ଅସ୍ଥି ଓ ଖଞ୍ଜା ଦିବସ

ଡା. ଆର.କେ.ମହାପାତ୍ର

ଅସ୍ଥିଶଲ୍ୟ ବିଶଷଜ୍ଞ ସଂଘ ‘Indian Orthopadic Association’ ଆମକୁ ଏକ ବିଶେଷ ଦିନଟିଏ ଉପହାର ଦେଇଛି, ତା ହେଉଛି ‘Bone & Joint day’ ବା ଅସ୍ଥି ଓ ଖଞ୍ଜା ଦିବସ। ଏହି ଦିବସକୁ ଆମେ ଭିନ୍ନ ପ୍ରକାରର ପାଳନ କରୁ। ବର୍ଷସାରା ଆମର ବରିଷ୍ଠ ବିଶେଷଜ୍ଞମାନେ କନିଷ୍ଠ ବିଶେଷଜ୍ଞମାନଙ୍କୁ କର୍ମଶାଳା, ସେମିନାର ଜରିଆରେ ତାଲିମ୍‌ ଦେଇଥାଉ। ଏହି ଅସ୍ଥ ଖଞ୍ଜା ଦିବସର ସପ୍ତାହକୁ ଆମେ ସମାଜ ପାଇଁ ସମର୍ପିତ କରିଥାଉ। ପ୍ରତ୍ୟେକ ବର୍ଷ ‘ଅଗଷ୍ଟ ୪ ତାରିଖ’ କୁ ଆମେ ‘ଅସ୍ଥି ଖଞ୍ଜା ଦିବସ’ ମାନିଥାଉ।
ସବୁ ବର୍ଷ ଭଳି ଏ ବ‌ର୍ଷ ଭି ଅାମେ କିଛି କାର୍ଯ୍ୟକ୍ରମ ହାତକୁ ନେଇଛୁ। ଏଥର ବିଷୟ ହେଲା ‘Each One, Save One’ ବା ‘ଜଣେ ଜଣଙ୍କୁ ବଞ୍ଚାଅ’। ଆପଣମାନେ ଶୁଣି ଆଶ୍ଚର୍ଯ୍ୟ ହେବେ ଯେ ପୃଥିବୀରେ ଆମ ଦେଶ ଦୁର୍ଘଟଣା ଓ ଦୁର୍ଘଟଣାରେ ପ୍ରାଣ ହରାଉଥିବା ସଂଖ୍ୟାରେ ପ୍ରଥମ ସ୍ଥାନରେ ଅଛି। ଆମ ପରେ ଚୀନ୍‌, ତା’ ପରେ ଆମେରିକା। ଏହା ୨୦୧୮ ମସିହାର ପରିସଂଖ୍ୟାନ। ୨୦୧୯ ମସିହା ପରିସଂଖ୍ୟାନ କହେ ‘ବର୍ଷକୁ ସାଢ଼େ ୪ ଲକ୍ଷ ଦୁର୍ଘଟଣା ଭାରତରେ ରେଜିଷ୍ଟ୍ରେସନ ହୋଇଛି। ସେଥିରୁ ପ୍ରାୟ ସାଢ଼େ ୪ ଲକ୍ଷ ଦୁର୍ଘଟଣାଗ୍ରସ୍ତ। ଦେଢ଼ ଲକ୍ଷ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରୁ ୮୫ ଭାଗ ହେଉଛନ୍ତି ରୋଜଗାର କ୍ଷମ। ଏହା ଜଣାଇ ଦେଉଛି କେତେ ପରିବାର ଅସୁବିଧା ଭୋଗ କରିଥିବେ ଓ ଉଜୁଡ଼ି ଯାଇଥିବ। ଏଣୁ ଦୁର୍ଘଟଣା କମାଇବାକୁ ସରକାର ବିଭିନ୍ନ କାର୍ଯ୍ୟକ୍ରମ କରି ଚେଷ୍ଟା କରୁଛନ୍ତି।

କିନ୍ତୁ ମୃତ୍ୟୁକୁ କମାଇବା ଡାକ୍ତରଙ୍କର କର୍ତ୍ତବ୍ୟ। ଏହି ବିଷୟରେ ବିଭିନ୍ନ କାରଣ ଅନୁଧ୍ୟାନ କରି ଜଣାପଡ଼ିଛି। ସେ ଭିତରୁ ସବୁଠୁ ଗୁରୁତ୍ବପୂର୍ଣ୍ଣ ଘଟଣା ହେଲା, ଦୁର୍ଘଟଣା ସ୍ଥାନରୁ ଡାକ୍ତରଖାନା’ ଆସିବା ସମୟରେ ହିଁ ଅନେକ ମୃତ୍ୟୁବରଣ କରନ୍ତି। ଦୁର୍ଘଟଣାରେ ମୃତ୍ୟୁ ଓ ତତ୍‌ଜନିତ କ୍ଷତିର କାରଣ ମୂଳତଃ ୩ଟି। ୧-ନିଃଶ୍ବାସ ପ୍ରଶ୍ବାସ ବନ୍ଦ ହେବା ଓ ମସ୍ତିଷ୍କକୁ ଅମ୍ଳଜାନ ବନ୍ଦ ହୋଇଯିବ। ଏଠାରେ ମନେ ରଖିବା ଉଚିତ୍‌ ହେବ ମସ୍ତିଷ୍କ ୩-୫ ମିନିଟ୍‌ ପର୍ଯ୍ୟନ୍ତ ବିନା ଅମ୍ଳଜାନରେ ବଞ୍ଚିପାରେ। ଏହାପରେ ‌େଯତେ ଅମ୍ଳଜାନ ନେଲେ କିଛି ଉପକାର ମିଳେନା।

୨ୟ କାରଣ- ରକ୍ତ ସଂଚାଳନ ଓ କ୍ଷୟ ହେବା। କୌଣସି ହାତ, ଗୋଡ଼, ପେଟରେ କ୍ଷତ ହୋଇ ରକ୍ତକ୍ଷରଣ ଚାଲୁଥିବ ତା’ ହେଲେ ଡାକ୍ତରଖାନାରେ ପହଞ୍ଚିଲା ବେଳକୁ ରୋଗୀ ରକ୍ତଶୂନ୍ୟ ହୋଇ ପ୍ରାଣ ହରାଇବ। ଏହାକୁ ବନ୍ଦ କରିବା ଦରକାର।

୩-ହାତଗୋଡ଼ ଭାଙ୍ଗି, ମୋଡ଼ି ହୋଇ ପଡ଼ିଥିବା ବଡ଼ ବଡ଼ ଯଥା ଜଂଘ ବା ଗୋଡ ହାଡ଼ ଭାଙ୍ଗିଗଲେ ୧ରୁ ୧୧/୨ ଲିଟର ରକ୍ତ ଧମନି ଭିତରୁ ବାହାରି ଆସେ। କୌଣସି ଖଣ୍ଡିଆ ନ ଥିଲେ ଏତିକି ଆମ ରକ୍ତରୁ ସଂଚାଳନ କମିଯାଏ ଯଦି ହାଡ଼ ଚମଡ଼ା ଫୁଟାଇ ଖଣ୍ଡିଆ କରିଦେଇଥାଏ ତା ହେଲେ, ଆହୁରି ରକ୍ତକ୍ଷରଣ ହୋଇଥାଏ।

ଏହିସବୁ ମୂଳ କାରଣକୁ ଯଦି ରୋକିପାରିବା ତା ହେଲେ, ବହୁ ମୂଲ୍ୟବାନ ଜୀବନ ବଞ୍ଚିଯାଆନ୍ତା। ଏସଂପର୍କରେ ସାଧାରଣ ‌େଲାକଙ୍କୁ ସଚେତନ କରିବା ଲାଗି ଉଦ୍ୟମ କରୁଛୁ। ମୂଲ୍ୟବାନ ଜୀବନ ବଞ୍ଚିଗଲେ ଆମେ ଓ ଆପଣମାନେ ଖୁସି ହେବ‌ା।

ଅସ୍ଥିଶଲ୍ୟ ବିଶେଷଜ୍ଞ
ସଭାପତି, ଉତ୍କଳ ହସ୍ପିଟାଲ, ଭୁବନେଶ୍ବର
ଓଡ଼ିଶା ଅର୍ଥୋପେଡିକ୍‌ ଆସୋସିଏସନ୍‌

ସମ୍ବନ୍ଧିତ ଖବର