ନୂଆଦିଲ୍ଲୀ: ପ୍ରତ୍ୟେକ ଝିଅଙ୍କ ବାପା ଓ ମା’ଙ୍କ ଇଚ୍ଛା ଥାଏ କି ସେମାନଙ୍କ ଝିଅ ପାଇଁ ଏମିତି ଜଣେ ବରପାତ୍ର ମିଳନ୍ତା ଯିଏକି ସବୁଦିଗରୁ ପରଫେକ୍ଟ ଥିବ। ଝିଅକୁ ଭଲ ପାଉଥିବା ସହିତ ତାର ଦୁଃଖସୁଖରେ ଛିଡ଼ା ହେଉଥିବ। ଏଥିସହିତ ପରିବାରଲୋକଙ୍କୁ ଦେଖିୁଥିବ ଓ ସମାଜରେ ବି ତାଙ୍କର ସମ୍ମାନ ଥିବ। ଏହି କ୍ରମରେ ଯଦି ଭଲ ବରପାତ୍ର ଆପଣାଛାଏଁ ଆସି କନ୍ୟା ପିତାଙ୍କୁ ଝିଅର ହାତ ମାଗନ୍ତି ତେବେ ପରିସ୍ଥିତି କିପରି ଥିବ ଆପଣ ଥରେ ଭାବି ଦେଖନ୍ତୁ।
ଏମିତି ଏକ ଘଟଣାକୁ ନେଇ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଭିଡିଓ ଦେଖି ଅନେକଲୋକ ଭାବପ୍ରବଣ ହୋଇପଡିଛନ୍ତି।
ଟ୍ୱିଟରରେ ସେୟାର ହୋଇଥିବା ଏହି ଭିଡିଓରେ ଅଷ୍ଟ୍ରେଲିଆର ଜଣେ ଯୁବକ ତାଙ୍କ ପ୍ରେମିକାଙ୍କ ପିତାଙ୍କ ସହ କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳିଛି। ଯୁବକ ଜଣକ ତାଙ୍କ ପ୍ରେମିକାଙ୍କ ବାପାଙ୍କୁ କହିଥିଲେ, 'ମୁଁ ଆପଣଙ୍କ ଝିଅକୁ ବହୁତ ଭଲ ପାଏ, ମୁଁ ତାଙ୍କୁ ବହୁତ ଖୁସି ରଖିବି । ମୁଁ ଆପଣଙ୍କ ପରିବାରକୁ ମଧ୍ୟ ଭଲ ପାଏ । ମୋର ଆପଣଙ୍କ ଆଶୀର୍ବାଦ ଦରକାର, ମୁଁ ଆପଣଙ୍କ ଝିଅକୁ ବିବାହ କରିବାକୁ ଚାହୁଁଛି ।’
ପୁଅଙ୍କ ଠାରୁ ଏହି କଥା ଶୁଣିବା ପରେ ଝିଅ ବାପା ଭାବପ୍ରବଣ ହୋଇଯାଇଥିଲେ। ଆଉ ସ୍ନେହରେ ପୁଅଙ୍କୁ ଟାଣି ଆଣି ଆଲିଙ୍ଗନ କରି ତାଙ୍କ ମୁଣ୍ଡରେ ଏକ ଚୁମ୍ବନ ଭରି ଦେଇଥିଲେ।
This man asked his girlfriend's dad for his marriage blessing. What a guy! 😭😭😭
(🎥:taliarycroft)— GoodNewsCorrespondent (@GoodNewsCorres1) March 2, 2023
ସୋସିଆଲ ମିଡିଆରେ ଲୋକମାନେ ଏହି ଭିଡିଓକୁ ବହୁତ ପସନ୍ଦ କରିବା ସହିତ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇ ଲେଖିଛନ୍ତି, 'ଏହା ବହୁତ ସୁନ୍ଦର। ଏହି ଭିଡିଓ ଦେଖି ମୁଁ ମୋ ବାପାଙ୍କୁ ମନେ ପକାଉଛି। ବେଳେବେଳେ ଏତେ ସୁନ୍ଦର ବନ୍ଧନ ଏବଂ ଭଲ ଲୋକଙ୍କୁ ଦେଖି ଭଲ ଲାଗେ।
ଏଥି ସହିତ ଆଉ ଜଣେ ଲେଖିଛନ୍ତି, 'ମୋ ସ୍ୱାମୀ ମଧ୍ୟ ୨୦ ବର୍ଷ ପୂର୍ବେ ଏପରି କରିଥିଲେ, ଯାହା ମୁଁ ବିବାହ ପରେ ଜାଣିଲି।'
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/d2qpit8_tractor_625x300_07_March_23.webp)