ନୂଆଦିଲ୍ଲୀ: ଯେକୌଣସି ଗାଡି ହେଉ ନା କାହିଁକି ନମ୍ବର ପ୍ଲେଟ ରହିବା ନିହାତି ଆବଶ୍ୟକ । ଏତଦ ଦ୍ବାରା ଗାଡ଼ିଗୁଡ଼ିକର ପଞ୍ଜୀକରଣ ଓ  ଅନ୍ୟାନ୍ୟ ଜିନିଷ ବିଷୟରେ ସୂଚନା ଜଣା ପଡିଯାଇଥାଏ। ଯାହାଦ୍ୱାରା ଏହାକୁ ନିୟମ ଅନୁସାରେ ଯାଞ୍ଚ କରାଯାଇପାରିବ। କିନ୍ତୁ ନିକଟରେ ଗୋଟିଏ ବୋଲେରୋରେ ଦୁଇଟି ନମ୍ବର ପ୍ଲେଟ ଥିବା ଏକ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିଲା। ଯାହାକୁ ଦେଖି ଆଇପିଏସ ଅଧିକାରୀ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

Advertisment

ଏହି ଫଟୋକୁ ଆଇପିଏସ୍ ଅଧିକାରୀ ରୁପିନ୍ ଶର୍ମା ଟ୍ୱିଟରରେ ସେୟାର କରିଛନ୍ତି। ସେ କ୍ୟାପସନରେ ଲେଖିଛନ୍ତି, ଯେ ଏହା ମୋର ଭାରତ। ଦୁଇଟି ପଞ୍ଜୀକରଣ ନମ୍ବର ପ୍ଲେଟ୍ ସହିତ ଗୋଟିଏ ବୋଲେରୋ । ଫଟୋରେ ଦେଖିବ‌ାକୁ ମିଳୁଛି ବ୍ୟସ୍ତବହୁଳ ରାସ୍ତାରେ ଏକ ଧଳା ରଙ୍ଗର ବୋଲେରୋ ଛିଡା ହୋଇଛି। ଏଥିରେ ଦୁଇଟି ନମ୍ବର ପ୍ଲେଟ୍ ଅଛି ଏବଂ ଉଭୟ ନମ୍ବର ପ୍ଲେଟ୍ ସ୍ପଷ୍ଟ ଭାବରେ ଦୃଶ୍ୟମାନ ହେଉଛି।|

ବୋଲେରୋ ରାସ୍ତାର ଡାହାଣ ପାର୍ଶ୍ୱରେ ପାର୍କିଂ ହୋଇଥିବାବେଳେ ଏହା ପାଖରେ ଥିବା ଗାଡିଗୁଡ଼ିକ ବାମ ପାର୍ଶ୍ୱରେ ଜାମ୍ ହୋଇ ରହିଛି । ଏହାକୁ ଦେଖି ଲାଗୁଛି ଯେ କେହି ବୋଧ ହୁଏ ଏହି ବୋଲେରୋର ଫ‌ଟୋକୁ ପଛରୁ ନେଇ ସୋସିଆଲ ମିଡିଆରେ ପୋଷ୍ଟ କରି ଦେଇଛନ୍ତି। ଆଉ ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଏହି ଫଟୋ ଦେଖି ଏହା କିପରି ସମ୍ଭବ ବୋଲି ପ୍ରଶ୍ନ କରିଛନ୍ତି।

ବର୍ତ୍ତମାନ ସୁଦ୍ଧା, ଏହି ଗାଡି କେଉଁଠିକାର, କେବେ ଏହି ଫଟୋ ଉଠା ଯାଇଛି ତାହା ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରି ନଥିଲା।