ଚେନ୍ନାଇ: ବିରିୟାନି ଏଟିଏମ୍ ବା ବିରିୟାନି ମେସିନ୍ ବିଷୟରେ କେବେ ଶୁଣିଛନ୍ତି? ଦେଶର ପ୍ରଥମ ବିରିୟାନି ଭେଣ୍ଡିଂ ମେସିନ୍ ଏବେ ଚେନ୍ନାଇରେ ଦେଖିବାକୁ ମିଳିଛି। ଗ୍ରାହକମାନେ ବରାଦ ଦେଇ ଏହି ମେସିନ୍ରୁ ଏବେ ବିରିୟାନି ଗ୍ରହଣ କରିପାରିବେ।
ଏହି ମେସିନ୍ଟି ଚେନ୍ନାଇର ଷ୍ଟାର୍ଟ-ଅପ୍ ବାଇ ଭିଟ୍ଟୁ କଲ୍ୟାଣମ୍ ବା ବିଭିକେ ଦ୍ବାରା ଲଞ୍ଚ୍ ହୋଇଛି। ଏବେ ଏହି ମେସିନ୍ ଚେନ୍ନାଇର କୋଲାଟୁର୍ରେ ରହିଛି। ବିଭିକେ ବିରିୟାନିର ମାନ ବିବାହ ଭୋଜିରେ ଦିଆଯାଉଥିବା ବିରିୟାନି ସହ ସମାନ। ଏହାର ଆଉ ଏକ ଗୁରୁତ୍ବପୂର୍ଣ୍ଣ ଦିଗ ହେଲା, ଏଟିଏମରୁ ବାହାରୁଥିବା ବିରିୟାନି ଏକଦମ୍ ସଦ୍ୟ ପ୍ରସ୍ତୁତ ଅବସ୍ଥାରେ ଥାଏ।
ଏକ ବିଜ୍ଞପ୍ତି ପ୍ରକାଶ କରି କମ୍ପାନି କହିଛି କି ‘ଏବେ ବିରିୟାନିକୁ ଭଲପାଉଥିବା ଗ୍ରାହକମାନେ କେବଳ ଯେ ବିରିୟାନି ଖାଇପାରିବେ ତାହା ନୁହେଁ, ବରଂ ଏକ ଚମତ୍କାର ବରାଦ ଅଭିଜ୍ଞତା ବି କରିପାରିବେ।’
View this post on Instagram
ଗ୍ରାହକମାନେ ବରାଦ ଦେବା ପୂର୍ବରୁ ମେନୁ ବ୍ରାଉଜ୍ କରିବାକୁ ପଡ଼ିବ। ସେଠାରେ ନାମ ଓ ଯୋଗାଯୋଗ ନମ୍ବର ଆଦି ବିବରଣୀ ପ୍ରଦାନ କରିବାକୁ ହେବ। କ୍ୟୁଆର୍ କୋଡ ଜରିଆରେ ଗ୍ରାହକ ଟଙ୍କା ପୈଠ କରିବାକୁ ପଡ଼ିବ। ଟଙ୍କା ପୈଠ କରିବା ପରେ ବିରିୟାନି ମେସିନ୍ରେ ତଳ ସେଲ୍ଫରୁ ବାହାରିବା ମଧ୍ୟରେ କାଉଣ୍ଟ୍ଡାଉନ୍ ଆରମ୍ଭ ହୋଇଯିବ।
ଗ୍ରାହକଙ୍କୁ ନିଜର ବରାଦ ଗ୍ରହଣ କରିବାକୁ କେବଳ ଗୋଟାଏ ଛୋଟ ଡୋର୍କୁ ଖୋଲିବାକୁ ପଡ଼ିବ। ଇନ୍ଷ୍ଟାଗ୍ରାମ୍ ପେଜ୍ରେ ଏହି ଭେଣ୍ଡିଂ ମେସିନ୍ର ଏକ ଭିଡିଓ ସେୟାର୍ କରାଯାଇଛି। କିପରି ଅତି ସହଜରେ ଗ୍ରାହକ ବରାଦ ଦେଇଥିବା ବିରିୟାନିକୁ ଗ୍ରହଣ କରିପାରୁଛନ୍ତି ତାହା ଭିଡିଓରେ ଦେଖିବାକୁ ମିଳିଛି।