ଲଣ୍ଡନ ପୈବେଲିୟମ୍‌ରେ ଖୋଲିଥିବା ବ୍ରିଟେନର ପ୍ରଥମ ବଡି ୱାଲ୍‌ଡ ମ୍ୟୁଜିୟମ ହେଉଛି ଭିନ୍ନ। ଏହି ମ୍ୟୁଜିୟମରେ ଭିନ୍ନ ଭିନ୍ନ ଶବ ମଧ୍ୟରେ ମଣିଷର ଶବକୁ ସଂରକ୍ଷିତ ରଖାଯାଇଛି। ଯେମିତି କି କ୍ଲବରେ କାର୍ଡ ଖେଳିବା, ଟେନିସ୍‌ ଖେଳିବା ଓ ଘୋଡା ସବାରୀ କରୁଥିବା। ଯେଉଁମାନେ ବଂଚିବାର କଳା ଶିଖାନ୍ତି। ଯେମିତି କି ଧୂମପାନ କଲେ, ଶରୀରରେ କିଭଳି ଏହାର କୁପ୍ରଭାବ ପଡେ ଠାରୁ ଆରମ୍ଭ କରି ଲଢ଼ିବାର ବିଭିନ୍ନ କୌଶଳ।

Advertisment

publive-image

ଏହି ଶବ ଗୁଡିକୁ ପ୍ଲାଷ୍ଟିନେସନ୍‌ ଟେକନିକରେ ସାଇତି ରଖାଯାଇଛି। ସଂଗ୍ରହାଳୟର ଫାଉଣ୍ଡର ଓ ସାଇଣ୍ଟିଷ୍ଟ ଗୁଣ୍ଟର ଫନ୍‌ ହାଙ୍ଗେସଙ୍କ କହିବାନୁସାରେ, ଏହି ସ୍ଥାନରେ ଲୋକଙ୍କୁ ବହୁତ ଶିଖିବାକୁ ମିଳିବ। ଏମାନଙ୍କ ଠାରୁ ଶିଖିବାକୁ ମିଳିବ କି ଆପଣଙ୍କୁ ସୁସ୍ଥ, ସୁରକ୍ଷିତ ରଖିବା ପାଇଁ ଆପଣଙ୍କ ଶରୀର କେତେ ପରିଶ୍ରମ କରେ।

publive-image

ଦୁନିଆକୁ ଶିକ୍ଷିତ କରିବା ପାଇଁ ଦାନ କରନ୍ତି ଶରୀର : ମ୍ୟୁଜିୟମରେ ଦାନରେ ମିଳିଥିବା ଶରୀର ରଖାଯାଇଛି। ସଉକ ରଖୁଥିବା ଲୋକ ବଂଚି ଥାଉ ଥାଉ ନିଜ ଶରୀରକୁ ମ୍ୟୁଜିୟମରେ ରେଜିଷ୍ଟର କରାଇ ନିଅନ୍ତି। ୧୯୧୫ ମସିହାରେ ଖୋଲିଥିଲା ଡାକ୍ତରଙ୍କ ଡେଥ୍‌ ମ୍ୟୁଜିୟମ୍‌। ଏହି ମ୍ୟୁଜିୟମ୍‌ ଦୁନିଆର ସବୁଠାରୁ ସଫଳ ଟ୍ରାଭେଲିଙ୍ଗ ଏଗଜିବିସନ୍‌ ମଧ୍ୟରୁ ଗୋଟାଏ। ୧୯୯୫ ଠାରୁ ୧୩୦ଟି ସହରରେ ୪.୭ କୋଟି ଲୋକ ଏହି ମ୍ୟୁଜିୟମ୍‌ ଦେଖିସାରିଛନ୍ତି। ହାଙ୍ଗେସଙ୍କୁ ପ୍ଲାଷ୍ଟିନେସନ୍‌ ଟେକ୍‌ନିକର ଜନକ ଭାବେ ଜଣାଯାଏ। ସେ ‘ଡାକ୍ତର ଡେଥ୍‌’ ନାମରେ ମଧ୍ୟ ଚର୍ଚ୍ଚିତ। ଏହି ମ୍ୟୁଜିୟମ ପାଇଁ ଫ୍ୟାମିଲି ଟିକେଟ୍‌ ସାଢ଼େ ୬ ହଜାର ଟଙ୍କା।