ଲକ୍ଷ୍ମୌ: ଉତ୍ତରପ୍ରଦେଶର ଜନପଦ ମୁଜାଫରନଗର ଜିଲ୍ଲାରେ ଜଣେ ବ୍ୟକ୍ତି ଅସହାୟ ବାଳକ ଓ କୁକୁରର ଫଟୋ ସୋସିଆଲ ମିଡିଆରେ ସେୟାର କରିଥିଲେ। ଏହି ଫଟୋ ଏବେ ଭାଇରାଲ ହେବାରେ ଲାଗିଛି।
ଭାଇରାଲ ଫଟୋକୁ ଦେଖିବା ପରେ ଜିଲ୍ଲାର ଏସଏସପି ଅଭିଷେକ ଯାଦବ ବାଳକକୁ ଖୋଜିବା ପାଇଁ ଏକ ପୁଲିସ ଟିମ ଗଠନ କରିଥିଲେ। ଏହି ଟିମ ଗଠନ କରିବା ପରେ ସହରରୁ ଉକ୍ତ ବାଳକକୁ ପୁଲିସ ଉଦ୍ଧାର କରି ଶିଶୁ ଓ ମହିଳା କଲ୍ୟାଣ ବିଭାଗକୁ ହସ୍ତାନ୍ତର କରିଛି। ଏଠାରେ ତାହାର ଉତ୍ତମ ଯତ୍ନ ନେବା ସହିତ ଭଲପାଠପଢ଼ା ପାଇଁ ଜିଲ୍ଲା ପ୍ରଶାସନ ବ୍ୟବସ୍ଥା କରୁଛନ୍ତି। ବରିଷ୍ଠ ଅଧିକାରୀଙ୍କ ନିର୍ଦେଶକ୍ରମେ ଜିଲ୍ଲା ପୁଲିସ ଏହି ଅସହାୟ ବାଳକକୁ ନିଜ ଆୟତ୍ତକୁ ନେଇଥିଲା। ପ୍ରାୟ ୯ରୁ ୧୦ ବର୍ଷର ଦେଖାଯାଉଥିବା ଏହି ବାଳକଙ୍କ ନାମ ଅଙ୍କିତ ବୋଲି ଜଣାପଡ଼ିଛି।
/sambad/media/post_attachments/73708179bd41aac5bdb52f2702a8d59b7468801caf4756f6f0046413d9c65c95.jpg)
ସ୍ଥାନୀୟଲୋକଙ୍କ କହିବାନୁସାରେ, ଅଙ୍କିତଙ୍କ ବାପା ଜେଲରେ ଥିବା ବେଳେ ମା’ ଆରପାରିରେ। ଏହି ନିରୀହ ପିଲା ତାର ପରିବାର କିମ୍ବା ଘର ବ୍ୟତୀତ ଅନ୍ୟ କାହା ବିଷୟରେ ଜାଣେନାହିଁ। ନିକଟରେ ଏକ ଚା ଦେକାନରେ କାମ କରି ବହୁତ କଷ୍ଟରେ ନିଜର ପେଟ ପୋଷିଥାଏ। ଅଙ୍କିତଙ୍କ ସାଙ୍ଗରେ ସବୁବେଳେ ଏକ କୁକୁର ଥିବା ବି ଦେଖିବାକୁ ମିଳିଛି। ଉକ୍ତ କୁକୁର ନାମ ସେ ଡାନି ବୋଲି ଦେଇଛନ୍ତି। ରାତିର ଅସହ୍ୟ ଥଣ୍ଡାରେ ମୁଜାଫରନଗରରେ ଶିବ ଚକ ବଜାରରେ ଥିବା ଏକ ଦୋକାନ ଆଗରେ ଅଙ୍କିତ ପ୍ରାୟତଃ ତାଙ୍କ କୁକୁର ଡାନି ସହ ଶୋଇଥାଆନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/Untitled-1-copy-5.jpg)