ଦିନକୁ ଦିନ ସ୍କ୍ରିନ୍ ଟାଇମିଂ ବଢୁଥିବା ବେଳେ ଏହା ଆଖି ଉପରେ କି ପ୍ରଭାବ ପକାଉଛି?
ବହୁ ସମୟ ଧରି ଟିଭି, ମୋବାଇଲ୍ ବା କମ୍ପ୍ୟୁଟର ପରଦାକୁ ଚାହିଁ ରହିବା ଦ୍ବାରା ଉଭୟ ଚକ୍ଷୁ ଓ ମସ୍ତିଷ୍କ ଉପରେ ଅନେକ ଖରାପ ପ୍ରଭାବ ପଡ଼ିଥାଏ। ଫଳରେ ଚକ୍ଷୁ ଶୁଷ୍କ ହେବା ସହ ମସ୍ତିଷ୍କର ପାରଦର୍ଶିତା ହ୍ରାସ ପାଇଥାଏ।
କମ୍ପ୍ୟୁଟର ଓ ମୋବାଇଲ୍ ଯୁଗରେ ଆଖିର ଯତ୍ନ କିଭଳି ନେଇପାରିବା?
ଆଜିର ଯୁଗରେ କମ୍ପ୍ୟୁଟର ବା ମୋବାଇଲ୍କୁ ତ ବାରଣ କରିହେବ ନାହିଁ। ଏଣୁ ୨୦-୨୦-୨୦ ନିୟମ ମାନିବା ସହ ଏକ ଲୁବ୍ରିକେଟିଂ ଡ୍ରପ୍ ପକାଇ ପାରିବେ। ଏହି ଡ୍ରପ୍ ଚକ୍ଷୁର ଜଳୀୟଅଂଶକୁ ଶୁଷ୍କ ହେବାକୁ ଦେଇ ନଥାଏ।
୨୦-୨୦-୨୦ ନିୟମ କ’ଣ? ଏହା କିଭଳି ସୁସ୍ଥ ଆଖି ପାଇଁ ସହାୟ ହୁଏ?
ଆଖିର ଥକାପଣକୁ କମ୍ କରିବା ପାଇଁ ପ୍ରସ୍ତୁତ କରାଯାଇଛି ୨୦-୨୦-୨୦ ନିୟମ। ଏହି ନିୟମ ଅନୁଯାୟୀ, ପ୍ରତି ୨୦ ମିନିଟ୍ ସ୍କ୍ରିନ୍ ଟାଇମ୍ ପରେ ଜଣେ ବ୍ୟକ୍ତି ଅତି କମ୍ରେ ୨୦ ସେକେଣ୍ଡ ପର୍ଯ୍ୟନ୍ତ ୨୦ ଫୁଟ୍ ଦୂରରେ ଥିବା କୌଣସି ଜିନିଷକୁ ଦେଖିବା ଉଚିତ। ଏହି ନିୟମିତ ସ୍କ୍ରିନ୍ ବ୍ରେକ୍ ଆଖିକୁ କିଛି ମାତ୍ରାରେ ବିଶ୍ରାମ ଦେଇଥାଏ ଏବଂ ଆଖି ଉପରେ ପଡୁଥିବା ଚାପକୁ ରୋକିବାରେ ସାହାଯ୍ୟ କରିଥାଏ।
ଅଧିକ ସମୟ କମ୍ପ୍ୟୁଟର ସମ୍ମୁଖରେ ବସି କାମ କଲାବେଳେ ବ୍ଲୁ-ଲାଇଟ୍ ପ୍ରୋଟେକ୍ସନ୍ ଚଷମା ଆଖି ପାଇଁ ସହାୟକ ହୁଏ କି?
ବ୍ଲୁ-ଲାଇଟ୍ ପ୍ରୋଟେକ୍ସନ୍ ଚଷମା ସ୍କ୍ରିନ୍ ଟାଇମ୍ ଯୋଗୁଁ ଆଖିକୁ ପହଞ୍ଚୁଥିବା କ୍ଷତିକୁ କେତେ ରୋକିପାରେ ତାହାର କୌଣସି ବୈଜ୍ଞାନିକ ପ୍ରାମାଣିକତା ନାହିଁ।
ସୂର୍ଯ୍ୟାଲୋକ ଯୋଗୁଁ ଚକ୍ଷୁକୁ କିଭଳି କ୍ଷତି ପହଞ୍ଚିଥାଏ?
ଅତ୍ୟଧିକ ସୂର୍ଯ୍ୟକିରଣ ଫଳରେ ତାପମାତ୍ରା ବୃଦ୍ଧି ପାଇ ଚକ୍ଷୁରେ ଅାଲର୍ଜି ହୋଇଥାଏ। ଏହା ଫଳରେ ଆଖି ଲାଲ୍ ପଡ଼ି, ପୋଡ଼ିଥାଏ। ବେଳେବେଳେ ଖୁଞ୍ଚି ହେଲାଭଳି ବି ଲାଗିଥାଏ। ସେ ସମୟରେ ଏକ ଆଲର୍ଜି ଡ୍ରପ୍ ବ୍ୟବହାର କରିବାକୁ ପଡ଼େ। ଖରାରେ ବାହାରକୁ ଗଲେ ସନ୍ଗ୍ଲାସ୍ ପିନ୍ଧିବା ଜରୁରି।
ବ୍ଲୁ-ଲାଇଟ୍ ପ୍ରୋଟେକ୍ସନ୍ ଚଷମାର ବୈଜ୍ଞାନିକ ପ୍ରାମାଣିକତା ନାହିଁ
ବହୁ ସମୟ ଧରି ଟିଭି, ମୋବାଇଲ୍ ବା କମ୍ପ୍ୟୁଟର ପରଦାକୁ ଚାହିଁ ରହିବା ଦ୍ବାରା ଉଭୟ ଚକ୍ଷୁ ଓ ମସ୍ତିଷ୍କ ଉପରେ ଅନେକ ଖରାପ ପ୍ରଭାବ ପଡ଼ିଥାଏ। ଫଳରେ ଚକ୍ଷୁ ଶୁଷ୍କ ହେବା ସହ ମସ୍ତିଷ୍କର ପାରଦର୍ଶିତା ହ୍ରାସ ପାଇଥାଏ।
/sambad/media/media_files/2025/04/16/X1QG5o9Q4ETuh0X3E8vs.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)