ନୂଆଦିଲ୍ଲୀ: ସେଓରେ ବହୁତ ପ୍ରକାର ଭିଟାମିନ ଭରି ରହିଥାଏ। ତେଣୁ ପ୍ରତିଦିନ ଗୋଟିଏ ଲେଖାଏଁ ସେଓ ଖାଇବାକୁ ଡାକ୍ତରମାନେ ପରାମର୍ଶ ଦେଇଥାଆନ୍ତି। ଏହି କ୍ରମରେ ‘ବ୍ଲାକ୍ ଡାଏମଣ୍ଡ’ ନାମରେ ଏକ ସେଓ ବଜାରକୁ ଆସିଛି। ଏହି ସେଓର ମୂଲ୍ୟ ଗୋଟାକୁ ୫୦୦ଟଙ୍କା ରହିଥିବା କୁହାଯାଉଛି। ଏଭଳି ସ୍ବତନ୍ତ୍ର ସେଓକୁ ତିବ୍ବତର ପାହାଡ ଉପରେ ଚାଷ କରାଯାଉଛି।
୨୦୧୫ରେ ତିବ୍ବତରରେ ଏହାର ଚାଷ ଆରମ୍ଭ ହୋଇଥିଲା। କୁହାଯାଏ ଯେ ଏହି ସେଓ ବହୁତ ମିଠା ଏବଂ ସ୍ବାଦିଷ୍ଟ ହୋଇଥାଏ। ଲାଲ ସେଓ ଭଳି ଏହା ଭିତରେ ବି ବିଭିନ୍ନ ପ୍ରକାରର ଭିଟାମିନ ଭରି ରହିଛି।
ତେବେ ‘ବ୍ଲାକ୍ ଡାଏମଣ୍ଡ୍’ ନାମରେ ବଜାରକୁ ଆସିଥିବା ସେଓକୁ ତିବ୍ବତର ସ୍ଥାନୀୟ ଭାଷାରେ ‘ନିୟୁ’ ବୋଲି କୁହାଯାଏ।
ସାଧାରଣତଃ ସେଓର ରଙ୍ଗ ଲାଲ ରହିଥାଏ। ଆଉ ଟିକେ କଳା ପଡ଼ିଯାଇଥିଲେ ଆମେ ଖରାପ ହୋଇଯାଇଛି ବୋଲି ଭାବି ତାହାକୁ ପିଙ୍ଗି ଦେଇଥାଉ। କିନ୍ତୁ ବଜାରକୁ ନୂଆ କଳା ରଙ୍ଗର ସେଓ ଆସିଛି।
ତେବେ ପାହାଡ ଉପରେ ଚାଷ ହେଉଥିବା ହେତୁ ଏହାର ରଙ୍ଗ କଳା ହୋଇଛି। ସମୟସମୟରେ ଏହି ସେଓର ରଙ୍ଗ ବାଇଗଣୀ ବି ହୋଇଥାଏ।
ବୈଜ୍ଞାନିକଙ୍କ ମୁତାବକ, ଲାଲ ସେଓ ଗଛରେ ଫଳ ଧରିବାକୁ ୪ରୁ ୫ବର୍ଷ ସମୟ ଲାଗୁଥିବା ବେଳେ ଏଭଳି ସ୍ବତନ୍ତ୍ର ସେଓର ଗଛରେ ଫଳ ହେବା ପାଇଁ ୮ ବର୍ଷ ସମୟ ଲାଗିଥାଏ। ସେହିପରି ବର୍ଷକୁ ୮୦ ପ୍ରତିଶତ ଲାଲ ସେଓ ଉତ୍ପାଦନ ହେଉଥିବା ବେଳେ କଳାସେଓ ୩୦ ପ୍ରତିଶତ ହୋଇଥାଏ।
ସାଧାରଣ ସେଓ ତୁଳନାରେ ଏହାର ଉତ୍ପାଦନ ମଧ୍ୟ କମ୍ ହୋଇଥାଏ। ଏପରିକି ଏହି ସେଓର ସମୟସୀମା ମାତ୍ର ୨ ମାସର ରହିଥାଏ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/12/2811be80-5945-4084-af49-9fd5f7ae0150.jpg)