ନୂଆଦିଲ୍ଲୀ: ପ୍ରତ୍ୟେକ ପ୍ରେମୀଯୁଗଳ ନିଜନିଜର ସାଥୀଙ୍କୁ କେତେ ଭଲ ପାଆନ୍ତି ତାହାକୁ ଜଣାଇବାକୁ ବିଭିନ୍ନ ପ୍ରକାର ଉପାୟ ଆପଣାଇ ଥାଆନ୍ତି। ଏମିତି ବି ପ୍ରେମିକ/ପ୍ରେମିକାମାନେ ଅଛନ୍ତି ଯେଉଁମାନେ ନିଜନିଜ ସାଥୀଙ୍କ ନାମକୁ ହାତରେ ଟାଟୁ ମାଧ୍ୟମରେ ଆଙ୍କିଥାଆନ୍ତି।
ଏହି କ୍ରମରେ ଏକ ପ୍ରେମୀଯୁଗଳଙ୍କ ଭିଡିଓ ସାମ୍ନାକୁ ଆସିଛି। ଏଥିରେ ପ୍ରେମିକ ତାଙ୍କ ପ୍ରେମିକାଙ୍କ ଦନ୍ତାଘାତ ଚିହ୍ନ ସାଇତିବାକୁ ଟାଟୁ ଆଙ୍କୁଥିବାର ଏକ ଆଶ୍ଚର୍ଯ୍ୟଜନକ ଓ ହୃଦୟସ୍ପର୍ଶୀ ଫଟୋ ଓ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି।
ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି ପ୍ରେମୀଯୁଗଳ ଟାଟୁ ଦୋକାନରେ ପହଞ୍ଚିଛନ୍ତି। ଏହି ସମୟରେ ଯୁବତୀ ତାଙ୍କ ସାଥୀଙ୍କ ହାତକୁ ଜୋରରେ କାମୁଡ଼ି ଚିହ୍ନ ପକାଇ ଦେଉଛନ୍ତି। ଯୁବତୀଙ୍କ ଦାନ୍ତ ଚିହ୍ନକୁ ସାଇତି ରଖିବା ପାଇଁ ପ୍ରେମିକ ଜଣକ ଟାଟୁ ଆଙ୍କୁଥିବା ବ୍ୟକ୍ତିଙ୍କୁ ଉକ୍ତ ସ୍ଥାନରେ ଟାଟୁ ଆଙ୍କିବାକୁ କହୁଛନ୍ତି। ଟାଟୁ ଅଙ୍କାଳିବି ଖୁବ ସୁନ୍ଦର ଭାବେ ଉକ୍ତ ସ୍ଥାନରେ ଟାଟୁ ଆଙ୍କି ଦେଉଛନ୍ତି। ଯାହା ଆପଣ ଭିଡିଓ ଜରିଆରେ ଦେଖି ପାରିବେ।
View this post on Instagram
ଏହି ଭିଡିଓକୁ ଏଯାବତ ୫ଲକ୍ଷ ୪୧ହଜାରରୁ ଅଧିକ ଲୋକଦେଖି ସାରିଲେଣି। ଭିଡିଓକୁ ଦେଖିବା ପରେ ସୋସିଆଲ ମିଡିଆ ବ୍ୟବହାରକାରୀ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି।