ନୂଆଦିଲ୍ଲୀ: ଇଣ୍ଟରନେଟରେ ଏକ ନୂଆ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ଆଇପିଏସ୍ ଅଧିକାରୀ ଅଭିଷେକ ପଲ୍ଳବ ତାଙ୍କ ଦଳ ସହ ସ୍ଥାନୀୟ ଅଞ୍ଚଳ ନୀରିକ୍ଷଣରେ ବାହାରିଥିଲେ। ଏହି ସମୟରେ ସେ ରାସ୍ତାପାର୍ଶ୍ବରେ ଜଣେ ଛୋଟ ବାଳକଙ୍କୁ ବେଲୁନ ବିକ୍ରି କରୁଥିବା ଦେଖିବାକୁ ପାଇଥିଲେ। ଏହାପରେ ସେ ଗାଡ଼ି ଅଟକାଇ ଉକ୍ତ କୁନି ବେଲୁନ ବିକାଳିଙ୍କ ପାଖକୁ ଧାଇଁ ଯାଇଥିଲେ। ଆଉ ତାଙ୍କଠାରୁ ସମସ୍ତ ବେଲୁନ କିଣି ଖୁସି କରାଇ ଦେଇଥିଲେ।

Advertisment

କେବଳ ଏତିକି ନୁହେଁ ଏସପି ଅଭିଷେକ ପଲ୍ଳବ ତାଙ୍କ ଟିମ ସହିତ କୁନି ବେଲୁନ ବିକାଳିଙ୍କ ପାଖରେ ପହଞ୍ଚିଥିଲେ। ଆଉ କୁନି ବାଳକଙ୍କୁ କିଛି ଗଣିତ ପ୍ରଶ୍ନ ପଚାରିଥିଲେ।

ପ୍ରଥମ ପ୍ରଶ୍ନରେ ଆଇପିଏସ କୁନି ବେଲୁନ ବିକାଳିଙ୍କୁ ପଚାରିଥିଲେ, ତୁମର ବେଲୁନ କେତେ ଟଙ୍କା? ଏହାର ଉତ୍ତର ଦେଇ ବାଳକ କହିଥିଲେ, ଗୋଟିଏ ବେଲୁନ ମୂଲ୍ୟ  ୨୦ଟଙ୍କା।

ଏହାପରେ ଆଇପିଏସ ପଚାରିଥିଲେ, ମୁଁ ଯଦି ତୁମ ଠାରୁ ୨୦ଟା ବେଲୁନ କିଣେ ତୁମେ କେତେ ଟଙ୍କା ପାଇବ? ବାଳକ ସଙ୍ଗେସଙ୍ଗେ କହିଥିଲେ, ୪୦୦ଟଙ୍କା।

ଆଇପିଏସ ଅଧିକାରୀ ବାଳକଙ୍କ ଗଣିତ ଜ୍ଞାନ ଦେଖି ଖୁସି ହୋଇ ପଚାରିଥିଲେ କେଉଁ ଶ୍ରେଣୀରେ ପାଠ ପଢ଼ୁଛ ?  ବାଳକ ଆଇପିଏସଙ୍କୁ ଉତ୍ତର ଦେଇ କହିଥିଲେ, ‘ମୁଁ ପ୍ରଥମ ଶ୍ରେଣୀରେ ପାଠପଢ଼େ। ସନ୍ଧ୍ୟାରେ ବେଲୁନ ବିକ୍ରି କରେ। ଯାହା ଟଙ୍କାର ପାଏ ସେଥିରେ ମୋର ପରିବାର ଚଳିଥାଏ। ବାପା ଓ ମା’ ବି ମୋ ଭଳି ବେଲୁନ ବିକ୍ରି କରି ଥାଆନ୍ତି।’