ବିଶ୍ୱରେ ଏମିତି ଏକ ହ୍ରଦ ଅଛି, ଯେଉଁଠି ପାଣିର ତାପମାତ୍ରା ୨୦୦ ଡିଗ୍ରୀ ସେଲସିୟସ ଉପରେ!

ବିଶ୍ୱରେ ଏମିତି ଏକ ହ୍ରଦ ଅଛି, ଯେଉଁଠି ପାଣିର ତାପମାତ୍ରା ୨୦୦ ଡିଗ୍ରୀ ସେଲସିୟସ ଉପରେ। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏପରି ଏକ ହ୍ରଦ କାର୍‌ବିଆନ୍‌ର ଡୋମିନିକାରେ ସ୍ଥିତ ମର୍ନ ଟ୍ରଇସ୍‌ ପିଟସନ୍‌ ଜାତୀୟ ଉଦ୍ୟାନରେ ଏକ ପାହାଡ ଉପରେ ଅବସ୍ଥିତ।

ଦୁନିଆରେ ଏମିତି ଅନେକ ସ୍ଥାନ ଅଛି, ଯାହା କୌଣସି ବିସ୍ମୟ ଠାରୁ କମ୍‌ ନୁହେଁ। ବୈଜ୍ଞାନିକ ଦୃଷ୍ଟିକୋଣରୁ କିଛି ବି ଆଜିକାଲି ଅଦ୍ଭୁତ ଲାଗୁନି। କାହିଁକିନା ବିଜ୍ଞାନ ପ୍ରତ୍ୟେକ ଜିନିଷର ଲଜିକ୍‌ ଦିଏ। ଯେମିତି ବଦ୍ରୀନାଥ ଧାମରେ ଏକ କୁଣ୍ଡ ଅଛି। ସେମିତି ଏକ ହ୍ରଦ ରହିଛି, ଯାହାର ପାଣି ଏତେ ଗରମ ଯେ ୨୦ ସେକେଣ୍ଡ ଭିତରେ ଭାତ ମଧ୍ୟ ସିଝିଯିବ।

କାରିବିଆନ୍‌ କ୍ଷେତ୍ରରେ ଡୋମିନିକାରେ ସ୍ଥିତ ମର୍ନ ଟ୍ରଇସ୍‌ ପିଟସନ୍‌ ଜାତୀୟ ଉଦ୍ୟାନରେ ଏକ ପାହାଡ ଉପରେ ଅବସ୍ଥିତ ହ୍ରଦ ଦୁନିଆରେ ଆଶ୍ଚର୍ଯ୍ୟର ବିଷୟ ପାଲଟିଛି। ଏହି ହ୍ରଦ କୂଳର ତାପମାତ୍ରା ୨୦୦ ଡିଗ୍ରୀ ସେଲସିୟସ୍‌ରୁ ଅଧିକ ଯାହାକି ପାଣିର ବଏଲିଙ୍ଗ ପଏଣ୍ଟ ଠାରୁ ଦୁଇଗୁଣ ଅର୍ଥାତ୍‌ ଭୁଲରେ ବି ଛୁଇଁ ପାରିବେନି। ଆଶ୍ଚର୍ଯ୍ୟର କଥା ଏହା ଯେ ଏହାର କେନ୍ଦ୍ରର ତାପମାତ୍ରା ଏପର୍ଯ୍ୟନ୍ତ ମପା ଯାଇପାରିନାହିଁ ।

ଏହି ହ୍ରଦର ଆବିଷ୍କାର ବର୍ଷ ୧୮୭୦ରେ Edmund Watt Henry Alfred Alford Nicholls ନାମକ ଶାସକଙ୍କ ଦ୍ୱାରା କରାଯାଥିଲା। ଏପର୍ଯ୍ୟନ୍ତ ଏହି ଅନୁସନ୍ଧାନକୁ ୧୪୭ ବର୍ଷ ହୋଇଗଲାଣି କିନ୍ତୁ ଏହି ହ୍ରଦର ପାଣି ସରେନି।

ସମ୍ବନ୍ଧିତ ଖବର