ନୂଆଦିଲ୍ଲୀ: କୁହାଯାଏ ସ୍କୁଲ ଓ କଲେଜ ସମୟର ପ୍ରେମ କେହି କେବେ ବି ଭୁଲିପାରନ୍ତି ନାହିଁ। ନିକଟରେ ସୋସିଆଲ୍ ମିଡିଆରେ ଏକ ଭିଡିଓ ଭାଇରାଲ୍ ହୋଇଛି। ଭାଇରାଲ୍ ଭିଡିଓରେ ଜଣେ ଯୁବକ ଶ୍ରେଣୀରେ ଥିବା ଜଣେ ଯୁବତୀଙ୍କୁ ଆଣ୍ଠେଇ ପ୍ରେମ ନିବେଦନ କରୁଛନ୍ତି। ଯୁବତୀଙ୍କ ପ୍ରତିକ୍ରିୟା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। କାରଣ ଯୁବତୀ ଜଣକ ଯୁବକଙ୍କୁ ଏକ ଜବରଦସ୍ତ ଚାପୁଡ଼ା ପକାଇଥିଲେ।
ଏହି ଭିଡିଓଟିକୁ ରିଲ୍ଦ ପରିବାର ନାମକ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟ୍ରେ ସେୟାର୍ କରାଯାଇଛି। ଏହାର କ୍ୟାପ୍ସନ୍ରେ ଏକ ହିନ୍ଦୀ ଚଳଚ୍ଚିତ୍ରର ସଂଳାପ ଲେଖାଯାଇଛି କି ‘ୟେ ଥାପଡ଼ ମେରେ ଗାଲ୍ ପେ ନେହିଁ, ଦିଲ୍ ପେ ଲଗା ହୈ (ଏ ଚାପୁଡ଼ା ମୋ ଗାଲରେ ନୁହେଁ, ହୃଦୟରେ ବାଜିଲା)’।
View this post on Instagram
ଏହି ଭିଡିଓଟି ଏବେ ଧୀରେ ଧୀରେ ବିଭିନ୍ନ ସୋସିଆଲ୍ ମିଡିଆ ସାଇଟ୍ରେ ଭାଇରାଲ୍ ହୋଇ ଚାଲିଛି। ଭିଡିଓରେ ଦିଶୁଥିବା ଛାତ୍ରମାନେ କେଉଁ କଲେଜ୍ କିମ୍ବା ସ୍କୁଲ୍ରେ ଜଣା ପଡ଼ି ନଥିଲେ ବି ସମସ୍ତେ ଗେରୁଆ ରଂଗର ୟୁନିଫର୍ମ ପିନ୍ଧିଥିବାର ଦେଖିବାକୁ ମିଳିଛି।
ଭିଡିଓରେ ଆପଣ ଦେଖି ପାରୁଥିବେ ଯେ ପ୍ରଥମେ ଯୁବକ ଜଣକ ଫୁଲଟିଏ ହାତରେ ଧରି ହସି ହସି ଯୁବତୀଙ୍କ ପାଖକୁ ଆସୁଛନ୍ତି। ତାଙ୍କୁ ଦେଖି ଶ୍ରେଣୀରେ ଥିବା ଅନ୍ୟ ଛାତ୍ରୀମାନେ ବି ମୁରୁକା ହସ ମାରୁଛନ୍ତି। ଯୁବକ ଜଣକ ଯାଇ ଯୁବତୀଙ୍କ ସାମ୍ନାରେ ଆଣ୍ଠୁ ଲଗେଇ ତାଙ୍କୁ ଫୁଲ ଦେଉଥିବା ବେଳେ ଯୁବତୀ ଜଣକ ତାଙ୍କ ଗାଲେ ଚାପୁଡ଼ା ମାରୁଛନ୍ତି। ତା’ପରେ ଉପସ୍ଥିତ ଅନ୍ୟମାନେ ହସିବା ଆରମ୍ଭ କରୁଛନ୍ତି।