ପ୍ରେମିକଙ୍କ ସହ ଅନ୍ୟ ଜଣେ ଯୁବତୀଙ୍କୁ ରୁମ୍‌ ଭିତରେ ଦେଖି ଏପରି ପଦକ୍ଷେପ ନେଲେ ପ୍ରେମିକା

ନୂଆଦିଲ୍ଳୀ: ପ୍ରେମ ଓ ଧୋକା ଆଜିକାଲି ଏକ ସାଧାରଣ ସମସ୍ୟା ପାଲଟି ଗଲାଣି। ପ୍ରେମ ପାଇଁ କିଏ ଅନ୍ୟର ଜୀବନ ନେଇପାରୁଛି ତ ପୁଣି କିଏ ନିଜେ ଜୀବନ ଦେଇପାରୁଛି। ସେହିଭଳି ଏକ ଉଦାହରଣ ଏବେ ଦେଖିବାକୁ ମିଳିଛି। ଜଣେ ପ୍ରେମିକା ଏକ କୋଠରୀରେ ତାଙ୍କ ପ୍ରେମିକଙ୍କ ସହ ଅନ୍ୟ ଜଣେ ଯୁବତୀଙ୍କୁ ଦେଖିବା ପରେ ଆତ୍ମହତ୍ୟା କରିଥିବା ସୂଚନା ରହିଛି।

ଖୁବ୍ ଶୀଘ୍ର ଯୁବତୀ ଜଣକ ତାଙ୍କ ପ୍ରେମିକଙ୍କୁ ବିବାହ କରିଥାନ୍ତେ। ବିବାହ ସ୍ଥିର ହେବା ପରେ ଜାଣିବାକୁ ପାଇଲେ ଯେ ତାଙ୍କ ପ୍ରେମିକଙ୍କର ଅନ୍ୟ ଜଣେ ଯୁବତୀଙ୍କ ସହ ପ୍ରେମ ସଂପର୍କ ରହିଛି। ସେ ଏପରିକି ଜଣେ ଯୁବତୀଙ୍କ ସହ ତାଙ୍କ ପ୍ରେମିକଙ୍କୁ ଏକ କୋଠରୀରେ ଦେଖିବାକୁ ପାଇଲେ। ୨୭ ବର୍ଷୀୟା ପ୍ରେମିକା ଜଣକ ନିଜ ପ୍ରେମିକଙ୍କ ପ୍ରତାରଣାକୁ ସହ୍ୟ ନକରିପାରି ନିଜ ଜୀବନ ହାରିଦେଲେ।

ଏହି ୨୭ ବର୍ଷୀୟା ଯୁବତୀଙ୍କ ନାମ ନିନା ପାଚ୍‌ଲ୍‌କେ। ସେ ଆମେରିକାରେ ଜଣେ ନ୍ୟୁଜ୍‌ ଆଙ୍କର ଭାବେ ଚାକିରି କରୁଥିଲେ। ଡେଲି ମେଲ୍‌ର ରିପୋର୍ଟ ମୁତାବକ, ନିନା ଏବଂ ୩୮ ବର୍ଷୀୟ କାଏଲେ ପାଖାପାଖି ୨ ବର୍ଷ ହେବ ପ୍ରେମ ସଂପର୍କରେ ଥିଲେ ଓ ଏକାସାଥୀରେ ରହୁଥିଲେ।

ସେ ଗତ ମାସ  ୩ କୋଟି ଟଙ୍କା ଖର୍ଚ୍ଚ କରି ଏକ ଘର କିଣିଥିଲେ। ଦୁହିଁଙ୍କ ଭିତରେ ଅଧିକାଂଶ ସମୟରେ ଝଗଡ଼ା ଲାଗି ରହୁଥିଲା। ମାତ୍ର ପରିସ୍ଥିତି ଏବେ ବିିଗିଡ଼ି ଯିବ କେହି ସ୍ବପ୍ନରେ ସୁଦ୍ଧା ଭାବିନଥିଲେ।

ସମ୍ବନ୍ଧିତ ଖବର