ସମୁଦ୍ର ଗର୍ଭରେ ବାସକରୁଥିବା ଏକ ବିଚିତ୍ର ପ୍ରାଣୀ ବ୍ଲବ୍‌-ଫିସ୍‌

ସମୁଦ୍ର ଗର୍ଭରେ ବାସକରୁଥିବା ଏକ ବିଚିତ୍ର ପ୍ରାଣୀ ବ୍ଲବ୍‌-ଫିସ୍‌। ଅଷ୍ଟ୍ରେଲିଆ ଓ ଟାସମାନିଆକୁ ଲାଗିଥିବା ସମୁଦ୍ରାଞ୍ଚଳ ହେଉଛି ଏହାର ବାସସ୍ଥାନ। ଏହା ସମୁଦ୍ରର ଗଭୀରତମ ଅଂଶରେ ବାସକରୁଥିବାରୁ ସାଧାରଣତଃ ମଣିଷ ଆଖିରେ ପଡେନାହିଁ। ଏହାର ଶରୀର ପ୍ରବଳ ଚାପ ସହ୍ୟ କରିବାକୁ କ୍ଷମ। ବ୍ଲବ୍‌ ଫିସ୍‌ ଶରୀରରେ ମା˚ସପେଶୀ ନ ଥାଏ। ଏହାର ମା˚ସ ଜିଲାଟିନ୍‌ ଜାତୀୟ, ଯାହାର ସାନ୍ଦ୍ରତା ଲବଣାକ୍ତ ଜଳଠାରୁ ସାମାନ୍ୟ କମ୍‌। ଏଣୁ ଏହା ବେଶ୍‌ ସ୍ୱଚ୍ଛନ୍ଦରେ ସମୁଦ୍ର ଚଟାଣ ଉପରେ ଭାସିପାରେ, ଠିକ୍‌ ଜଳ-ଜାହାଜ ପରି; ସନ୍ତରଣ କି ଶକ୍ତି ଖର୍ଚ୍ଚ କରିବା ଦରକାର ହୁଏନାହିଁ। ଏହା ଅତି ଅଳ୍ପ ପରିମାଣର ଖାଦ୍ୟ ଖାଏ। ଯାହା ପାଟି ପାଖକୁ ଭାସିଆସେ, କେବଳ ସେତିକି ଯଥେଷ୍ଟ। ଅଧିକ ମଳତ୍ୟାଗ କରୁ ନ ଥିବାରୁ କମ୍‌ ଖାଦ୍ୟରେ ଏହାର କାମ ଚଳିଯାଏ।

ସମ୍ବନ୍ଧିତ ଖବର