ମୃତ ମହିଳାଙ୍କ ଗର୍ଭାଶୟ ପ୍ରତିରୋପଣ ଜରିଆରେ ପ୍ରଥମ ଶିଶୁ: ଜାଣନ୍ତୁ ଏ ସଂପର୍କିତ କିଛି ଗୁରୁତ୍ୱପୂର୍ଣ୍ଣ କଥା

ପ୍ୟାରିସ୍‌: ଡାକ୍ତରୀ ବିଜ୍ଞାନ କ୍ଷେତ୍ରରେ ପ୍ରଥମ। ଜଣେ ମୃତ ମହିଳାଙ୍କ ଗର୍ଭାଶୟ ପ୍ରତ୍ୟାରୋପଣ ସାହାଯ୍ୟରେ ପ୍ୟାରିସ୍‌ର ଜଣେ ମହିଳା ଏକ ସୁସ୍ଥ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ବ୍ରାଜିଲ୍‌ରେ ଏହି ଅପରେସନ ୨ ବର୍ଷ ତଳେ ହୋଇଥିଲା ଯଦିଓ ଘଟଣା ଏବେ ସାମ୍ନାକୁ ଆସିଛି। ଏକ ପତ୍ରିକାରେ ଏ ସଂପର୍କରେ ଉଲ୍ଲେଖ କରାଯାଇଛି ଯେ ଏଣିକି ୟୁଟରସ ସମସ୍ୟା ଦେଇ ଗତି କରୁଥିବା ମହିଳାଙ୍କୁ ଏ ଖବର ବେଶ୍‌ ଖୁସି କରାଇବ।

ଗର୍ଭାଶୟ ପ୍ରତିରୋପଣ ଜରିଆରେ ୨୦୧୬ ମସିହା ସେପ୍ଟେମ୍ବର ମାସରେ ପ୍ରଥମେ ଏହି ଶିଶୁଟି ଜନ୍ମ ଗ୍ରହଣ କରିଥିଲା ।

ପ୍ରଥମ କରି ୨୦୧୩ରେ ସ୍ୱିଡନରେ ଜଣେ ଜୀବିତ ମହିଳାଙ୍କ ଗର୍ଭଶୟ ପ୍ରତ୍ୟାରୋପଣ କରାଯାଇଥିଲା। ଏହା ପରେ ଅବଶ୍ୟ ଏବେ ସୁଦ୍ଧା ୧୦ ଥର ଏପରି ହୋଇସାରିଲାଣି। ମାତ୍ର ଜୀବିତ ମହିଳାଙ୍କ ଗର୍ଭାଶୟ ମିଳିବା କଷ୍ଟ ଯେହେତୁ ଡାକ୍ତରମାନେ ମୃତ ମହିଳାଙ୍କ ଗର୍ଭଶୟକୁ ନେଇ ପରୀକ୍ଷାନୀରିକ୍ଷା କରି ସଫଳ ହେବାକୁ ବହୁ ଉଦ୍ୟମ ଜାରି ରଖିଥିଲେ।

୨୦୧୬ ମସିହାରେ ଏହା ସଫଳ ହେବା ପୂର୍ବରୁ ଆମେରିକା ଓ ତୁର୍କୀର ବହୁ ବଡ଼ ବଡ଼ ଗବେଷକମାନେ ଏହାକୁ ନେଇ ଉଦ୍ୟମ କରି ବିଫଳ ହୋଇଥିଲେ।

ଗବେଷଣାରୁ ଜାଣିବାକୁ ମିଳିଛଇ ଯେ ପ୍ରାୟ ୧୦ରୁ ୧୫ ପ୍ରତିଶତ ଦମ୍ପତି ନିସନ୍ତାନର ଶିକାର ହେଉଛନ୍ତି। ଏହି ପକ୍ରିୟା ସେ ସମସ୍ୟାକୁ ଦୂରେଇ ଦେଇ ପାରିବ। ୫୦୦ରୁ ଜଣେ ମହିଳା ଗର୍ଭାଶୟ ସମସ୍ୟା ଦେଇ ଗତି କରୁଥିବା ସୂଚନା ରହିଛି।

ସମ୍ବନ୍ଧିତ ଖବର