ଇଣ୍ଡିଆନ୍ ଗ୍ୟାସର ଉପଭୋକ୍ତା ଏବେ ଫେସବୁକ ଓ ଟ୍ୱିଟର ଜରିଆରେ ଗ୍ୟାସ ସିଲିଣ୍ଡର ବୁକ୍ କରିପାରିବେ । ଭାରତୀୟ ତୈଳ ନିଗମ ନିଜର ଟ୍ୱିଟର ହ୍ୟାଣ୍ଡେଲରେ ଏହାର ସୂଚନା ଦେଇଛନ୍ତି । ଟ୍ୱିଟରେ ଦେଇଥିବା ସୂଚନା ଅନୁସାରେ ଇଣ୍ଡେନ୍ ଗ୍ୟାସ୍ ସିଲିଣ୍ଡର ଗ୍ରାହକ ଫେସବୁକ୍ ଓ ଟ୍ୱିଟର ମାଧ୍ୟମରେ ଘରୋଇ ଗ୍ୟାସକୁ ବୁକ୍ କରିପାରିବେ ।
Sambad is now on WhatsApp
Join and get latest news updates delivered to you via WhatsApp
ଫେସବୁକରେ କିପରି ହେବ ସିଲିଣ୍ଡର ବୁକ୍
ଇଣ୍ଡିଆନ୍ ଓଏଲ୍ କର୍ପୋରେସନ ଲିମିଟେଡ଼୍ ଅନୁସାରେ ସିଲିଣ୍ଡର ବୁକ୍ କରିବା ପାଇଁ ଗ୍ରାହକଙ୍କୁ ନିଜର ସ୍ମାର୍ଟଫୋନର ଫେସବୁକରେ ରଖିବା ଜରୁରୀ। ଏହାପରେ ଇଣ୍ଡିଆନ୍ ଅଏଲର ଅଫିସିଆଲ ପେଜକୁ ଯାଇ ବୁକ୍ ନାଓ ବିକଳ୍ପରେ କ୍ଲିକ ରକନ୍ତୁ । ଯଦି ଗ୍ରାହକ ପ୍ରଥମରୁ ଫେସବୁକରେ ଲଗ ଇନ୍ କରିଛନ୍ତି, ତେବେ କଣ୍ଟିନ୍ୟୁରେ କ୍ଲିକ କରନ୍ତୁ । ଏହାପରେ ଫେସବୁକ କ୍ରେଡ଼େନସିଆଲ ପେଜ୍ ଆକ୍ସେସ୍ କରିବା ପାଇଁ ମଞ୍ଜୁରି ମିଳିଯିିବ। ଆଗାମୀ ଷ୍ଟେପରେ ଏଲପିଜି ଆଇଟି ପ୍ରବେଶ କରାନ୍ତୁ । ଆଇଡ଼ି ପ୍ରବେଶ କରାଇବା ପରେ ବୁକ୍ ନାଓ ପରେ ଟାପ୍ କରନ୍ତୁ । ଏହାପରେ ବୁକିଂ ପ୍ରକ୍ରିୟା ପୁରା ହୋଇଯିବ ଓ କନଫର୍ମ ହୋଇଯିବ ।
ଟ୍ୱିଟରରେ କିପରି ବୁକ୍ କରିବେ
ଯଦି ଆପଣ ଟ୍ୱିଟର ଜରିଆରେ ଇଣ୍ଡେନ ଗ୍ୟାସକୁ ବୁକ୍ କରିବା କରୁଛନ୍ତି, ତେବେ ସର୍ବପ୍ରଥମେ ନିଜର ଟ୍ୱିଟର ହ୍ୟାଣ୍ଡେଲ ଜରିଆରେ ରେଜିଷ୍ଟର କରନ୍ତୁ । ରେଜିଷ୍ଟର କରିବା ପାଇଁ @indanerefill<SPACE>#register<SPACE><LPGID><SPACE><email ରେ ଟ୍ୱିଟ୍ କରନ୍ତୁ । ଏହାପରେ ଗ୍ୟାସ ଭରିବାର ବୁକିଂ ପାଇଁ @indanerefill<SPACE>#refill ରେ ଟ୍ୱିଟ୍ କରନ୍ତୁ ।
ଗ୍ରାହକଙ୍କ ପାଖରେ ସରଳ ବିକଳ୍ପ ଉପଲବ୍ଧ କରାଇବା ପାଇଁ କମ୍ପାନୀ ଏପରି ପଦାକ୍ଷପ ନେଇଛି । ଆଧୁନିକ ଜ୍ଞାନକୌଶଳ ଜରିଆରେ ଲୋକେ ଅଧିକ ଉପକୃତ ହୋଇପାରିବେ ବୋଲି କମ୍ପାନୀ ଆଶା ପ୍ରକଟ କରିଛି । ଯେଉଁମାନେ ଇଣ୍ଡିଆନ୍ ଅଏଲର ଗ୍ରାହକ ସେମାନେ କିଭଳି ସରଳ ଉପାୟରେ ସେବା ପାଇପାରିବେ, ତାହା କମ୍ପାନର ମୂଳ ଉଦ୍ଦେଶ୍ୟ ।