ଆଖିରେ କଳା ପଟ୍ଟି ବାନ୍ଧି ସୁନ୍ଦର ଭାବେ କେଶ କାଟି ଦିଅନ୍ତି କମଲଭାଇ

ନୂଆଦିଲ୍ଲୀ: ଅନେକ ଲୋକ କେଶ କାଟିବା ପାଇଁ ମହଙ୍ଗା ସେଲୁନକୁ ଯାଉଥିବାବେଳେ କିଛି ଲୋକ ସାଧାରଣ ଦେଖାଯାଉଥିବା ଦୋକାନରେ କେଶ କାଟନ୍ତି ।

ବିଶେଷଜ୍ଞମାନେ କହନ୍ତି କି, ଦୋକାନ ଅପେକ୍ଷା କେଶ ଯିଏ କାଟୁଛନ୍ତି ତାଙ୍କ ଉପରେ ବେଶୀ ଗୁରୁତ୍ବ ଦିଆଯିବା ଦରକାର। ଏହି କ୍ରମରେ ଜଣେ କେଶ କାଟୁଥିବା ବ୍ୟକ୍ତିଙ୍କ ଭିଡିଓ ସାମ୍ନାକୁ ଆସିଛି। ଉକ୍ତ ବ୍ୟକ୍ତଙ୍କ କେଶ କଟା ଶୈଳୀକୁ ଯିଏ ଦେଖୁଛନ୍ତି ସିଏ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି।

ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଗୁଜୁରାଟର ପୋରବନ୍ଦରରେ କମଲଭାଇ ପରମାର ନାମକ ଜଣେ ବ୍ୟକ୍ତି ସେଲୁନ ଦୋକାନ କରିଛନ୍ତି। ତାଙ୍କୁ ଲୋକେ କମଲଭାଇ ବ୍ଲାଇଡିଂ କଟିଙ୍ଗ ନାମରେ ଜାଣିଛନ୍ତି। କମଲଭାଇ ତାଙ୍କ ସେଲୁନର ନାମ ବିଗବସ ରଖିଛନ୍ତି। କମଲଭାଇଙ୍କ ପାଖକୁ କେଶ କାଟିବା ପାଇଁ ପ୍ରତିଦିନ ଗ୍ରାହକଙ୍କ ଭିଡ଼ ଜମିଥାଏ।

କେବଳ ଏତିକି ନୁହେଁ, ତାଙ୍କ ପାଖରେ ଉଭୟ ମହିଳା ଓ ପୁରୁଷ ଗ୍ରାହକଙ୍କ ଲମ୍ବା ଧାଡ଼ି ଲାଗିଥାଏ। ଭାଇରାଲ ହୋଇଥିବା ଭିଡିଓରେ କମଲଭାଇ ଜଣେ ମହିଳାଙ୍କ କେଶ କାଟୁଥିବାର ନଜର ଆସୁଛନ୍ତି।

କମଲଭାଇ କହିଛନ୍ତି,  ‘ଯେ ମୁମ୍ବାଇରେ ତାଙ୍କ ଗୁରୁ ତାଙ୍କୁ ଏହି କଳା ଶିଖାଇଥିଲେ। ଏହାପୂର୍ବରୁ ସେ ମୁମ୍ବାଇରୁ ହେୟାର କଟିଙ୍ଗରେ ଡିପ୍ଲୋମା କରିଥିଲେ।’

ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଗତ ୨୦ ବର୍ଷ ହେବ କମଲଭାଇ ଆଖି ବୁଜି କେଶ କାଟୁଛନ୍ତି। ଏମିତି କି ଦିନେଦିନେ କମଲଭାଇ ୧୨ ଘଣ୍ଟା ଧରି ଆଖିରେ କଳା ପଟ୍ଟି ବାନ୍ଧି କ୍ରମାଗତ ଭାବେ କେଶ କାଟି ଥାଆନ୍ତି। ଏଥିପାଇଁ ତାଙ୍କୁ ଅନେକ ଅନୁଷ୍ଠାନ ମଧ୍ୟ ସମ୍ମାନୀତ କରିଛନ୍ତି।

ଲୋକମାନେ କୁହନ୍ତି ଯେ, ‘ କମଲଭାଇ ବହୁତ କମ୍ ଟଙ୍କା ନେଇ ସୁନ୍ଦର କେଶ କାଟନ୍ତି। ତାଙ୍କ ପାଖକୁ ଥରେ ଯିଏ ଆସନ୍ତି, ଅନ୍ୟ ସେଲୁନକୁ ଯାଆନ୍ତି ନାହିଁ। କେବଳ ଏତିକି ନୁହେଁ, ଯଦି କାହା ପାଖରେ କେଶ କାଟି ସାରିବା ପରେ ଟଙ୍କା ନାହିଁ ସେ ମାଗଣାରେ ବି କାଟି ଦେଇ ଥାଆନ୍ତି।’

ସମ୍ବନ୍ଧିତ ଖବର