ଝରଣୀ ଗାଁରେ ବିଜେପିର କେନ୍ଦ୍ରୀୟ ଟିମ୍

ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ରିପୋର୍ଟ ଦେବେ

ବଲାଙ୍ଗୀର/କଣ୍ଟାବାଞ୍ଜି : ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ନିର୍ଦ୍ଦେଶକ୍ରମେ ତିନିଜଣିଆ କେନ୍ଦ୍ରୀୟ ଟିମ୍‌ ଶୁକ୍ରବାର ବଲାଙ୍ଗୀର ଗସ୍ତ କରିଛନ୍ତି। ଝରଣୀ ଗାଁକୁ ଯାଇ ମମିତାଙ୍କ ପରିବାରବର୍ଗଙ୍କ ସହ ଅନେକ ସମୟ ଧରି ଆଲୋଚନା କରିଛନ୍ତି। କେନ୍ଦ୍ରୀୟ ଟିମ୍‌ର ସଦସ୍ୟମାନେ ‌େହଲେ; ହରିଆଣା ସାଂସଦ ସୁନିତା ଦୁଗଲ, ପଶ୍ଚିମବଙ୍ଗର ବିଧାୟିକା ରୁପା ମିତ୍ରା ଓ ବିଜେପି ମହିଳା ମୋର୍ଚ୍ଚା ସଭାପତି ବନିତ ଶ୍ରୀନିବାସନ।

କେନ୍ଦ୍ରୀୟ ଟିମ୍‌ ମମିତା ମେହେରଙ୍କ ପରିବାର ବାପା, ମାଙ୍କ ସହ ଦୁଇଘଣ୍ଟା ପାଖାପାଖି ଆଲୋଚନା କରିଥିଲେ। ଏହି ପରିପ୍ରେକ୍ଷୀରେ ସାଂସଦ ସୁନିତା ଦୁଗଲ କହିଛନ୍ତି ଯେ, ପରିବାର ସହ ଆଲୋଚନା କରିବା ଏବଂ ଗ୍ରାଉଣ୍ଡ ରିଆଲିଟିର ସମସ୍ତ ତଥ୍ୟ ସଂଗ୍ରହ କରିବା ମୂଳ ଲକ୍ଷ୍ୟ ରହିଥିଲା। ଏହି ତଥ୍ୟ ସଂଗ୍ରହ ପରେ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ଏହା ଦିଆଯିବ ବୋଲି ନିର୍ଦ୍ଦେଶ ମିଳିଛି। ଅନ୍ୟପକ୍ଷରେ ଶ୍ରୀମତୀ ଦୁଗଲ ମମିତାଙ୍କ ପରିବାର ବର୍ଗ ଏହି ହତ୍ୟାକାଣ୍ଡର ଅଭିଯୁକ୍ତ ଗୋବିନ୍ଦ ସାହୁ ସମେତ ଯେଉଁମାନଙ୍କ ସଂପୃକ୍ତି ଅଛି, ସେମାନଙ୍କୁ କଠୋର ଦଣ୍ଡ ଦିଆଯାଉ ବୋଲି କହିଥିବା ପ୍ରକାଶ କରିଛନ୍ତି। ସେହିପରି ବିଧାୟିକ ରୁପା ମିତ୍ରା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ପୀଡ଼ିତ ପରିବାରକୁ କେମିତି ନ୍ୟାୟ ମିଳିବ ସେ ନେଇ ଆମେ ଚେଷ୍ଟିତ ଅଛୁ।

ଅନ୍ୟମାନଙ୍କ ମଧ୍ୟରେ,ବଲାଙ୍ଗୀର ସାଂସଦ ସଙ୍ଗୀତା ସିଂହଦେଓ, କନକବର୍ଦ୍ଧନ ସିଂହଦେଓ,ବ୍ରଜରାଜନଗର ପୂର୍ବ ବିଧାୟିକା ରାଧାରାଣୀ ପଣ୍ଡା, ଜିଲ୍ଲା ସଭାପତି ଶିବାଜୀ ମହାନ୍ତି, ରାଜ୍ୟ କୃଷକ ସାଧାରଣ ସଂପାଦକ ଲକ୍ଷ୍ମଣ ବାଗ ସହ ଅନେକ ବିଜେପି ନେତା ଓ କର୍ମୀ ଉପସ୍ଥିତ ଥିିଲେ।

ସମ୍ବନ୍ଧିତ ଖବର