ଟ୍ରେନରେ ଯାଉଥିବା ବେଳେ ଛାତ୍ର କଲେ ଏଭଳି କାମ, ଚାରିଆଡୁ ଛୁଟୁଛି ପ୍ରଶଂସା

ନୂଆଦିଲ୍ଲୀ: ଅନେକ ଥର ସୋସିଆଲ ମିଡିଆରେ ଦିଲ୍ଲୀ ମେଟ୍ରୋ ଭିତର ଫଟୋ ଆସିଥାଏ। ଏଥିରେ ଲୋକେ କିଭଳି ଭାବେ ଅପରିସ୍କାର କରିଥାଆନ୍ତି ତାହା ଦେଖିବାକୁ ମିଳିଥାଏ। ନିକଟରେ ସୋସିଆଲ ମିଡିଆରେ ଏହାର ଏକ ଓଲଟା  ଭିଡିଓ ଭାଇରାଲ ହୋଇଛି ଯାହାକି ହୃଦୟସ୍ପର୍ଶୀ ରହିଛି।

ସୋସିଆଲ ମିଡିଆରେ ଦୁଇଟି ଫଟୋ ପୋଷ୍ଟ ହୋଇଛି। ଯେଉଁଥିରେ ଦେଖିବାକୁ ମିଳୁଛି ଗୋଟିଏ ରୁମାଲ ଧରି ଜଣେ ଛାତ୍ର ଟ୍ରେନ ଭିତର ଚଟାଣ ସଫା କରୁଛନ୍ତି। ତେବେ କୁହାଯାଉଛି କି ଛାତ୍ର ଜଣକ ସ୍କୁଲ ପୋଷାକ ପିନ୍ଧି କାନରେ ଇୟରଫୋନ ଲଗାଇ ବସିଥିଲେ। ଆଉ ବ୍ୟାଗରୁ ପାଣି ବୋତଲ ବାହାର କରୁଥିବା ବେଳେ ତାଙ୍କ ଟିଫିନ ତଳେ ପଡ଼ି ଯାଇଥିଲା। ଆଉ ସବୁ ଖାଦ୍ୟ ଚଟାଣ‌ରେ ବିଞ୍ଚି ହୋଇଯାଇଥିଲା। ସେ ଏହାକୁ ଦେଖି ଖାଦ୍ୟଗୁଡ଼ିକୁ ଉଠାଇ ଟିଫିନରେ ଭର୍ତ୍ତି କରିଥିଲେ। ଏଥିସହିତ ପ‌କେଟରୁ ରୁମାଲ ବାହାର କରି ଚଟାଣ ସଫା କରିଥିଲେ। ଏହି ଭିଡିଓକୁ ଦେଖିବା ପରେ ଛାତ୍ର ଜଣଙ୍କୁ ଚାରିଆଡୁ ପ୍ରଶଂସାର ସୁଆ ଛୁଟୁଛି।

ଏହି ଭିଡିଓକୁ ସୋସିଆଲ ମିଡିଆ ବ୍ୟବହାରକାରୀ ଦେଖି ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଉଛନ୍ତି। ଜଣେ ଲେଖିଛନ୍ତି, ଆଗକୁ ଟ୍ରେନରେ ଯାତ୍ରା କଲା ବେଳେ ଯଦି କିଛି ପଡ଼ିଯାଏ, ତେବେ ଲାଜ ନକରି ମୁଁ ବି ସଫା କରିବି। ଆଉ ଏଭଳି ଭାବେ ଯଦି ସମସ୍ତେ କରିବେ ତେବେ ଆମ ଭାରତ ସ୍ବଚ୍ଛ, ସୁନ୍ଦର ରହିବ।

ସମ୍ବନ୍ଧିତ ଖବର