ଆଜି ହେଉଛି ବିଶ୍ୱ ରକ୍ତଦାତା ଦିବସ। ଏହି ଅବସରରେ ଆସନ୍ତୁ ଜାଣିବା ଏକ ରୋଚକ କଥା। ୧୯୫୨ ମସିହାରେ ଜଣେ ରେଳବାଇ କର୍ମଚାରୀ ଶରୀରିକ ଆଘାତ ପାଇ ଚିକିତ୍ସିତ ହେବା ଲାଗି ସେଠ୍ ଗୋବର୍ଦ୍ଧନ ଦାସ ସୁନ୍ଦର ଦାସ ମେଡ଼ିକାଲ୍ କଲେଜକୁ ଗଲେ। ତାଙ୍କ ପାଇଁ ରକ୍ତ ଆବଶ୍ୟକ ହେଲା। ଡ଼ାକ୍ତରମାନେ ବିଭିନ୍ନ ଶ୍ରେଣୀର ରକ୍ତ ତାଙ୍କ ଦେହରେ ମ୍ୟାଚ୍ କରିବା ପାଇଁ ଚେଷ୍ଟା କରିଲେ। କିନ୍ତୁ ଆଶ୍ଚର୍ଯ୍ୟର କଥା ଯେ କୌଣସି ବି ବ୍ଲଡ଼୍ ଗ୍ରୁପର ରକ୍ତ ତାଙ୍କ ଦେହର ରକ୍ତ ସହିତ ମିଶି ନଥିଲା। ପ୍ରାୟ ୧୯୦ ଜଣ ରକ୍ତଦାତାଙ୍କ ରକ୍ତ ନମୁନାକୁ ମ୍ୟାଚ୍ କରାଯିବା ପରେ ବି ଅଚଳାବସ୍ଥା ଜାରି ରହିଲା।
ଏହାପରେ ଡ଼ାକ୍ତର ଓ ରକ୍ତଦାତାଙ୍କ ମିଳିତ ପ୍ରୟାସରେ ଏଭଳି ଜଣେ ଲୋକଙ୍କୁ ଖୋଜି ବାହାର କରାଗଲା,ଯାହାଙ୍କ ରକ୍ତ କିନ୍ତୁ ପୀଡ଼ିତ ରେଳ କର୍ମଚାରୀଙ୍କ ରକ୍ତ ସହିତ ମିଶିଲା। ଉକ୍ତ ରକ୍ତଦାତାଙ୍କ ଘର ମୁମ୍ବାଇରେ। ଉକ୍ତ ବ୍ୟକ୍ତିଙ୍କର ରକ୍ତର ନମୁନା ଏକଦମ୍ ଭିନ୍ନ ଏବଂ ବିରଳ ଥିଲା। ସେହି ବ୍ଲଡ଼୍ ଗ୍ରୁପ୍କୁ ବମ୍ବେ ବା ମୁମ୍ବାଇ ନାମରେ ନାମିତ କରି ‘ବମ୍ବେ ବ୍ଲଡ଼୍ ଟାଇପ୍’ରଖିଲେ।ଏକ ଆକଳନରୁ ଜଣାଗଲା ଯେ,ବମ୍ବେରେ ପ୍ରତି ୧୦ ହଜାର ଲୋକଙ୍କ ଭିତରୁ ଜଣେ ଲୋକ ଏହି ବ୍ଲଡ଼୍ ଗ୍ରୁପ୍ର ରକ୍ତ ଆବଶ୍ୟକ କରୁଛନ୍ତି।ପ୍ରାୟ ୫୦ ପ୍ରତିଶତ ରକ୍ତ ଆରବିସି ବା ଲୋହିତ ରକ୍ତକଣିକାରୁ ପ୍ରସ୍ତୁତ ଓ ୧ ପ୍ରତିଶତ ଡ଼ବ୍ଲ୍ୟୁବିସି ରୁ ପ୍ରସ୍ତୁତ ଓ ଆବଶିଷ୍ଟ ଗ୍ଲା ଜମାରୁ ପ୍ରସ୍ତୁତ ହୋଇଥାଏ।
ଭାରତରେ ବ୍ଲଡ଼୍ ଗ୍ରୁପ୍ ସଂପର୍କୀତ ପରୀକ୍ଷାରେ ସମସ୍ୟା ରହିଥିବା କୁହାଯାଉଛି। ବମ୍ବେ ବ୍ଲଡ଼୍ ଗ୍ରୁପ୍ରେ ‘ଏ ’କିମ୍ବା ‘ବି’ର ନମୁନା ନାହିଁ, ଯେଉଁଥିପାଇଁ ଏହାକୁ ‘ଓ’ ବ୍ଲଡ଼୍ ବୋଲି କୁହାଯାଏ ।ତେବେ ତ୍ରୁଟିପୂର୍ଣ୍ଣ ପରୀକ୍ଷା ନିରୀକ୍ଷା ଯୋଗୁଁ ବଭିନ୍ନ ପ୍ରକାରର ଜଟିଳ ସମସ୍ୟା ଦେଖା ଦେଇଥାଏ, ଏପରିକି ଏଥିପାଇଁ ମୃତ୍ୟୁ ବି ଘଟିପାରେ ବୋଲି କୁହାଯାଏ।
/sambad/media/post_attachments/wp-content/uploads/2019/06/blood-m3india.jpg)
ବର୍ତ୍ତମାନ ଭାରତରେ ଦୁଇଟି ବିରଳ ବ୍ଲଡ଼୍ ଗ୍ରୁପ୍ ଥିବା କୁହାଯାଉଛି। ଏଥିମଧ୍ୟରୁ ଗୋଟିଏ ହେଲା ବମ୍ବେ ବ୍ଲଡ଼୍ ଓ ଅନ୍ୟଟି ହେଲା ଏଚ୍ ଏଚ୍ ବ୍ଲଡ଼୍ ଗ୍ରୁପ୍।
ଯଦି ଆପଣ ବମ୍ବେ ବ୍ଲଡ଼୍ ଗ୍ରୁପ୍ର ରକ୍ତ ଆବଶ୍ୟକ କରନ୍ତି,ତେବେ ବେଙ୍ଗଲୁରୁ ସ୍ଥିତ ସଂକଳ୍ପ ଇଣ୍ଡିଆ ଫାଉଣ୍ଡେସନ୍ ସହ ଯୋଗାଯୋଗ କରିପାରନ୍ତି।