ନୂଆଦିଲ୍ଳୀ: ପୂର୍ବରୁ ସୋସିଆଲ୍ ମିଡିଆରେ ଅନେକ ମଜାଦାର୍ ଭିଡିଓ ଦେଖିବାକୁ ମିଳିଛି। ନିକଟରେ ଟ୍ବିଟ୍ରରେ ଭାଇରାଲ୍ ହୋଇଥିବା ଏହି ଭିଡିଓଟି ଯେତିକି ମଜାଦାର ସେତିକି ଲୋମଟାଙ୍କୁରା ମଧ୍ୟ। ଭିଡିଓଟିରେ ଶିଶୁଟି ବସିଥିବାର ଦେଖିବାକୁ ମିଳିଛି। ସେତିକି ବେଳେ ପଛପରୁ ଏକ ବାଘ ଦୌଡ଼ି ଆସି ଶିଶୁଟିକୁ ଝାମ୍ପି ପକାଉଛି। ଏହି ଭିଡିଓକୁ ଶିଶୁଟିର ବାପା ଉତ୍ତୋଳନ କରି ପ୍ରଥମେ ତାଙ୍କ ଟ୍ବିଟ୍ରରେ ଦେବା ପରେ ଏହା ଭାଇରାଲ୍ ହେବାରେ ଲାଗିଛି। ଭିଡିଓଟିର ଏବେ ସୁଦ୍ଧା ୨ ଅୟୁତ ଭିୟୁ ହୋଇ ସାରିଲାଣି। ଏହି ଭିଡିଓଟି ୧୦ ହଜାର ଥର ସେୟାର୍ ହୋଇଥିବା ବେଳେ ତାହାକୁ ୪୬ ହଜାର ଲାଇକ୍ ମିଳିଛି।
ମାତ୍ର ଭୟ କରିବାର କୌଣସି କାରଣ ନାହିଁ। ବାସ୍ତବ କଥା ହେଲା ବାଘ ଓ ଶିଶୁ ମଧ୍ୟରେ ଏକ କାଚ ରହିଛି। ବାଘଟି କାଚ ବାହାରୁ ଶିଶୁଟିକୁ ଆକ୍ରମଣ କରିବାକୁ ଚେଷ୍ଟା କରି ବିଫଳ ହୋଇଛି।
My son was on the menu in Dublin Zoo today #raarpic.twitter.com/stw2dHe93g
— RobC (@r0bc) December 22, 2019
ଟ୍ବିଟର୍ରେ ରୋବକ ନାମରେ ଥିବା ଶିଶୁର ବାପା ଡିସେମ୍ବର ୨୩ ତାରିଖରେ ତାଙ୍କ ଟ୍ବିଟ୍ର ଆକାଉଣ୍ଟରେ ଭିଡିଓଟିକୁ ସେୟାର୍ କରିଛନ୍ତି। ଭିଡିଓଟି ଦବଲିନ୍ ଚିଡ଼ିଆଖାନାର। ସବୁଠାରୁ ମଜା କଥା ହେଉଛି ଭିଡିଓକୁ ଦେଖି ଅନ୍ୟ ସମସ୍ତେ ଭୟଭୀତ ହୋଇ ଯାଉଥିଲେ ବି ଭିଡିଓରେ ଦୃଶ୍ୟମାନ ହୋଇଥିବା ଶିଶୁ ଜଣକ କିନ୍ତୁ ଆନନ୍ଦର ସହ ପୋଜ୍ ଦେବାରେ ଲାଗିଛନ୍ତି।