ମସାଜ୍ ବା ମାଲିସ ସାଧାରଣତଃ ହାତରେ କରାଯାଇଥାଏ।ମାତ୍ର ଆପଣ ଜାଣି ବିସ୍ମିତ ହେବେ ଯେ ,ଛୁରି ଜରିଆରେ ବି ମସାଜ୍ କରାଯାଇଥାଏ।ଜଣେ ମହିଳା ଏଭଳି ଅଭିନବ ଉପାୟରେ ଏହା କରୁଛନ୍ତି।ଯେଉଁଠାରେ ଏଭଳି ଅଭିନୟ ଉପାୟରେ ମସାଜ୍ କରାଯାଇଥାଏ,ସେଠାକୁ ବି ବହୁ ଲୋକ ଆସୁଛନ୍ତି। ସେମାନେ ହଜାର ହଜାର ଟଙ୍କା ଖର୍ଚ୍ଚ କରି ମସାଜ୍ କରାଇଥାଆନ୍ତି।
/sambad/media/post_attachments/wp-content/uploads/2019/01/TAIWAN-PHOTO-09SET-KNIFE-MASSAGE.13.jpg)
ତାଇଓ୍ଵାନ୍ରେ ମସାଜ୍ର ଏହି ଅଭିନୟ କୌଶଳ ବହୁ ପ୍ରଚଳିତ। ଏଠାରେ ବିଗତ ୩୦ ବର୍ଷ ହେବ ହଂସିୟା ମେଁ ଫାଙ୍ଗ୍ ନାମକ ଜଣେ ମହିଳା ଛୁରୀ ସହାୟତାରେ ମସାଜ୍ କରୁଛନ୍ତି। ହଂସିୟାଙ୍କ କହିବା ଅନୁଯାୟୀ ଏହି ଶୈଳୀର ମସାଜ୍ ପ୍ରାୟ ୨୫ ବର୍ଷ ପୁରୁଣା। ଏହା ମୁଖ୍ୟତଃ ଚୀନର ଦାନ। ଏହି ମସାଜ୍ ଶୈଳୀରେ ଦୁଇଟି ଛୁରିର ପ୍ରୟୋଗ କରାଯାଇଥାଏ। ଏହି ମସାଜ୍ ଦ୍ୱାରା ଯୁବକଙ୍କ ଭିତରେ ଥିବା ଶକ୍ତିରେ ପରିବର୍ତ୍ତନ ଆସିଥାଏ ତଥା ଶରୀର ହାଲ୍କା ଅନୁଭବ କରିଥାଏ। ଏହି ଧରଣର ମସାଜ୍ ପାଇଁ ସେ ମାତ୍ର ୫୦୦ଟଙ୍କା ନେଉଥିବା କହିଛନ୍ତି। ପ୍ରତିଦିନ ସେ ୪୦ରୁ ୫୦ ଜଣଙ୍କର ମସାଜ୍ କରିଥାନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/01/TAIWAN-PHOTO-SET-KNIFE-MASSAGE.13.jpg)