ନୂଆଦିଲ୍ଲୀ: ପ୍ରେମରେ ପ୍ରତିଶ୍ରୁତି ଗୁରୁତ୍ବ କେତେ ଏହାକୁ ପ୍ରମାଣ କରି ଦେଖାଇଛନ୍ତି ବ୍ରିଟେନର ଜଣେ ପ୍ରେମିକ । ବ୍ରିଟେନରେ ଜଣେ ଯୁବକଙ୍କ ବାନ୍ଧବୀଙ୍କ କାର ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ହେଲେ ମୃତ୍ୟୁ ପୂର୍ବରୁ ପ୍ରେମିକଜଣକ ପ୍ରେମିକା ପାଇଁ କରିଥିବା କାମ ଏବେ ଅନ୍ୟ ପ୍ରେମୀଯୁଗଳଙ୍କ ପାଇଁ ଉଦାହରଣ ପାଲଟିଛି ।

Advertisment

ସୂଚନା ମୁତାବକ, ବ୍ରିଟେନରେ ଜଣେ ଯୁବକଙ୍କ ପ୍ରେମିକାଙ୍କର କାର ଦୁର୍ଘଟଣା ହୋଇଥିଲା । ଏହାପରେ ପ୍ରେମିକାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର କହିଥିଲେ କି ପୀଡ଼ିତାଙ୍କୁ ବଞ୍ଚାଇବା ସମ୍ଭବ ନୁହେଁ । ଏହାପରେ ଯୁବକଙ୍କର ମନେ ପଡିଯାଇଥିଲା ପ୍ରେମିକାଙ୍କୁ ଦେଇଥିବା କଥା । ସେ ଡାକ୍ତରଙ୍କୁ ଅନୁରୋଧ କରିଥିଲେ କି କୌଣସି ପରିସ୍ଥିତିରେ ସେ ତାଙ୍କୁ ବିବାହ କରିବେ । ଏନେଇ ସେ ଡାକ୍ତରଙ୍କ ସହାୟତା ମାଗିଥିଲେ ଓ ଡାକ୍ତର ତାଙ୍କ ଅନୁରୋଧକୁ ସ୍ୱୀକାର କରିଥିଲେ ।

‘ଦ ସନ୍ ’ ଅନ୍ତର୍ଜତୀୟ ଗଣମାଧ୍ୟମର ସୂଚନା ମୁତାବକ, ଜିମ୍ ମ୍ୟାନେଜର ୩୪ ବର୍ଷିୟ ଗର୍ଗ ପିଟର୍ସ ଓ ୨୮ ବର୍ଷିୟ ଏନା ଲେଗର ପରସ୍ପରକୁ ଭଲ ପାଉଥିଲେ ଓ ବିବାହ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ଏହି ବାହାଘରକୁ ଉଭୟଙ୍କ ପରିବାର ଲୋକ ରାଜି ଥିଲେ । ହେଲେ ଏହି ଦୁର୍ଘଟଣା ଉଭୟଙ୍କ ସ୍ୱପ୍ନକୁ ମାଟିରେ ମିଶାଇ ଦେଇଥିଲା ।

ଗୋଟିଏ ଦିନ ଅଫିସକୁ ଯିବା ବେଳେ ଏନା ଲେଗରଙ୍କ କାର ଅନ୍ୟ ଏକ ଗାଡି ସହ ଧକ୍କା ଖାଇଥିଲା । ଏହି ଦୁର୍ଘଟଣା ଏତେ ଗୁରୁତର ଥିଲା କି ଏନାଙ୍କ ଶରୀରରେ ଗଭୀର ଆଘାତ ଲାଗିଥିଲା । ଏହାପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲେ ବି ସେଠାରେ ଡାକ୍ତର କହିଥିଲେ କି ଏନାଙ୍କୁ ବଞ୍ଚାଇବା ସମ୍ଭବପର ନୁହେଁ । ଏହାପରେ ଡାକ୍ତର ଏନାଙ୍କୁ ଆଇସିୟୁକୁ ସ୍ଥାନାନ୍ତର କରିଥିଲେ ।

ଏହାକୁ ଦେଖି ଗ୍ରେଟା ତାଙ୍କର ପ୍ରତିଶ୍ରୁତି କଥା ମନେପକାଇଥିଲେ । ସେ ଡାକ୍ତରଙ୍କୁ ଆଇସିୟୁ ଭିତରେ ଏନାଙ୍କୁ ବିବାହ କରିବାକୁ ଅନୁରୋଧ କରିଥିଲେ । ପ୍ରଥମେ ଡାକ୍ତର ଏ ନେଇ ଅରାଜି ହୋଇଥିଲେ ବି ଗ୍ରେଟାଙ୍କ ଅନୁରୋଧ ଆଗରେ ହାର ମାନି ଶେଷରେ ଅନୁମତି ଦେଇଥିଲେ । ହେଲେ ଆଇସିୟୁ ଭିତରେ ବାହାଘର ହେବାର କିଛି ସମୟ ପରେ ଏନାଙ୍କର ମୃତ୍ୟୁ ହୋଇଯାଇଥିଲା । ପରିବାର ଲୋକଙ୍କ ଅନୁମତିକ୍ରମେ ଏନାଙ୍କ କିଛି ଅଙ୍ଗ ଡାକ୍ତରଖାନାକୁ ଦାନ କରାଯାଇଥିଲା ।