ବ୍ଲାକ ଫଙ୍ଗସ୍‌: କାରଣ, ନିରାକରଣ

ଡା. ଅଶ୍ୱିନୀ ପୂଜାରୀ

ଫଙ୍ଗସ୍‌ (ଫିମ୍ପି) କ’ଣ: ଏହା ଏକ ଜୀବନ୍ତ ଅଣୁଜୀବ, ଯାହା ବିଭିନ୍ନ ଭାବରେ ଶରୀରରେ ବିଦ୍ୟମାନ। ଆକାର ଅନୁଯାୟୀ ଏହା ଦୃଶ୍ୟମାନ ବା ଅଦୃଶ୍ୟମାନ ହୋଇ ରହିଥାଏ। ଏହି ଫିଲାମେଣ୍ଟ ଏକ ଶାଖା ଅଟେ। ଯେଉଁଥିରେ ଏକରୁ ଅଧିକ ନ୍ୟୁକ୍ଲିୟର ଥାଏ। କାଇଟିନ ଓ ସେଲୁଲୋସ କିମ୍ବା ଉଭୟର ଏକ ସେଲଓ୍ବାଲ ଥାଏ। ଅନ୍ୟ ଯାହା ରହିଲା, ଏହା ପରଜୀବୀ ଏବଂ ମୃତକଜୀବୀ ଅଟନ୍ତି। ସେହିଭଳି ପ୍ରଜନନ କରି ସଂଖ୍ୟା ବୃଦ୍ଧି କରନ୍ତି। ପୃଥିବୀରେ ୧ ଲକ୍ଷ ୪୪ ହଜାର ପ୍ରଜାତି ଅଛନ୍ତି। ସବୁଠାରେ ରହିଛନ୍ତି। ମଣିଷମାନେ ଏହି ଶିଉଳି ଖାଆନ୍ତି ଯାହାକୁ ଛତୁ କୁହାଯାଏ। ଏହାକୁ ନେଇ ବ୍ୟବସାୟ ମଧ୍ୟ କରାଯାଉଛି। ଆମେ ଅନେକ ସମୟରେ ପାଉଁରୁଟି କଳା ହୋଇଯାଇଥିବା ଦେଖିବାକୁ ପାଉ, ଫିମ୍ପି ମାରିଲେ ଏହା ବାଦାମୀ ହୋଇଯାଏ। ପାଉଁରୁଟିରେ ଫିମ୍ପି ମାରିବା ପରେହିଁ ଏହା ସେକା ଯାଏ। ଏଥିପାଇଁ ସାରା ରାତି ଏହାକୁ ରଖାଯାଏ। ବିରିକୁ ରାତି ତମାମ ରଖି ଫିମ୍ପି ମାରିବା ପରେ ହିଁ ପରବର୍ତ୍ତୀ ଦିନ ଦୋସା, ଇଟଲି ପ୍ରସ୍ତୁତ କରାଯାଏ। ଅନେକ ଫିମ୍ପି ମଣିଷ, ପଶୁ ଶରୀର ପାଇଁ ଉପାଦେୟ ଅଟନ୍ତି। ପରିବେଶ ରକ୍ଷଣାବେକ୍ଷଣରେ ଏହା ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରେ। ବିଶ୍ବର ପ୍ରଥମ ଆଣ୍ଟିବାୟୋଟିକ ପେନସିଲିନ ଫିମ୍ପିରୁ ଆବିଷ୍କୃତ ହୋଇଛି।

ଫଙ୍ଗସ୍‌ (ଫିମ୍ପି)ର ଅଭିବୃଦ୍ଧି କିଭଳି ହୁଏ: ଅନେକ ଦିନ ଧରି ଖାଦ୍ୟ ରହିଯାଇଥିଲେ ସେଥିରେ ଫିମ୍ପି ମାରିଯାଏ। ପରିବା, ଗଛ ମୂଳ ପାଖ ଭୂମି ସମେତ ବିଭିନ୍ନ ସ୍ଥାନରେ ଅନେକ ଅଦୃଶ୍ୟ ଫଙ୍ଗସ୍‌ ଦେଖାଯାଏ। ଯାହା ସମଗ୍ର ପୃଥିବୀ ପୃଷ୍ଠରେ ବିଦ୍ୟାମାନ, ପରିବେଶ ଅନୁଯାୟୀ ଏହାର ଅଭିବୃଦ୍ଧି ହୁଏ। ସବୁ ପ୍ରକାର ତାପମାତ୍ରା ମୁଖ୍ୟତଃ ଉଷ୍ମ ମଣ୍ଡଳରେ ଦେଖାଯାଏ। ଫଙ୍ଗସ୍‌ର କିଛି ପ୍ରଜାତି ଆର୍କଟିକ, ଆଣ୍ଟାର୍କଟିକ ଅଞ୍ଚଳରେ ରହନ୍ତି। ସାମୁଦ୍ରିକ ପରିବେଶରେ ଜଳୀୟ ଫଙ୍ଗସ୍‌ର ଅଭିବୃଦ୍ଧି ହୁଏ।

ସେମାନେ କ’ଣ ଖାଆନ୍ତି: ସେମାନଙ୍କ ଯେଉଁଠି ଅଭିବୃଦ୍ଧି ହୁଏ, ସେଠାରେ ସେମାନଙ୍କ ପାଇଁ ପର୍ଯ୍ୟାପ୍ତ ଖାଦ୍ୟ ଥାଏ। ପରଜୀବୀ ଭଳି ସେମାନେ ଜୀବନ୍ତ, ମୃତକ ମଣିଷଙ୍କ ଠାରୁ ଖାଦ୍ୟ ପାଆନ୍ତି, ଏହି ଦକ୍ଷତା ହେତୁ ଏମାନେ ପ୍ରାକୃତିକ ବିଘଟନରେ ଉପଯୋଗୀ ହୁଏ। ପରଜୀବୀ ଫଙ୍ଗସ୍‌ ପୋଷଣ ପାଇଁ ପୃଷ୍ଠ ପୋଷକଙ୍କ ଉପରେ ନିର୍ଭର କରିଥାଆନ୍ତି। ଜୀବନ୍ତ ଟିସୁକୁ ଭାଙ୍ଗିବା ପାଇଁ ଏଞ୍ଜାଇମ(ଜୈବିକ ଉତପ୍ରେରକ)ର ବ୍ୟବହାର କରନ୍ତି। ଏଥିଯୋଗୁଁ ଯାହାର ରୋଗ ପ୍ରତିରୋଧ ଶକ୍ତି ଦୁର୍ବଳ, ସେମାନେ ଅସୁସ୍ଥ ହୋଇ ପଡ଼ନ୍ତି। ଫଙ୍ଗସ୍‌ ଦ୍ରବୀଭୂତ ହୋଇ ପାରୁଥିବା ଶ୍ବେତସାର ଯଥା ଗ୍ଲୁକୋଜ, ଜାଇଲୋଜ, ସୁକ୍ରୋଜ, ଫୁକ୍ରୋଜ ହଜମ କରିପାରେ। ଦ୍ରବୀଭୂତ ହୋଇ ପାରୁନଥିବା ଶ୍ବେତସାର ଯଥା ଷ୍ଟାଚ, ସେଲୁଲୋଜ, ହେମିକେଲୁଲୋଜ, ଜଟିଳ ହାଇଡ୍ରୋକାର୍ବନ ଯଥା ଲିଗ୍ନିନ ଭଳି ଅତି ଜଟିଳ ଶ୍ବେତସାରକୁ ବ୍ୟବହାର କରିବାର ଗୁଣ ରହିଛି।

ପରିବେଶ ପାଇଁ କେତେ ଉପଯୋଗୀ: ଫଙ୍ଗସ୍‌ ଏବଂ ଛତି ପରିବେଶ ପାଇଁ ଅନେକ ଉପଯୋଗୀ ଅଟେ। ସେମାନଙ୍କ ବିନା ମୃତ ଜୀବଜନ୍ତୁ, ଉଦ୍ଭିଦଙ୍କ କ୍ଷୟ ଅତି ମନ୍ଥର ହୁଅନ୍ତା। ମୃତ ପଦାର୍ଥ ପ୍ରକ୍ରିୟାକରଣ, ଉଦ୍ଭିଦର ଅଭିବୃଦ୍ଧି, ପୋଷଣ, ଔଷଧ, ପୃଥିବୀରେ ଜୀବଜଗତର ଅଭିବୃଦ୍ଧି ପାଇଁ ଏହା ଅତ୍ୟାବଶକ ଅଟେ। ଫଙ୍ଗସ୍‌ ଉଭୟ ମେରୁଦଣ୍ଡୀ, ଅମେରୁଦଣ୍ଡୀ ପ୍ରାଣୀ ଉପରେ ଅଭିବୃଦ୍ଧି କରିପାରେ। ଅନେକ ଫଙ୍ଗସ୍‌ ନିର୍ଦିଷ୍ଟ କିଛି କୀଟପତଙ୍ଗକୁ ଆକ୍ରମଣ କରି ସେମାନଙ୍କ ସଂଖ୍ୟା ନିୟନ୍ତ୍ରଣରେ ସହାୟକ ହୁଅନ୍ତି। ବର୍ଜ ପାଣି ବିଘଟନରେ ଏହା କାର୍ଯ୍ୟ କରିଥାଏ। ମଣିଷମାନେ ଛତି ଖାଇବା ସହିତ ଏହାର ବ୍ୟବସାୟ କରନ୍ତି।

ବ୍ଲାକ ଫଙ୍ଗସ୍‌
ନାମ ଅନୁସାରେ ଏହା କଳା ଦେଖାଯାଏ, ଯାହାକୁ ମ୍ୟୁକରମାଇକୋସିସ କୁହାଯାଏ। ଏହା ଖୁବ କମ ସମୟରେ ଶରୀରର ଯେ କୌଣସି ସ୍ଥାନକୁ ସଂକ୍ରମିତ କରିପାରେ। ଏହି ବାୟୁରେ ହିଁ ରହିଥାଏ, ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇଲେ, ଏହି ଫଙ୍ଗସ୍‌ ଆକ୍ରମଣ କରିପକାଏ। ଏହି ଫଙ୍ଗସ୍‌ ଖାଦ୍ୟ ପାଇପ, ଫୁସଫୁସ, ଚର୍ମ, ନାସାଲ ପାଇପ, ମସ୍ତିଷ୍କକୁ ବ୍ୟାପିପାରେ। ଏହା ହାଡ଼ରୁ ମସ୍ତିଷ୍କକୁ ଯାଇ ସ୍ପେନୋଏଡ୍ ସାଇନସ୍ ରୋଗ ସୃଷ୍ଟି କରେ। ସିଟି ସ୍କାନ ଜରିଆରେ ଏହି ଫଙ୍ଗସ୍‌ କେଉଁ ସ୍ଥାନକୁ ସଂକ୍ରମିତ କରିଛି ଏହା ଜଣାପଡ଼େ। ଏହି ଅବସ୍ଥାରେ ବ୍ୟବହୃତ ଡ୍ରଗ୍ ଗୁଡିକ ହେଉଛି ପୋସାକୋନାଜୋଲ ଏବଂ ଇସାଭ୍ୟୁକୋନାଜୋଲରୁ ଲିପୋସୋମାଲ ଆମ୍ଫୋଟେରାଇସିନ୍ ବି। ଅନେକ ସମୟରେ ଏହି ରୋଗରେ ମୃତ୍ୟୁ ମଧ୍ୟ ହୋଇଥାଏ।

କୋଭିଡ ୧୯ ଭୂତାଣୁ କଣ
ମୋର ବ୍ୟକ୍ତିଗତ ଧାରଣା ହେଉଛି ତିନୋଟି ଭିନ୍ନ ଭାଇରାଲ ସେଗମେଣ୍ଟର ଏହା ହେଉଛି ବାୟୋ ଇଂଜିନିୟର ଉତ୍ପାଦ। ଯାହାକି ଯେକୌଣସି ସାଧାରଣ ଭୂତାଣୁ ଅପେକ୍ଷା ବଡ଼ ଅଟେ। ଏହାର ସମ୍ଭାବ୍ୟ ଉପାଦାନ ଗୁଡ଼ିକ ହେଲା,

ଶୀତଳ ଭୂତାଣୁ
ଶୀତରେ ଏହି ଭୂତାଣୁ ଦେଖାଯାଏ। ପାଗ ବଦଳିବା ସହିତ ପ୍ରତିବର୍ଷ ୨-୪ ଥର ଏହି ଭୂତାଣୁ ମଣିଷକୁ ଆକ୍ରମଣ କରିଥାଏ। କୋଭିଡ-୧୯ ଭୂତାଣୁ ଖୁବ ଶୀଘ୍ର ବଦଳୁଛି, ପ୍ରତ୍ୟେକ ଦେଶରେ ଏହାର ବଦଳୁଥିବା ରୂପ ଦେଖିବାକୁ ମିଳୁଛି। ଏହା ରୋଗୀଙ୍କୁ ଦ୍ବିତୀୟ ଥର ମଧ୍ୟ ଆକ୍ରମଣ କରୁଛି। ବିଶ୍ବର ପ୍ରତ୍ୟେକ ସ୍ଥାନରେ ଏହା ପହଞ୍ଚି ସାରିଲାଣି।

ଏଚ୍‌ଆଇଭି ଭୂତାଣୁ
କିଛି ରୋଗୀ, ଟିକା ଦିଆଯାଇଥିବା ବ୍ୟକ୍ତିଙ୍କ ଠାରେ ଏଚଆଇଭି ପଜିଟିଭ ଚିହ୍ନଟ ହେଉଛି। ମେଡିକାଲ ଜର୍ନାଲ ଲାନସାଟ ଅନୁଯାୟୀ, ଆଡେନୋଭାଇରସ୍ -୫ ର ବ୍ୟବହାର ନେଇ ପରାମର୍ଶ ଦିଆଯାଇଛି ଯେ “ଷ୍ଟେପ୍ ଟ୍ରାଏଲରେ, Ad5 ସେରୋପୋଜିଟିଭ୍ ପୁରୁଷଙ୍କ ମଧ୍ୟରେ ଯେଉଁମାନେ ଜଣେ ସାଥୀଙ୍କ ସହିତ ଅସୁରକ୍ଷିତ ଶାରୀରିକ ସମ୍ପର୍କ ରଖିଥାଆନ୍ତି ସେମାନଙ୍କୁ ଏଚଆଇଭି ହେବାର ଆଶଙ୍କା ରହିଥାଏ। ଏଚଆଇଭି ଟିକା ବର୍ତ୍ତମାନ ପର୍ଯ୍ୟନ୍ତ ସଫଳ ହୋଇ ପାରି ନାହିଁ। କୋଭିଡ-୧୯ର ଟିକାକୁ ନେଇ ବର୍ତ୍ତମାନବି ସନ୍ଦେହ ରହିଛି। ଦ୍ବିତୀୟ ଡୋଜ ପରେବି କୋଭିଡ ହେଉଛି। ଗୁରୁତ୍ବପୂର୍ଣ୍ଣ କଥା ହେଲା, ଇମ୍ୟୁନୋଲୋଜିକାଲ୍ କୋଷ ଗଣନା ହ୍ରାସ ହେଲେ ଅର୍ଥାତ ତାଙ୍କର ରୋଗ ପ୍ରତିରୋଧକ ଶକ୍ତି କମ ଥାଏ।

ବର୍ତ୍ତମାନ ପର୍ଯ୍ୟନ୍ତ ତୃତୀୟ ପର୍ଯ୍ୟାୟ ବିଷୟରେ ଅବଗତ ହୋଇ ନାହିଁ। ତୃତୀୟ ଉପାଦାନ ସମ୍ଭବତଃ ଭୂତାଣୁର ସଂକ୍ରମଣକୁ ବୃଦ୍ଧି କରିବ। ଅଧିକ ବ୍ୟାପ୍ତ ହେବ। ଏହା କିଛି ସମୟ ପାଇଁ ଭାସିବ, ଏହା ପରେ ଭୂପୃଷ୍ଠରେ ପଡ଼ିବ। ଏହା କେବଳ ମୋର ଅନୁମାନ ଏହାକୁ ନେଇ ନିଶ୍ଚିତରେ କହିପାରିବି ନାହିଁ।

ପ୍ରବଳ ମୁଣ୍ଡ ବିନ୍ଧା, ନାକରୁ କଳା ମଇଳା ବାହାରିବା, ଆଖି ଲାଲ ପଡ଼ିବା ଆଦି ମ୍ୟୁକର ମାଇକୋସିସର ଲକ୍ଷଣ। ସିଟି ସ୍କାନ ଜରିଆରେ ଭୂତାଣୁ ହାଡ଼ର କେଉଁ ସ୍ଥାନକୁ ସଂକ୍ରମିତ କରିଛି, ଯାହା ପଡ଼ିଥାଏ। ଏଥିରେ ବ୍ୟବହୃତ ଔଷଧ ଅତି ମହଙ୍ଗା। ଧଳା ଫଙ୍ଗସ ସମାନ ଚରିତ୍ରର କିନ୍ତୁ ଅଧିକ ଆକ୍ରମଣକାରୀ।

ସାଧାରଣ ଜ୍ଞାନ
ବାହାରିଆ କାର୍ଯ୍ୟ ଜରିଆରେ ଘରକୁ କୋଭିଡ ଆମନ୍ତ୍ରଣ କରିଥାଉ। ଏଥିରୁ ରକ୍ଷା ପାଇବା ପାଇଁ ମାସ୍କ ପରିଧାନ, ସାବୁନରେ ହାତ ଧୋଇବା, ଗରମ ପାଣିରେ ଲୁଗା ସଫା କରିବା ଉଚିତ। ଭାରି ଆଣ୍ଟିବାୟୋଟିକ, ମାତ୍ରାଧିକ ଷ୍ଟେରଏଡ୍ ବ୍ୟବହାର ଯୋଗୁଁ ଫଙ୍ଗସ୍‌ ପୁଜେଇ ଯାଉଛି। କୋଭିଡ ଭୂତାଣୁ ଫୁସଫୁସ ସଂକ୍ରମିତ ହେଲେ ବ୍ୟାକ୍ଟେରିଲ ସଂକ୍ରମିତ ହେବାର ଆଶଙ୍କା ରହିଥାଏ। ପୋଷଣଯୁକ୍ତ ଖାଦ୍ୟ ଏବଂ ବିଭିନ୍ନ ପ୍ରକାର ଶାରୀରିକ କାର୍ଯ୍ୟରୁ ଫୁସଫୁସ ସଂକ୍ରମଣରୁ ରକ୍ଷା ମିଳେ।

ସମ୍ଭାବିତ ସମାଧାନ
ଏହା ଏକ ଭୂତାଣୁ ରୋଗ। ଆଣ୍ଟିବାୟୋଟିକ କୋଭିଡ କୁ ସୁସ୍ଥ କରେ ନାହିଁ। ଆଇସିୟୁ କିମ୍ବା ଘରେ ଖାଦ୍ୟ ନିହାତି ଆବଶ୍ୟକ। ଷ୍ଟେରଏଡକୁ ହ୍ରାସ କରି ବ୍ୟାକ୍ଟେରିଆକୁ ପରୀକ୍ଷା କରି ଆଣ୍ଟିବାୟୋଟିକ ଦେବା ଉଚିତ। ଆଣ୍ଟିଫଙ୍ଗାଲ ଔଷଧ ଆରୋଗ୍ୟ ପାଇଁ ଦିଆଯାଏ ଏହା ସତ୍ତ୍ବେ ରକ୍ତ ସଂକ୍ରମିତ କରୁଥିବା ଫଙ୍ଗାଲ ଇନଫେକସନରେ ମୃତ୍ୟୁ ଆଶଙ୍କା ଥାଏ।

(ଭିମ୍‌ସାର୍‌ର ପୂର୍ବତନ ନିର୍ଦ୍ଦେଶକ)
ଗ୍ୟାଷ୍ଟ୍ରୋ ସର୍ଜରି, ସପ୍ତଗିରି ଇନଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ
ବାଙ୍ଗାଲୋର- ୫୬୦୦୯୦
ମୋବାଇଲ ଲମ୍ବର- ୯୬୩୨୪୬୯୪୩୩
E mail [email protected]

ସମ୍ବନ୍ଧିତ ଖବର