ନୂଆଦିଲ୍ଲୀ: ଜଣେ ମହିଳା ବସ ନିଜ କର୍ମଚାରୀଙ୍କୁ ମୋଟା ଅଙ୍କର ବୋନସ ଦେଇ ଚମକାଇ ଦେଇଛନ୍ତି। ତେବେ ସେ ଏହି ବୋନସ ତାଙ୍କର ୧୦ ଜଣ କର୍ମଚାରୀଙ୍କୁ ଖ୍ରୀଷ୍ଟମାସ ଅବସରରେ ଦେଇଥିବା ଜଣାପଡ଼ିଛି। ମହିଳା ବସ ଜଣକ ୧୦ଜଣ କର୍ମଚାରୀଙ୍କୁ ୮୦ଲକ୍ଷରୁ ଅଧିକ ଟଙ୍କା ଲେଖାଏଁ ବୋନସ ଦେଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟି ଯାଇଛନ୍ତି।
ଏହି ମହିଳା ବସଙ୍କ ନାମ ଗିନା ରାଇନହାର୍ଟ ରହିଛି। ସେ ଅଷ୍ଟ୍ରେଲିଆର ଆରବପତି ରାଇନହାର୍ଟ ହନକକ ପ୍ରୋସପେକଟିଂ ନାମକ ମାଇନିଂ ଓ ଏଗ୍ରିକଲଚରଲ କମ୍ପାନିର କାର୍ଯ୍ୟକାରୀ ଅଧ୍ୟକ୍ଷ ରହିଛନ୍ତି। ଏହି କମ୍ପାନିକୁ ତାଙ୍କ ବାପା ପ୍ରତିଷ୍ଠା କରିଥିଲେ। ଏକ ରିପୋର୍ଟ ଅନୁଯାୟୀ, ରାଇନହାର୍ଟ ୩୪ବିଲିୟନ ଡଲାର ସମ୍ପତ୍ତି ସହିତ ଅଷ୍ଟ୍ରେଲିଆର ସବୁଠାରୁ ଧନୀ ବ୍ୟକ୍ତି ରହିଛନ୍ତି।
ଗିନା ରାଇନହାର୍ଟ ନିକଟରେ ନିଜ କମ୍ପାନିର ୧୦ଜଣ କର୍ମଚାରୀଙ୍କୁ ଆକସ୍ମିକ ବୋନସ ଦେବା ଘୋଷଣା କରିଥିଲେ। ସେ ପ୍ରତ୍ୟେକ କର୍ମଚାରୀଙ୍କୁ ୮୨-୮୨ଲକ୍ଷ ଟଙ୍କାଏ ବୋନସ ଦେଇଛନ୍ତି। ଏହାକୁ ସେ ଖ୍ରୀଷ୍ଟମାସ ଉପହାର ବୋଲି କହୁଛନ୍ତି।
ତେବେ ଏଭଳି ଘୋଷଣା ପୂର୍ବରୁ ରାଇନହାର୍ଟ କର୍ମଚାରୀଙ୍କୁ ଏକ ବୈଠକରେ କହିଥିଲେ, ‘ଆଗକୁ ମୁଁ ଏକ ବଡ଼ ଘୋଷଣା କରିବି। ଏଥିପାଇଁ ଆପଣମାନେ ପ୍ରସ୍ତୁତ ରୁହନ୍ତୁ।’ ଯେତେବେଳେ ରାଇନହାର୍ଟ ଏହି ଘୋଷଣା କରିଥିଲେ କର୍ମଚାରୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ତେବେ ଯେଉଁ ଦଶଜଣ କର୍ମଚାରୀଙ୍କୁ ଏଭଳି ବୋନସ ଦିଆଯାଇଛି, ସେମାନେ କମ୍ପାନି ପାଇଁ ଭଲ କାମ କରିଥିଲେ। ଯାହାପାଇଁ ଅଷ୍ଟ୍ରେଲିଆକୁ ବି ବହୁ ଲାଭ ମିଳିଛି ବୋଲି କୁହାଯାଉଛି।