ବ୍ଲାକ୍‌ ବର୍ଗର‌୍‌ : ବାଉଁଶ ଅଙ୍ଗାର ଦ୍ବାରା ବନ୍‌ ଓ କଳା ସସ୍ ମୁଖ୍ୟ ଉପାଦାନ

ଜାପାନ୍‌ର ବଜାରରେ ବେଶ୍‌ ବିକ୍ରି ହେଉଥିବା ‘କୁରୋ ବର୍ଗର‌୍‌’ର ରଂଗ ଗାଢ଼ କଳା। ‘କୁରୋ’ ଏକ ଜାପାନୀ ଶବ୍ଦ; ଏହାର ଅର୍ଥ ‘କଳା’। ‘ବର୍ଗର୍‌ କିଂଗ୍‌’ କଂପାନି ପକ୍ଷରୁ ଏହି ବିଚିତ୍ର ବର୍ଗର୍‌ ବିକ୍ରି କରାଯାଉଛି। ଏଥିରେ ବ୍ୟବହୃତ ହେଉଥିବା ବନ୍‌, ଛେନା, ସସ୍‌ ଆଦି ସମସ୍ତ ଖାଦ୍ୟ ଉପାଦାନର ରଙ୍ଗ କଳା। ବାଉଁଶ ଅଙ୍ଗାର ଦ୍ବାରା ବନ୍‌କୁ ଏବ˚ ସ୍କ୍ବିଡ୍‌ ଇଙ୍କ୍‌ ଦ୍ବାରା ସସ୍‌କୁ କଳା କରାଯାଉଥିବା ପ୍ରକାଶ। ଏହା ଦ୍ବାରା ସ୍ବାଦରେ କୌଣସି ପରିବର୍ତ୍ତନ ହେଉନାହିଁ। ଦୁଇ ପ୍ରକାରର କୁରୋ ମିଳୁଛି- କୁରୋ ପର୍ଲ‌୍‌ ଓ କୁରୋ ଡାଇମଣ୍ତ୍‌। ‘ମ୍ୟାକ୍‌ଡୋନାଲ୍‌ଡସ’ ପକ୍ଷରୁ ମଧ୍ୟ ମୁଖ୍ୟତଃ ଚାଇନାରେ ‘ୟିନ୍‌ ଆଣ୍ତ୍‌ ୟାଙ୍ଗ୍‌’ ବର୍ଗର‌୍‌ର ବିକ୍ରି ଚାଲିଛି; ଯାହାର ରଙ୍ଗ ଅଧା ଧଳା ଓ ଅଧା କଳା। ଚାଇନାରେ ‘ୟିନ୍‌’ ଓ ‘ୟାଙ୍ଗ୍‌’ ଯଥାକ୍ରମେ ‘ଭଲ’ ଏବ˚ ‘ମନ୍ଦ’ର ପ୍ରତୀକ।

ସମ୍ବନ୍ଧିତ ଖବର