କଣ୍ଟେନମେଣ୍ଟ୍‌ ଜୋନ୍‌ରେ ଚିକେନ ବିରିୟାନି, ମଟନ, ସିଙ୍ଗଡ଼ା ଓ ମିଠା ବରାଦ କରୁଛନ୍ତି ଲୋକେ

ନୂଆଦିଲ୍ଲୀ: ଦିଲ୍ଲୀର କରୋନାଭାଇରସ୍‌ କଣ୍ଟେନମେଣ୍ଟ୍‌ଜୋନ୍ ଏବଂ ‌କ୍ବାରେଣ୍ଟାଇନ ସେଣ୍ଟର୍‌ରେ ଥିବା ଅନେକ ବାସିନ୍ଦା ସେଠାରେ ନିୟୋଜିତ ହୋଇଥିବା ଜିଲ୍ଲା ଅଧିକାରୀମାନଙ୍କୁ ଅଜବ ପ୍ରକାରର ପାଟି ସୁଆଦିଆ ଖାଦ୍ୟ ସବୁ ବରାଦ କରୁଛନ୍ତି ବୋଲି ଜିଲ୍ଲା ଅଧିକାରୀମାନେ ଅଭିଯୋଗ ଆଣିଛନ୍ତି। ସେମାନେ ଚିକେନ୍‌ ବିରିୟାନି, ମଟନ ପିଜା, ମିଠା ଏବଂ ଗରମ ସିଙ୍ଗନା ବରାଦ କରୁଛନ୍ତି ବୋଲି ଜାଣିବାକୁ ମିଳିଛି।

ଆପଣ ଜାଣିଥିବେ ନିଶ୍ଚୟ ଯେ କଣ୍ଟେଣ୍ଟ୍‌ମେଣ୍ଟ୍‌ ଜୋନ୍‌ ଘୋଷଣା ହୋଇଥିବା ଅଞ୍ଚଳର ରହୁଥିବା ଲୋକଙ୍କ ପାଇଁ ବାହରକୁ ଯିବା ପାଇଁ ଅନୁମତି ନାହିଁ। ସେମାନଙ୍କୁ ସରକାରଙ୍କ ତରଫରୁ ସମସ୍ତ ପ୍ରକାରର ଆବକ୍ୟକୀୟ ସାମଗ୍ରୀ ଘର ଦୁଆରେ ଯୋଗାଇ ଦିଆଯାଉଛି। କୌଣସି ଅଞ୍ଚଳକୁ କଣ୍ଟେଣ୍ଟ୍‌ମେଣ୍ଟ୍‌ ଜୋନ୍ ବୋଲି ଘୋଷଣା କରାଯିବା ପରେ ପୁଲିସ୍‌ ଏବଂ ଅଧିକାରୀମାନେ ମିଶି ଏକ ହ୍ବାଟ୍‌ସଆପ୍‌ ଗ୍ରୁପ୍‌ କରିଥାନ୍ତି। ସେହି ଗ୍ରୁପ୍‌ରେ ଲୋକମାନଙ୍କ ବରାଦ ଅନୁସାରେ ସାମଗ୍ରୀ ଘରେ ଘରେ ପହଞ୍ଚାଇ ଦିଆଯାଏ।

Representative Image

ଦିଲ୍ଲୀର ନରେଲା ଅଞ୍ଚଳରେ ଏହି କଣ୍ଟେଣ୍ଟ୍‌ମେଣ୍ଟ୍‌ ଜୋନ୍‌ରେ ନିୟୋଜିତ ହୋଇଥିବା ଅଧିକାରୀମାନେ କୁହନ୍ତି କି ସେଠାକାର ଅଧିକାଂଶ ବାସିନ୍ଦା ଚିନେକ୍‌ ବିରିୟାନି ଓ ମଟନ୍‌ ଆଦି ଖାଇବା ବରାଦ କରୁଛନ୍ତି।

ଦକ୍ଷିଣ ଦିଲ୍ଲୀର ଅଧିକାଂଶ ବାସିନ୍ଦା ପିଜା ଏବଂ ଗରମ ସିଙ୍ଗଡ଼ା ବରାଦ କରୁଥିବାର ଅଧିକାରୀ ଜଣାଇଛନ୍ତି। ଦକ୍ଷିଣ ଦିଲ୍ଲୀରେ ସମୁଦାୟ ୯ଟି କଣ୍ଟେଣ୍ଟ୍‌ମେଣ୍ଟ୍‌ ଜୋନ୍ ଅଛି। ପୂର୍ବ ଦିଲ୍ଲୀରେ ଥିବା କିଛି ବାସିନ୍ଦା ମିଠା ବରାଦ କରୁଛନ୍ତି।

ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ, ‘ଯେଉଁ ଅଞ୍ଚଳ ସିଲ୍‌ ହୋଇଛି ସେଠାରେ ଆମେ କେବଳ ଖିର, ପରିବା ଓ ଖାଦ୍ୟ ପରି ଅତ୍ୟାବଶ୍ୟୀୟ ସାମଗ୍ରୀ ଯୋଗାଇ ଦେବୁ। ଲୋକଙ୍କ ଦାବି ଅନୁସାରେ ସମସ୍ତ ପ୍ରକାରର ଜିନିଷ ଯୋଗାଇ ଦେଇପାରିବୁ ନାହିଁ।’

ସମ୍ବନ୍ଧିତ ଖବର