୧୪ବର୍ଷ ବୟସରେ ଲାଇବ୍ରେରିରୁ ବହି ନେଇ ୫୬ବର୍ଷ ପରେ ଫେରାଇବା ବେଳେ ମହିଳା ଦେଲେ ଲକ୍ଷାଧିକ ଟଙ୍କାର ଜରିମାନା

ନୂଆଦିଲ୍ଲୀ: କୁହାଯାଏ ଯେ, ‘ପୁସ୍ତକ ଆମର ବନ୍ଧୁ।’  ଆମେ ପୁସ୍ତକରୁ ଅନେକ ଜ୍ଞାନ ପାଇଥାଉ।  ଯେତେ ଅଧିକ ବହି ପଢ଼ିବା, ସେତେ ଅଧିକ ଜ୍ଞାନ ବୃଦ୍ଧି ହୋଇଥାଏ। କିଛି ଲୋକଙ୍କ ବନ୍ଧୁତା ବହି ସହିତ ଏତେ ଗଭୀର ଥାଏ ଯେ ସେମାନେ ସବୁବେଳେ ପୁସ୍ତକ ସହିତ ଜଡ଼ିତ ରହିଥାଆନ୍ତି। ଏହା ଏକ ଭଲ ଅଭ୍ୟାସ ବୋଲି କୁହାଯାଏ ।

ତେବେ ନିକଟରେ ଏକ ଖବର ପ୍ରକାଶ ପାଇଛି। ଏହି ଖବର ମୁତାବକ, ୧୪ ବର୍ଷ ବୟସରେ ଲେସଲି ହେରିସନ ନାମକ ମହିଳା ଲାଇବ୍ରେରିରୁ ଏକ ବହି ପଢ଼ିବା ପାଇଁ ନେଇଥିଲେ।  ୫୬ବର୍ଷ ପରେ ସେ ଲାଇବ୍ରେରିରୁ ଏହି ବହି ନେଇଥିଲେ, ଆଉ ତାହାକୁ ‌ସେ ଫେରାଇ ନଥିବା କଥା ତାଙ୍କର ମନେ ପଡ଼ି ଯାଇଥିଲା। ଏବେ ମହିଳାଙ୍କୁ  ୭୦ବର୍ଷ ହୋଇଛି।

ଲେସଲି  କହନ୍ତି, ମୁଁ ଛୋଟ ବେ‌ଳୁ ଖୁବ ବହି ପଢ଼ୁଥିଲି। ବହି ପ୍ରତି ମୋର ଦୁର୍ବଳତା ରହିଛି। ମୋ ପାଖରେ ଶହଶହ ବହି ରହିଛି।  ମୁଁ ଯେଉଁ ଆଡେ ବି ଯାଇଥାଏ ବହି ସଂଗ୍ରହ କରିଥାଏ। ମୋତେ  ୧୪ବର୍ଷ ବୟସ ହୋଇଥିବା ବେଳେ ଲାଇବ୍ରେରିରେ ଏକ ଭଲ ବହି ଦେଖିଥିଲି।

ଏହାପରେ ଏହି ବହିକୁ ପଢ଼ିବା ପାଇଁ ଆଣିଥିଲି। ପଢ଼ି ସାରିବା ପରେ ବହି ଫେରାଇବାକୁ ଭୁଲି ଯାଇଥିଲି। ଏହାରି ଭିତରେ ଅନେକ ବର୍ଷ ବିତି ଯାଇଛି।  ୨୦, ୬୫୬ଦିନ ଉକ୍ତ ବହିକୁ ମୋ ପାଖରେ ରଖିବା ପରେ ୫୬ବର୍ଷ ପରେ ଲାଇବ୍ରେରିରୁ ଏହି ବହି ଆଣିଥିବା କଥା ମନେ ପଡ଼ି ଯାଇଥିଲା। ଏବେ ଏହି ବହିକୁ ଫେରାଇବା ସହିତ ଲକ୍ଷାଧିକ ଟଙ୍କାର ଜରିମାନା ଭରିବାକୁ ପଡ଼ିଛି।’

ସମ୍ବନ୍ଧିତ ଖବର