ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ନିକଟରେ ୨୫ ସେକେଣ୍ଡର ଏକ ଭିଡିଓ ଭାଇରାଲ ହୋଇଛି। ଯେଉଁଥିରେ ଜଣେ ବାଳକଙ୍କୁ ରାସ୍ତାରେ ଅଦ୍ଭୁତ ନୃତ୍ୟ କରୁଥିବା ଦେଖିବାକୁ ମିଳୁଛି। ତେବେ ବାଳକ ଜଣକ ଏପରି କୌଶଳ ଆମ୍ବ ବିକ୍ରି କରିବା ପାଇଁ ଆପଣାଇଥିବା ଜଣାପଡ଼ିଛି।
ତେବେ ଭିଡିଓରେ ଦେଖିବାକୁ ମିଳୁଥିବା ବାଳକ ଜଣକ ଏକ ହଳଦିଆ ରଙ୍ଗର ସାର୍ଟ ପିନ୍ଧି ରାସ୍ତାରେ ଛିଡ଼ା ହୋଇଛନ୍ତି। ଆଉ ତାଙ୍କ ପଛରେ ଆମ୍ବର ଠେଲା ଲାଗିଛି। ସେ ଉକ୍ତ ଆମ୍ବକୁ ବିକ୍ରି କରିବା ପାଇଁ ରାସ୍ତାରେ ଯାଉଥିବା ଗାଡ଼ିକୁ ଅଟକାଇବା ପାଇଁ ଏକ ସ୍ବତନ୍ତ୍ର ଉପାୟ ଆପଣାଇଛନ୍ତି।
ସେ ଅତି ସୁନ୍ଦର ଭାବେ ରାସ୍ତାରେ ନୃତ୍ୟ କରି ଗ୍ରାହକଙ୍କୁ ଆମ୍ବ କିଣିବା ପାଇଁ ଆକର୍ଷିତ କରୁଥିବା ଭିଡ଼ିଓରେ ଦେଖିବାକୁ ମିଳୁଛି। ଲୋକେ ଆମ୍ବ କିଣିବାର ନଥିଲେ ବି ବାଳକଙ୍କ ଏଭଳି ନୃତ୍ୟକୁ ଦେଖି କିଛି ସମୟ ପାଇଁ ରାସ୍ତାରେ ଅଟକି ଯାଉଛନ୍ତି। ଆଉ ଖୁସିରେ ଆମ୍ବ କିଣି ଘରକୁ ଫେରୁଛନ୍ତି। ଏହାଦ୍ବାରା ବାଳକଙ୍କ ଠେଲାରୁ ଆମ୍ବ ବି ବିକ୍ରି ହେଲା ଭଲ ଦୁଇପଇସା ବି ରୋଜଗାର ହୋଇପାରିଲା।
A boy is dancing near a mango cart trying to get the attention of motorists (customers) in Yelawal along Mysuru-Madikeri National Highway. Dozens of such carts are lined up in the stretch during mango season.
(VC: Chetan Gowda) pic.twitter.com/eEepJSztyd
— Kodagu Connect (@KodaguConnect) May 23, 2023
ତେବେ ଏହି ଘଟଣାର ଦୃଶ୍ୟକୁ ସେହି ରାସ୍ତା ଦେଇ ଯାତାୟାତ କରୁଥିବା କେହି ଜଣେ ବୋଧ ହୁଏ କ୍ୟାମେରାରେ କୈଦ କରି ନେଇଥିଲେ। ଏହାକୁ ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ତାହା ଭାଇରାଲ ହୋଇଯାଇଛି। ଲୋକେ ଉକ୍ତ ବାଳକଙ୍କ ଆମ୍ବ ବିକ୍ରି କରିବା କୌଶଳକୁ ବେଶ ପସନ୍ଦ ବି କରିଛନ୍ତି।