ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ସ୍ୱାଇନ୍ ଫ୍ଲୁରେ ପୀଡିତ ହୋଇ ଏମ୍ସରେ ଚିକିତ୍ସିତ ହେଉଥିବା ଖବର ପ୍ରଚାରିତ ହେବାପରେ ସେଠାକୁ ଭି ଭି ଆଇପିମାନଙ୍କର ସୁଅ ଛୁଟିଛି। ଅମିତ ଶାହ ରୁମ୍ ନଂ ୩୦୧ରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ରୁମ୍ ଭିତରେ ଭାରତୀୟ ଜନତା ପାର୍ଟିର ନେତାମାନେ ଏକତ୍ରିତ ହେଉଛନ୍ତି। ତେଣେ ବାହାରେ ମିଡିଆ ଲୋକଙ୍କର ନାହିଁ ନଥିବା ଭିଡ ପରିଲକ୍ଷିତ ହେଉଛି। ତା’ଭିତରେ ଏକ ଅଜବ ଖବର ଶୁଣିବାକୁ ମିଳିଛି। ତା’ହେଲା କି ବିଜେପି ଅଧ୍ୟକ୍ଷ ଅମିତ ଶାହାଙ୍କ ପୁଅ ଜୟଙ୍କ ଜୋତା ହଜି ଯାଇଛି। ଜୟ ବି ନିଜର ବାପାଙ୍କୁ ଭେଟିବାଲାଗି ସେଠାକୁ ଆସିଥିଲେ।
ଅମିତ ଶାହାଙ୍କୁ ମଙ୍ଗଳବାର ଦିନ ଏମ୍ସରେ ଭର୍ତ୍ତି କରାଯାଇଥିବା ଏମ୍ସର ବରିଷ୍ଠ ଚିକିତ୍ସିକ ରଣଦୀପ ଗୁଲେରିୟାଙ୍କ ତତ୍ତ୍ୱାବଧାନରେ ଚିକିତ୍ସା ଚାଲିଛି। ଏଠାରେ ସୂଚନାଯୋଗ୍ୟ ଯେ ଭାରତୀୟ ଜନତା ପାର୍ଟିର ଅଧ୍ୟକ୍ଷ ଅମିତ ଶାହ ଜାନୁଆରି ୨୦ ତାରିଖରେ ପଶ୍ଚିମବଙ୍ଗରେ କେତେକ ସାଧାରଣ ସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ଥିଲା। ରାଜ୍ୟର ସମସ୍ତ ୪୨ଟି ଲୋକସଭା ଆସନରୁ ବିଜୟ ଲାଭ କରିଥିବା ଭାଜପାର ଲକ୍ଷ୍ୟ ରହିଛି।