୍କ ମୂଳାଙ୍କ ପାଞ୍ଚ (୫)
ସକାରାତ୍ମକ ଭାବନା ଓ ପ୍ରୟାସ ଆପଣଙ୍କୁ ଧୀରେଧୀରେ ସଫଳତା ଆଡ଼କୁ ଆଗେଇ ନେଇଯିବ। ମାର୍ଚ୍ଚ ଅପ୍ରେଲ ମାସରେ ପଇସା ନେଣଦେଣ ସାବଧାନରେ କରିବା ଆବଶ୍ୟକ। ଜୁନ ଜୁଲାଇ ମାସରେ ବେପାର ବଣିଜରେ ଆଶା ଠୁଁ ଅଧିକ ଲାଭ ପାଇ ପାରିବେ। ସରକାରୀ ଚାକିରିଆଙ୍କୁ ସରକାରଙ୍କ କୌଣସି ଯୋଜନାରୁ ଫାଇଦା ହେବ। ଖେଳାଳିମାନଙ୍କ ଲାଗି ଏହା ଏକ ଆହ୍ବାନର ବର୍ଷ। ପାରିବାରିକ ସ୍ଥିତି ଚିନ୍ତାଜନକ ରହିପାରେ। ଯେଉଁମାନଙ୍କର ବୈବାହିକ ଜୀବନ ଅଶାନ୍ତି ଭିତର ଦେଇ ଯାଉଛି ସେମାନେ ପୃଥକ ପୃଥକ ରହିବେ କିମ୍ବା ଛାଡ଼ପତ୍ର ଦେଇ ପାରନ୍ତି। ଯଦି କୌଣସି ମତେ ବୁଝାମଣା କରି ରହି ଯାଇପାରିବେ ତେବେ ଦେଖିବେ, ବର୍ଷ ଶେଷ ବେଳକୁ ମନୋମାଳିନ୍ୟ ଦୂର ହୋଇଯାଇଛି। ୨୮ରୁ ୩୩ ବର୍ଷ ବୟସର ଯୁବତୀମାନେ ବିଦେଶରେ ବିବାହ କରିବେ। ଅବିବାହିତମାନେ ଅପେକ୍ଷା କରନ୍ତୁ, ହାସ୍ୟକୌତୁକ ଓ ପ୍ରେମଲୀଳା ପାଇଁ ଫେବ୍ରୁଆରି, ଜୁନ, ଜୁଲାଇ ମାସରେ ବଢ଼ିଆ ସୁଯୋଗ ପାଇବେ। ଛାତ୍ରଛାତ୍ରୀମାନେ ପରୀକ୍ଷାରେ ଭଲ କରିବା ପାଇଁ ଏକାଗ୍ରତା ସହିତ ଅଧିକ ପରିଶ୍ରମ କରନ୍ତୁ। ସାଧାରଣ ଭାବେ ସ୍ବାସ୍ଥ୍ୟ ଭଲ ରହିବ।
ଶୁଭଫଳ ପାଇଁ ପରାମର୍ଶ- ଯୋଗାସନ: ଶବାସନ, ପଦ୍ମାସନ ଓ ରେକି। ଶୁଭରତ୍ନ: ପାନ୍ନା ଓ ଫିରୋଜା। ଶୁଭସ୍ଥାନ: ଯାଜପୁର, ଟିଟିଲାଗଡ଼ ଓ କାନପୁର।


୬, ୧୫ ଓ ୨୪ ତାରିଖରେ ଜନ୍ମଗ୍ରହଣ କରିଥିବା ବ୍ୟକ୍ତିଙ୍କ ମୂଳାଙ୍କ ଛଅ (୬)
ଏ ବର୍ଷ ଜୀବନକୁ ନୂଆ ଠିକଣା ଆଡ଼କୁ ଆଗେଇ ନେଇଯିବା ପାଇଁ ବଢ଼ିଆ ସୁଯୋଗ ଆସିବ। ମାର୍ଚ୍ଚରୁ ସେପ୍‌ଟେମ୍ବର ମାସ ମଧୢରେ ଆପଣଙ୍କୁ ବିବିଧ କ୍ଷେତ୍ରରେ ଆର୍ଥିକ ଲାଭ ମିଳିବ। ଆପଣ କାରବାର ବୃଦ୍ଧି ଲାଗି ବିଦେଶ ଯାତ୍ରା କରିପାରନ୍ତି। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ସୀମା ବଢ଼ାଇବେ। ବିରୋଧୀମାନେ କ୍ଷତି କରିବାକୁ ଷଡ଼୍‌ଯନ୍ତ୍ର ରଚିଲେ ବି କିଛି କରିପାରିବେ ନାହିଁ। ସିନେମା ଓ ସଙ୍ଗୀତ କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ସଫଳତାର ଶୀର୍ଷରେ ପହଞ୍ଚିପାରିବେ। ଚାକିରି ତଲାସରେ ଥିବା ମହିଳାମାନେ ଅପ୍ରେଲରୁ ଜୁଲାଇ ମାସ ମଧୢରେ ରାଜ୍ୟ ବାହାରେ ଚାକିରି ପାଇବେ। ପାରିବାରିକ ଦାୟିତ୍ବ ପ୍ରତି ଟିକେ ଧୢାନ ଦିଅନ୍ତୁ, ଜୀବନସାଥୀଙ୍କ ଠାରୁ ଢେର୍‌ସାରା ପ୍ରେମ ପାଇବେ। ପ୍ରେମିକପ୍ରେମିକାମାନେ ଏ ବର୍ଷ ବିବାହ ସୁଖ ଲାଭ କରିବେ। ଛାତ୍ରଛାତ୍ରୀମାନଙ୍କ ଲାଗି ସକାରାତ୍ମକ ସମୟ। ପରିଶ୍ରମ ଅନୁସାରେ ପରୀକ୍ଷାରେ ଖୁବ୍‌ ଭଲ କରିବେ। ୨୦୧୮ରେ ଯେଉଁମାନଙ୍କର ସ୍ବାସ୍ଥ୍ୟରେ ସମସ୍ୟା ଦେଖା ଦେଇଥିଲା ଏ ବର୍ଷ ତାହା ସମାଧାନ ହୋଇଯିବ।
ଶୁଭଫଳ ପାଇଁ ପରାମର୍ଶ- ଯୋଗାସନ: ଶଲଭାସନ ଓ ସ୍ବଚ୍ଛ ଶୁଦ୍ଧ ବାୟୁରେ ଦୀର୍ଘଶ୍ବାସ ନେବା ଦରକାର। ଶୁଭରତ୍ନ: ହୀରା ଓ ଶ୍ବେତବୈକ୍ରାନ୍ତମଣି।
ଶୁଭସ୍ଥାନ: ଢେଙ୍କାନାଳ,ନୀଳଗିରି ଓ ଚେନ୍ନାଇ।
୭, ୧୬ ଓ ୨୫ ତାରିଖରେ ଜନ୍ମଗ୍ରହଣ କରିଥିବା ବ୍ୟକ୍ତିଙ୍କ ମୂଳାଙ୍କ ସାତ (୭)
ଏ ବର୍ଷଟି ଆପଣଙ୍କ ଲାଗି ସ୍ବାଗତ ନେଇ ଆସିଛି। ଆପଣ ନିଜର ସ୍ବପ୍ନକୁ ସାକାର କରିପାରିବେ। ଅପ୍ରେଲରୁ ଜୁନ ମାସ ମଧୢରେ ଆୟର ନୂଆ ସ୍ରୋତ ପ୍ରାପ୍ତ ହେବ। ମହିଳା ଶିଳ୍ପୋଦ୍ୟୋଗୀମାନେ ଏ ବର୍ଷ ଖୁବ୍‌ ଭଲ କରିବେ। ଫିଲ୍ମ ଓ ଟେଲି କଳାକାରମାନେ ଭଲ ବ୍ୟାନର ଫିଲ୍ମ ଓ ଧାରାବାହିକ‌େର କାମ କରିବାର ସୁଯୋଗ ପାଇବେ। ରାଜନୀତି କରୁଥିବା ବ୍ୟକ୍ତିମାନେ ଏ ବର୍ଷ କେନ୍ଦ୍ରୀୟ ମନ୍ତ୍ରୀ ଓ ଦଳର ସର୍ବୋଚ୍ଚ ପଦରେ ଅଧିଷ୍ଠିତ ବ୍ୟକ୍ତିଙ୍କ ସହିତ କାମ କରିବାର ଅବସର ପାଇବେ। ଚାକିରି ଓ ବ୍ୟବସାୟ କ୍ଷେତ୍ରରେ ଢିଲା ହୁଅନ୍ତୁ ନାହିଁ। ବିଶେଷ କରି ଜାନୁଆରି, ମାର୍ଚ୍ଚ, ଜୁଲାଇ, ସେପ୍‌ଟେମ୍ବର ଓ ଡିସେମ୍ବର ମାସରେ ଆପଣ ସତର୍କ ନରହିଲେ ହଇରାଣରେ ପଡ଼ି ଯାଇପାରନ୍ତି। ଏ ବର୍ଷ ନୂଆ ଭବନ ବା କାର‌୍‌ କିଣି ପାରନ୍ତି। ପାରିବାରିକ ଜୀବନ ସାମାନ୍ୟ ରହିବ। ଯଦି ଆପଣ ଏକାନ୍ନବର୍ତ୍ତୀ ପରିବାରରେ ରହୁଥାନ୍ତି, ତେବେ ସେପ୍‌ଟେମ୍ବର ଓ ଡିସେମ୍ବର ମାସ ବେଳକୁ ଅଲଗା ରହିବେ। ଛାତ୍ରଛାତ୍ରୀଙ୍କ ଲାଗି ବର୍ଷଟି ଉତ୍କୃଷ୍ଟ ରହିବ। ଜୁନରୁ ଅଗଷ୍ଟ ମାସ ମଧୢରେ ଉଚ୍ଚଶିକ୍ଷା ଲାଗି ବିଦେଶ ଯାତ୍ରା କରିପାରନ୍ତି। ସ୍ବାସ୍ଥ୍ୟ ପ୍ରାୟ ଭଲ ରହିବ। ଯେଉଁମାନଙ୍କର ପେଟରୋଗ ଅଛି, ସେମାନେ ଖାଦ୍ୟ ପାନୀୟ ପ୍ରତି ସଜାଗ ରହନ୍ତୁ।
ଶୁଭଫଳ ପାଇଁ ପରାମର୍ଶ- ଯୋଗାସନ: ସୂର୍ଯ୍ୟ ନମସ୍କାର ଆସନ ଓ ସର୍ବାଙ୍ଗାସନ।
ଶୁଭରତ୍ନ: ଚନ୍ଦ୍ରକାନ୍ତମଣି ଓ ବୈଦୁର୍ଯ୍ୟମଣି।
ଶୁଭସ୍ଥାନ: ଭୁବନେଶ୍ବର, ସୋନପୁର ଓ କୋଲକତା।
୮,୧୭ ଓ ୨୬ ତାରିଖରେ ଜନ୍ମଗ୍ରହଣ କରିଥିବା ବ୍ୟକ୍ତିଙ୍କ ମୂଳାଙ୍କ ଆଠ (୮)
ଚାକିରି, ବେପାର ଓ ଆର୍ଥିକ ଦୃଷ୍ଟିରୁ ଏ ବର୍ଷଟି ଉଲ୍ଲେଖନୀୟ ହେବ। ବର୍ଷର ପ୍ରଥମ ଚାରିମାସ ବୈ‌େଦଶିକ ବେପାର ବଣିଜରେ ପ୍ରଚୁର ଲାଭ ପାଇବେ। ଚାକିରିଜୀବୀଙ୍କ ଲାଗି ସୁବର୍ଣ୍ଣ ସୁଯୋଗ। ସେମାନେ ଏଇ ସମୟ ଭିତରେ ପଦୋନ୍ନତି ପାଇ ପାରିବେ। ଖେଳାଳିମାନେ ପ୍ରତିଯୋଗିତାରେ ଭଲ କରିବେ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କ ଲାଗି ବର୍ଷଟି ଭଲ ରହିବ। ଦେଶର ଜଣାଶୁଣା ନେତାଙ୍କ ସହିତ ସ˚ପର୍କ ମଜଭୁତ ହେବ। ପରିବାରରେ ବୟୋଜ୍ୟେଷ୍ଠ କିମ୍ବା ବନ୍ଧୁବର୍ଗରେ କାହାରି ଅସୁସ୍ଥତା ଓ ପତ୍ନୀଙ୍କ ସହିତ ସାମୟିକ ଝଗଡ଼ା ଆପଣଙ୍କ ମନରେ ଉତ୍ତେଜନା ସୃଷ୍ଟି କରିବ। ସେପ୍‌ଟେମ୍ବର ମାସ ବେଳକୁ ପରିସ୍ଥିତିରେ ପରିବର୍ତ୍ତନ ଆସିବ। ଦାମ୍ପତ୍ୟ ଜୀବନ ସୁଖକର ହେବ। ବନ୍ଧୁବର୍ଗ ଗଢ଼ିବେ। ନୂଆ କାମରେ ବଡ଼ ସହରକୁ ଯାଇପାରନ୍ତି। ଛାତ୍ରଛାତ୍ରୀମାନେ ଏକମନା ହୋଇ କଠିନ ପରିଶ୍ରମ କରନ୍ତୁ, ପରୀକ୍ଷାରେ ଭଲ କରିବେ। ସ୍ବାସ୍ଥ୍ୟ ଭଲ ରହିବ। ଲିଭର ଓ ମୂତ୍ରଯନ୍ତ୍ର ସମସ୍ୟା ପ୍ରତି ଯତ୍ନ ନିଅନ୍ତୁ।
ଶୁଭଫଳ ପାଇଁ ପରାମର୍ଶ- ଯୋଗାସନ: ସୂର୍ଯ୍ୟ ନମସ୍କାର ଆସନ, ଭୁଜଙ୍ଗାସନ ଓ ଶୀର୍ଷାସନ।
ଶୁଭରତ୍ନ: ନୀଳା ଓ ଏମେଥିଷ୍ଟି। ଶୁଭସ୍ଥାନ: କଟକ, ବାଲେଶ୍ବର ଓ ରାମେଶ୍ବରମ୍‌।


୯, ୧୮ ଓ ୨୭ ତାରିଖରେ ଜନ୍ମଗ୍ରହଣ କରିଥିବା ବ୍ୟକ୍ତିଙ୍କ ମୂଳାଙ୍କ ନଅ (୯)
ଆର୍ଥିକ ସ୍ଥିତି ମଜଭୁତ କରିବା ପାଇଁ ଏ ବର୍ଷଟି ଆପଣଙ୍କୁ ଢେର‌୍‌ ସୁଯୋଗ ଆଣିଦେବ। ମାର୍ଚ୍ଚରୁ ଜୁଲାଇ ମାସ ମଧୢରେ ଧନଲାଭର ପ୍ରବଳ ସମ୍ଭାବନା ରହିଛି। ଷ୍ଟକ ମାର୍କେଟ୍‌ର ଚାଲେଞ୍ଜ ନିଅନ୍ତୁ। ଜୁଲାଇ ସେପ୍‌ଟେମ୍ବର ମାସରେ ଶିଳ୍ପସ˚ସ୍ଥା ଗଢ଼ିବାର ସୁଯୋଗ ମିଳିବ। ଚାକିରିରେ ପଦୋନ୍ନତି ଓ ମନ ଚାହୁଁଥିବା ଅଞ୍ଚଳକୁ ବଦଳି ହେବେ। ଆଇନ ବ୍ୟବସାୟ କ୍ଷେତ୍ରରେ ଥିବା ମହିଳାମାନେ ବହୁ ସଫଳତା ହାସଲ କରିବେ। ବ୍ୟକ୍ତିଗତ ଜୀବନରେ ଗତବର୍ଷ ଯେଉଁସବୁ ସମସ୍ୟା ସୃଷ୍ଟି ହୋଇଥିଲା, ତାହା ଏ ବର୍ଷ ଅପସରି ଯିବ ଏବ˚ ନୂତନ ବୁଝାମଣା ମଧୢ ସୃଷ୍ଟି ହୋଇପାରିବ। ପ୍ରେମ ଜୀବନ ପାଇଁ ବର୍ଷଟି ଉତ୍ତମ। ଜୁନ, ଜୁଲାଇ ମାସରେ ପ୍ରିୟତମଙ୍କ ସହିତ ବାହାରକୁ ବୁଲି ଯାଇପାରନ୍ତି। ଛାତ୍ରଛାତ୍ରୀଙ୍କ ଲାଗି ବର୍ଷଟି ବରଦାନ ସାବିତ ହେବ। ଯେଉଁମାନେ ଉଚ୍ଚଶିକ୍ଷା ଲାଗି ବିଦେଶ ଯିବାକୁ ଭାବିଚନ୍ତି, ସେମାନଙ୍କର ଆଶା ଏ ବର୍ଷ ପୂରା ହୋଇପାରେ। ଉଚ୍ଚ ରକ୍ତଚାପ ଓ ମଧୁମେହ ରୋଗୀମାନେ ଫେବ୍ରୁଆରି, ମାର୍ଚ୍ଚ, ଅକ୍ଟୋବର ଓ ନଭେମ୍ବର ମାସରେ ଡାକ୍ତରଙ୍କ ପରାମର୍ଶରେ ରହନ୍ତୁ।
ଶୁଭଫଳ ପାଇଁ ପରାମର୍ଶ- ଯୋଗାସନ: ସୂର୍ଯ୍ୟ ନମସ୍କାର ଆସନ ଓ ହଠଯୋଗକ୍ରିୟା।
ଶୁଭରତ୍ନ: ରକ୍ତପ୍ରବାଳ ଓ ଗାର୍‌ନେଟ।
ଶୁଭସ୍ଥାନ: ନୟାଗଡ଼, ଜୟପୁର ଓ ଜଲପାଇଗୁଡ଼ି।

ଜ୍ୟୋତିର୍ବିଦ ରବୀନ୍ଦ୍ର ଜେନା
-ବାଲେଶ୍ବର, ଫୋନ୍‌: ୯୮୬୧୩୬୦୬୯୦

ସମ୍ବନ୍ଧିତ ଖବର