ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ପ୍ରତିଦିନ ବିଭିନ୍ନ ପ୍ରକାର ଭିଡିଓ ଓ ଫଟୋ ସାମ୍ନାକୁ ଆସିଥାଏ। ଏଥିମଧ୍ୟରୁ ଏମିତି କିଛି ଭିଡିଓ ଓ ଫଟୋ ରହିଥାଏ ଯାହା ଲୋକଙ୍କ ହୃଦୟକୁ ସ୍ପର୍ଶ କରିଥାଏ।
ନିକଟରେ ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓକୁ ଇନ୍ସପାୟର ନେଚର ନାମକ ପେଜରୁ ଇନଷ୍ଟାଗ୍ରାମରେ ସେୟାର କରାଯାଇଛି। ଏହି ଭିଡିଓରେ ଦେଖିବାକୁ ମିଳୁଛି ଜଣେ ମହିଳା ଓ ପୁରୁଷ ରାସ୍ତା ଉପରେ ବସିଛନ୍ତି। ତାଙ୍କ ପଛପାର୍ଶ୍ବରେ ଲୋକେ ଯିବା ଆସିବା କରୁଛନ୍ତି।
ଉଭୟ ପୁରୁଷ ଓ ମହିଳାଙ୍କ ଦୃଷ୍ଟିଶକ୍ତି ନଥିବା ଭିଡିଓରେ ଦେଖିବାକୁ ମିଳୁଛି। ପୁରୁଷ ହାତରେ ମାଇକ୍ରୋଫୋନ ଧରିଥିବା ବେଳେ ମହିଳା କୋଳରେ ଏକ ଧଳାରଙ୍ଗର କୁକୁର ଛୁଆକୁ ଧରିଛନ୍ତି। ବୋଧ ହୁଏ ଏହି କୁକୁର ଛୁଆଟିକୁ ଶୋଷ ଲାଗୁଥିଲା। ତାହା ମହିଳା ଜଣକ ଜାଣିପାରି ଦୃଷ୍ଟିଶକ୍ତି ନଥାଇବି ସେ କୁକୁର ଛୁଆକୁ ଅତି ସ୍ନେହର ସହ କ୍ଷୀର ପିଆଉଛନ୍ତି। ଏହାପରେ ତାକୁ ଏକ କପଡ଼ାରେ ପୋଛି ପକାଇ ଆଦାର କରୁଛନ୍ତି।
View this post on Instagram
ଏହି ଭିଡିଓଟି ସୋସିଆଲ ମିଡିଆରେ ପୋଷ୍ଟ ହେବା ପରେ ଲୋକେ ମହିଳା ଓ କୁକୁର ଛୁଆର ସମ୍ପର୍କୁ ବେଶ ପସନ୍ଦ କରୁଥିବା ବେଳେ ସୋସିଆଲ ମିଡିଆରେ ଏହାକୁ ବହୁ ମାତ୍ରାରେ ସେୟାର ବି କରୁଛନ୍ତି।