ଦେଖନ୍ତୁ କିପରି ଗୋଲାପ ଫୁଲରେ ଗୁଡ଼ାଇ ହୋଇ ବସିଛି ନୀଳ ରଙ୍ଗର ସାପ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ବିରଳ ନୀଳ ସାପ ଭାଇରାଲ ହେବାରେ ଲାଗିଛି। ଲୋକମାନେ ଏହି ଦୃଶ୍ୟ ଦେଖି ଏହାକୁ ବହୁତ ସୁନ୍ଦର ବୋଲି କହୁଛନ୍ତି | ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓରେ ଏକ ନୀଳ ସାପ ଲାଲ ରଙ୍ଗର ଗୋଲାପ ଉପରେ ବସିଥିବା ଦେଖିବାକୁ ମିଳୁଛି। ଲୋକମାନେ ଏହି ସାପକୁ ଦୁନିଆର ସବୁଠାରୁ ସୁନ୍ଦର ସାପ ବୋଲି କହୁଥିବା ବେ‌ଳେ ଏହା ଏକ ବିଷଧର ସାପ ବୋଲି କୁହାଯାଉଛି। |  ବାସ୍ତବରେ ଏହା ଏକ ମାରାତ୍ମକ ସାପ, ଯାହାର ବିଷ ଉଭୟ ଏହାର ଶରୀରର ଆଭ୍ୟନ୍ତରୀଣ ଓ ବାହ୍ୟ ଅଂଶରେ ରହିଥାଏ।

ମସ୍କୋ ପ୍ରାଣୀ ଉଦ୍ୟାନ ଅନୁଯାୟୀ, ଏହି ସାପ ହେଉଛି ଧଳା ଦ୍ୱୀପର ପିଟ ଭାଇପର ପ୍ରଜାତିର ନୀଳ ରଙ୍ଗର ସାପ | ବିଷାକ୍ତ ପିଟ୍ ଭାଇପର ପ୍ରଜାତି ଇଣ୍ଡୋନେସିଆ ଏବଂ ପୂର୍ବ ତିମୋରରୁ ମିଳିଥାଏ | ଅଧିକାଂଶ  ପିଟ୍ ଭାଇପରଗୁଡିକ ପ୍ରକୃତରେ ସବୁଜ ରଙ୍ଗର ହୋଇଥାଆନ୍ତି। କିନ୍ତୁ ନୀଳ ରଙ୍ଗର ସାପଙ୍କୁ ବହୁତ କମ୍ ସଂଖ୍ୟାରେ ଦେଖିବାକୁ ମିଳିଥାଏ।

ଟ୍ୱିଟର ଆକାଉଣ୍ଟ୍ ‘ଲାଇଫ୍ ଅନ୍ ଆର୍ଥ’ ଏହି ନୀଳ ପିଟ୍ ଭାଇପରର ଭିଡିଓ ସେୟାର କରି ଲେଖିଛନ୍ତି, ‘ଅବିଶ୍ୱାସନୀୟ ସୁନ୍ଦର ବ୍ଲୁ ପିଟ ସାପ।’

ସମ୍ବନ୍ଧିତ ଖବର