ଭଉଣୀ ବିବାହରେ ସାମିଲ ହେବାକୁ ଅତିଥିଙ୍କ ପାଇଁ ପୁରା ବିମାନ ବୁକ କଲେ ଭାଇ

ନୂଆଦିଲ୍ଲୀ: କରୋନା ମହାମାରୀ ହେତୁ ଗତ ଦୁଇବର୍ଷ ହେବ ଲୋକମାନେ ଘରେ ବନ୍ଦୀ ହୋଇଥିଲେ। କୌଣସି ପ୍ରକାର ବିବାହ, ବତ୍ରର ଆୟୋଜନ କରାଯାଇ ପାରୁ ନଥିଲା। କରୋନା ମହାମାରୀ ସରିବା ପରେ ଧୀରେଧୀରେ ଲୋକେ ନିଜ ଆଶାକୁ ପୂରଣ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ନିଜ ଇଚ୍ଛା ମୁତାବକ ସ୍ଥାନରେ ବିବାହ କରିବାକୁ ଲୋକେ ବହୁତ ସ୍ବପ୍ନ ଦେଖି ଥାଆନ୍ତି। କିନ୍ତୁ କରୋନା ମହାମାରୀ ହେତୁ ଲୋକେ କୌଣସି ସ୍ଥାନକୁ ଯାଇ ଆସି ପାରୁ ନଥିଲେ। ଏବେ ଏସବୁ ଉପରୁ ପ୍ରତିବନ୍ଧକ ଉଠିବା ପରେ ଲୋକେ ବିଭିନ୍ନ ସ୍ଥାନକୁ ଯାଇ ଆସି ପାରୁଛନ୍ତି। ଏଭଳି କ୍ରମରେ ପୁଅ-ଝିଅଙ୍କ ବିବାହ ପାଇଁ ପୂରା ପରିବାର ଉପସ୍ଥିତ ରହିବା ପାଇଁ ବିମାନ ଗୋଟାକୁ ବୁକ କରାଯାଇଥିଲା।

ନିକଟରେ ବିବାହରେ ଉପସ୍ଥିତ ହେବା ପାଇଁ ଜଣେ ଭାଇ ଅତିଥିଙ୍କ ପାଇଁ ପୂରା ବିମାନ ବୁକ କରି ଦେଇଥିଲେ। ଶ୍ରେୟା ଶାହା ଦ୍ବାରା ସେୟାର କରାଯାଇଥିବା ଭିଡିଓରେ ବର-ବଧୂଙ୍କ ପୂରା ପରିବାର ଓ ସମ୍ପର୍କୀୟ ବିମାନ ଭିତରେ ମଜା କରୁଥିବା ଦେଖିବାକୁ ମିଳୁଛି। ଭିଡିଓ ଶେଷରେ ବର-ବଧୂ ନଜର ଆସୁଛନ୍ତି, ଯେଉଁମାନେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ବିବାହ ରାଜସ୍ଥାନର ଜେସଲମେରରେ ହେବାକୁ ଯାଉଛି।

ଏହି ଭିଡିଓକୁ ତିନିଦିନ ପୂର୍ବରୁ ସେୟାର କରାଯାଇଛି। ଯାହାକି ଭାଇରାଲ ହୋଇଯାଇଛି।

ସମ୍ବନ୍ଧିତ ଖବର