୧୨ବର୍ଷର ଏହି ଶିଶୁ ହାତରେ ନୁହେଁ ବରଂ ନିଜ ଆଖିରେ ଲେଖିଲା ପୂରା ପୁସ୍ତକ !

ନୂଆଦିଲ୍ଲୀ: ଦୁନିଆରେ ଏମିତି କିଛି ଲୋକ ଅଛନ୍ତି ଯାହାଙ୍କ ବିଷୟରେ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଜଣେ ଶିଶୁ ନିଜର ଶାରୀରିକ ଅକ୍ଷମତାକୁ ନିଜ ରାସ୍ତାରେ ଆସିବାକୁ ଦେଇ ନାହିଁ । ୧୨ବର୍ଷ ବୟସରେ ଏହି ଶିଶୁ ଏଭଳି ଏକ କାମ କରିଛି ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

ପ୍ରକାଶିତ ଖବର ମୁତାବକ, ଇଂଲଣ୍ଡରେ ରହୁଥିବା ୧୨ବର୍ଷର ଜୋନାନାଥ ବ୍ରାଉନ୍‌ଙ୍କ ମା’ ଯେତେବେଳେ ସାତମାସର ଅନ୍ତସତ୍ତ୍ୱା ଥିଲେ ସେ ଏକ କାର ଦୁର୍ଘଟଣାର ଶିକାର ହୋଇଥିଲେ। ଫଳରେ ପେଟରେ ଥିବା ଜୋନାନାଥଙ୍କ ଉପରେ ଗମ୍ଭୀର ଆଘାତ ଲାଗିଥିଲା। ଜନ୍ମ ପରେ ଜୋନାନାଥ ସେରେବ୍ରେଲ ପାଲ୍ସି ନାମକ ଗୁରୁତର ରୋଗରେ ପୀଡିତ ହୋଇଥିଲେ ବୋଲି ଡାକ୍ତର କହିଥିଲେ। ଏହି ରୋଗ କାରଣରୁ ଜୋନାନାଥଙ୍କୁ ହୁଇଲ ଚେୟାରରେ ରହିବାକୁ ପଡ଼ିଲା। ବଡ଼ ହେବା ପରେ ଜୋନାନାଥନ୍ କଥା ହୋଇପାରିଲେ ନାହିଁ କି ଚଲାବୁଲା ବି କରି ପାରିଲେ ନାହିଁ। ଏହାପରେ ମା’ଜୋନାନାଥଙ୍କୁ  ହାର ନ ମାରି ମନରେ ଆତ୍ମବିଶ୍ୱାସ ରଖିବାକୁ କହିଥିଲେ।  ଆଖି ଜରିଆରେ କଥାବାର୍ତ୍ତା କିପରି କରିବାକୁ ହେବ ମା’ଜୋନାନାଥଙ୍କୁ  ଶିଖାଇଥିଲେ। ଜୋନାଥନ୍‌ଙ୍କୁ  ମା’ଙ୍କ ଠାରୁ ମିଳିଥିବା ଏହି ଅଦ୍ଭୁତ ଶକ୍ତିକୁ ଆଧାର କରି ଅନ୍ୟମାନଙ୍କ ପ୍ରତି ନିଜ ଭାବନାକୁ ପ୍ରକାଶ କରି ଏକ ପୁସ୍ତକ ଲେଖିବା ପୂରା କରିଛି। କୁହାଯାଉଛି କି ଜୋନାଥନ୍‌ ନିଜ ଆଖି ସାହାଯ୍ୟରେ ଏହି ପୁସ୍ତକ ଲେଖିଛନ୍ତି । ଜୋନାଥନ୍‌ ଏହି ପୁସ୍ତକର ନାମ ‘ଆଇ କ୍ୟାନ୍ ରାଇଟ୍‌’ ବୋଲି ରଖିଛନ୍ତି।

ଜୋନାଥନ୍‌ଙ୍କ ଏହି ପୁସ୍ତକ ସେହି ଲୋକମାନଙ୍କ ପାଇଁ ପ୍ରେରଣା ହୋଇ ରହିବ, ଯେଉଁମାନେ ଶାରୀରିକ ଭାବେ ଅକ୍ଷମ ଓ ଗମ୍ଭୀର ରୋଗରେ ପୀଡ଼ିତ ଥିବା ହେତୁ ଚଲାବୁଲା କରି ପାରନ୍ତି ନାହିଁ। ଗତବର୍ଷ ଜୋନାଥନ୍‌ଙ୍କୁ ପ୍ରିନ୍ସ ଓ୍ୱିଲିଅମ୍ସ ଓ ପ୍ରିନ୍ସ ହେରି ସମ୍ମାନିତ କରିଥିଲେ।

ସମ୍ବନ୍ଧିତ ଖବର