ନୂଆଦିଲ୍ଲୀ: ଛୋଟ ପିଲାମାନେ ଭଗବାନଙ୍କର ରୂପ ଅଟନ୍ତି। ଏହା ଏଥିପାଇଁ କୁହାଯାଇଥାଏ କାରଣ ଛୋଟ ପିଲାମାନେ ବହୁତ ନିର୍ମଳ ହୋଇଥାଆନ୍ତି। ସେମାନେ ଛନ୍ଦକପଟ ଜାଣି ନଥାଆନ୍ତି। ସମସ୍ତଙ୍କୁ ଭଲ ପାଆନ୍ତି ଏବଂ ସମସ୍ତଙ୍କ କଥାକୁ ସ୍ନେହର ସହିତ ଗ୍ରହଣ ବି କରିଥାଆନ୍ତି। ଏହି ଛୋଟ ପିଲା ଯେତେବେଳେ ନିଃସ୍ବାର୍ଥରେ କାହାର ସାହାଯ୍ୟ କରନ୍ତି ଦେଖିଲେ ଖୁସି ଲାଗିଥାଏ।
ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଜଣେ ଛୋଟ ପିଲା କୁକୁରକୁ ପାଣି ଦେବା ପାଇଁ ଏକ ହ୍ୟାଣ୍ଡ ପମ୍ପ ମାରୁଥିବା ଦେଖିବାକୁ ମିଳୁଛି। କୁକୁରକୁ ପାଣି ଦେବା ପାଇଁ ପିଲାଟି ହ୍ୟାଣ୍ଡପମ୍ପକୁ ବହୁତ କଷ୍ଟରେ ମାରୁଥିବା ବି ନଜରକୁ ଆସିଛି। ଶିଶୁଟିର ଏଭଳି କୁକୁର ପ୍ରତି ସ୍ନେହ ଦେଖି ସମସ୍ତେ ତାକୁ ପ୍ରଶଂସା କରୁଛନ୍ତି।
कद कितना ही छोटा हो, हर कोई किसी की यथासंभव #Help कर सकता है.
Well done kid. God Bless you.VC- Social Media.#HelpChain #Kindness #BeingKind pic.twitter.com/yQu4k5jyh1
— Dipanshu Kabra (@ipskabra) December 7, 2021
ଭାଇରାଲ ହୋଇଥିବା ଏହି ଭିଡିଓକୁ ଆଇପିଏସ୍ ଅଧିକାରୀ ଦୀପନଶୁ କାବ୍ରା ଟ୍ୱିଟରରେ ସେୟାର କରିଛନ୍ତି। ଲୋକମାନେ ଏହି ଭିଡିଓକୁ ବହୁତ ପସନ୍ଦ କରୁଛନ୍ତି। କୁକୁରର ଶୋଷ ମେଣ୍ଟାଇବା ପାଇଁ ପିଲାଟି ଏତେ ପରିଶ୍ରମ କରୁଥିବା ଦେଖି ସୋସିଆଲ ମିଡିଆରେ ବ୍ୟବହାରକାରୀ ବେଶ ଖୁସି ହୋଇଯାଇଛନ୍ତି। ଏହି ଭିଡିଓ ବର୍ତ୍ତମାନ ପର୍ଯ୍ୟନ୍ତ ୧୮ ହଜାରରୁ ଅଧିକ ଥର ଦେଖାଯାଇଛି ।