ଆଜିଠୁ କାମ କରିବନି ବ୍ଲାକବେରୀ ଓଏସ୍ ସିଷ୍ଟମ; ବନ୍ଦ ହୋଇଯିବ କଲ୍, ଏସଏମଏସ୍, ୱାଇ-ଫାଇ ସେବା

ନୂଆଦିଲ୍ଲୀ: ନୋକିଆର ଅପରେଟିଂ ସିଷ୍ଟମ ପରେ ବର୍ତ୍ତମାନ ବ୍ଲାକବେରୀର ଓଏସ୍ ମଧ୍ୟ ଶେଷ ହେବାକୁ ଯାଉଛି । କମ୍ପାନିର ସୂଚନା ମୁତାବକ, ଆଜିଠାରୁ ଏହା ବ୍ଲାକବେରୀ ଅପରେଟିଂ ସିଷ୍ଟମକୁ ସମର୍ଥନ କରିବା ବନ୍ଦ କରିବ । ଯଦି ଜଣେ ଉପଭୋକ୍ତାଙ୍କ ପାଖ‌ରେ ବ୍ଲାକବେରୀ ଓଏସକୁ ସମର୍ଥନ କରୁଥିବା ବ୍ଲାକବେରୀ ସ୍ମାର୍ଟଫୋନ୍ ଅଛି, ତେବେ ଏହା କାମ କରିବା ବନ୍ଦ କରିଦେବ ।

ଏଭଳି ପରିସ୍ଥିତିରେ, କମ୍ପାନି କ୍ଲାସିକ୍ ବ୍ଲାକବେରୀ ଓଏସ ଏବଂ ବ୍ଲାକବେରୀ ୧୦ ଚାଳିତ ସ୍ମାର୍ଟଫୋନ୍ ପାଇଁ ସମର୍ଥନ ବନ୍ଦ କରିବାକୁ ଯାଉଛି । କମ୍ପାନି ସେହି ଗ୍ରାହକମାନଙ୍କୁ ସତର୍କ କରାଇଦେଇଛି ଯେଉଁମାନେ ବନ୍ଦ ହେବାକୁ ଯାଉଥିବା ସଫୱେୟାରରେ ଚାଲୁଥିବା ଫୋନ୍ ବ୍ୟବହାର କରୁଛନ୍ତି । ବ୍ଲାକବେରୀ ୭.୧ ଓଏସ ଏବଂ ଏହାପୂର୍ବରୁ ବ୍ଲାକବେରୀ ୧୦ ସଫୱେୟାର, ବ୍ଲାକବେରୀ ପ୍ଲେ ବୁକ୍ ଓଏସ୍ ୨୧ ଏବଂ ପୂର୍ବ ସଂସ୍କରଣଗୁଡିକ ଆଜିପରଠାରୁ ଆଉ ଅପଲବ୍ଧ ହେବନାହିଁ ବୋଲି କମ୍ପାନି ଏକ ବିଜ୍ଞପ୍ତିରେ କହିଛି ।

indiatoday

ଫେବ୍ରୁଆରୀ ୨୦୨୦ରେ ଟିସିଏଲ ଘୋଷଣା କରିଥିଲା ଯେ ଏହା ଆଉ ବ୍ଲାକବେରୀ ଫୋନ୍ ଉତ୍ପାଦନ କରିବନାହିଁ । କମ୍ପାନିର ଶେଷ ଫୋନ୍ ଉତ୍ପାଦନ ଥିଲା ବ୍ଲାକବେରୀ କି୨ ଏଲଇ।  ବ୍ଲାକବେରୀ ଦ୍ୱାରା ଦିଆଯାଇଥିବା ଆଲର୍ଟ ଅନୁଯାୟୀ, କିଛି ଦିନ ପରେ ଏହି ଫୋନରେ ସେଲ୍ୟୁଲାର୍ ଏବଂ ୱାଇ-ଫାଇ କନେକ୍ଟିଭିଟି ଭଳି ସେବା ବନ୍ଦ ହୋଇଯିବ । ତାହା ହେଉଛି, କଲ୍, ସେଲ୍ୟୁଟ୍ର୍ ଡାଟା, ଏସଏମଏସ ଏବଂ ଜରୁରୀକାଳୀନ କଲ୍ ଭଳି ସେବା ବ୍ଲାକବେରୀ ଫୋନ ଦ୍ବାରା କରିବା ସମ୍ଭବ ହେବ ନାହିଁ।

ହେଲେ ଏହି ପରିବର୍ତ୍ତନ ଆଣ୍ଟ୍ରଏଡ୍ ଓଏସରେ ଚାଲୁଥିବା ବ୍ଲାକବେରୀ ସ୍ମାର୍ଟଫୋନ୍ ଉପରେ ପ୍ରଭାବ ପକାଇବ ନାହିଁ ।

ସମ୍ବନ୍ଧିତ ଖବର