ନୂଆଦିଲ୍ଲୀ: ପ୍ରତ୍ୟେକ ମଣିଷ ଭିତରେ କିଛି ନା କିଛି ପ୍ରତିଭା ଲୁଚି ରହିଛି। ପୂର୍ବରୁ ଲୋକଙ୍କ ପ୍ରତିଭା ପ୍ରଦର୍ଶନ ପାଇଁ ବିଶେଷ କିଛି ମଞ୍ଚ ନଥିଲା। କିନ୍ତୁ ଯେବେଠାରୁ ସୋସିଆଲ ମିଡିଆ ସକ୍ରିୟ ହୋଇଛି ଲୋକେ ଏହାକୁ ମାଧ୍ୟମ କରି ନିଜର ପ୍ରତିଭା ଦେଖାଇ ପାରୁଛନ୍ତି। ଏମିତି ବି ଲୋକ ଅଛନ୍ତି ‌ଯେଉଁମାନେ ନିଜର ପ୍ରତିଭା ପାଇଁ ରାତାରାତି ଷ୍ଟାର ପାଲଟି ଯାଉଛନ୍ତି।

Advertisment

ସୋସିଆଲ ମିଡିଆରେ ଲୋକଙ୍କ ଅନେକ ପ୍ରତିଭା ଦେଖିବାକୁ ମିଳିଥାଏ। ନିକଟରେ ଜଣେ ବାଳକ ପିଠି ହାଡ଼ରେ ନଡ଼ିଆ ଭାଙ୍ଗି ଦେଉଥିବାର ଏକ ଭିଡିଓ ସାମ୍ନାକୁ ଆସିଛି। ଯାହାକି ଭାଇରାଲ ହେବାରେ ଲାଗିଛି।

ଏହି ଭିଡିଓରେ ସର୍ବପ୍ରଥମେ ଏକ ଶିଶୁ ଜଣକ ପିଠିର ଦୁଇ ହାଡ ମଧ୍ୟରେ ଏକ ଗୋଟିଏ ନଡ଼ିଆ ରଖୁଛନ୍ତି। ଏହାପରେ ଶିଶୁ ଜଣକ ଉକ୍ତ ନଡ଼ିଆରେ ହାତ ନଲଗାଇ ଆଶ୍ଚର୍ଯ୍ୟଜନକ ଭାବେ ଭାଙ୍ଗି ଦେଉଛନ୍ତି। ଭାଙ୍ଗିବା ପରେ ସେ ଖ‌ଣ୍ଡେ ନଡ଼ିଆକୁ ଖାଉଥିବା ବି ଭିଡିଓରେ ଦେଖିବାକୁ ମିଳୁଛି।

ଭିଡିଓରେ ଶିଶୁଙ୍କ ଏଭଳି ପ୍ରତିଭା ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯିବା ସହିତ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ଆମକୁ ହାତୁଡ଼ି ସାହାଯ୍ୟରେ ନଡ଼ିଆ ଭାଙ୍ଗିବା କଷ୍ଟକର ହୋଇଯାଉଛି। ଏଭଳି କ୍ଷେତ୍ରରେ ଶିଶୁ ଜଣକ ପିଠି ହାଡ଼ରେ ନଡ଼ିଆ ଭାଙ୍ଗିବା ବାସ୍ତବରେ ଚମତ୍କାର ଘଟଣା।